1 ଆମସାର୍ ହୟିସି ଜିସାୟ୍, ଜିଉଦା ଆର୍ ଜିରୁସାଲେମ୍ ବିସୟେ ଜୁୟି ଦର୍ସନ୍ ହାୟ୍ରିଲା, ସେତିର୍ କଃତା ଇରି। 2 ସେସ୍ କାଳେ ଇରଃକମ୍ ଗଃଟେଦ୍, ମାପୁର୍ ମନ୍ଦିରାର୍ ହର୍ବାତ୍ ଉହ୍ରାର୍ ଉଚା ଟାଣେ ତାହୁନ୍ ଅୟ୍ଦ୍ ଆର୍ ସଃବୁ ହର୍ବାତ୍ ଟାଣୁ ଉଚା ଅୟିଦ୍; ଆରେକ୍, ସଃବୁ ଗସ୍ଟି ଗଃସୁର୍ତା ହାଣି ହର୍ ଅୟି ସେଟାଣେ ଆସ୍ତି। 3 ଆରେକ୍, ଅଃନେକ୍ ଗସ୍ଟି ଜଃଉଁ ଜଃଉଁ କଃଉତି, " ତୁମି ଆସା, ଅଃମି ମାପୁରାର୍ ହଃର୍ବାତ୍କେ ଜୁଆଁ, ଜାକୁବାର୍ ମାପୁରାର୍ ମନ୍ଦିର୍କେ ଅଃମିମଃନ୍ ଜୁଆଁ; ସଃଡେବଃଳ୍ ମାପୁର୍ ତାର୍ ବାଟ୍ ବିସୟେ ସେ ଅଃମିମଃନ୍କେ ସିକ୍ୟା ଦଃୟିଦ୍ ଆର୍ ଅଃମିମଃନ୍ ତାର୍ ବାଟ୍ଦଃୟି ଜୁଆଁ।" କାୟିତାକ୍ ବଃଲେକ୍ ସିୟନ୍ ଟାଣୁ ବିଦି ଆର୍ ଜିରୁସାଲେମ୍ ଟାଣୁ ମାପୁରାର୍ ବଃଚନ୍ ବାରାୟିଦ୍। 4 ଆରେକ୍ ମାପୁର୍ ସଃବୁ ଗସ୍ଟିର୍ ବିଚାର୍କାରି ଅୟିଦ୍। ଗାଦେକ୍ ଗସ୍ଟି ବିସୟେ ମାପୁର୍ ସେସ୍ ଜଃବାଉ ଦଃୟିଦ୍; ସେ ଲଃକ୍ମଃନ୍ ଜୁଜ୍ ଗିନେ ସେମଃନ୍କାର୍ ଅଃସ୍ତର୍ ବେବାର୍ ନଃକେର୍ତି; ତଃବେ ସେମଃନ୍ ନିଜାର୍ କଃଣ୍ଡା ବାଙ୍ଗି ହାଳ୍ ହାଜ୍ତି ଆର୍ ନିଜାର୍ ବଃର୍ଚା ବାଙ୍ଗି ଇଳା ହାଜ୍ତି; ଗଟେକ୍ ଦେସ୍ ଆରେ ଗଟେ ଦେସାର୍ ଲକାର୍ ବିରୁଦେ ଆର୍ ଜୁଜ୍ କଃରି ନଃକେର୍ତି, କି ସେମଃନ୍ ଜୁଜ୍ବିଦ୍ୟା ସିକିନଃକେର୍ତି। 5 ଏ ଜାକୁବାର୍ ବଃଉଁସ୍, ଆସା, ଅଃମିମଃନ୍ ମାପୁର୍ ଉଜାଳେ ଚାଲୁଆଁ।
6 କାୟିତାକ୍ ବଃଲେକ୍ ତୁମିମଃନ୍ ଜାକୁବର୍ ବଃଉଁସ୍କେ ଚାଡିଆଚ୍ସି, ତୁମିମଃନ୍ ସେ ଲକ୍ ଜେ,କି ଉଦ୍ୟାନ୍ ଦେସାର୍ ଚାଲ୍ଚାଲ୍ତିଏ ହୁର୍ନ୍ ଆର୍ ତୁମିମଃନ୍ ପଲେସ୍ଟିୟ୍ମଃନାର୍ ହର୍ ଗୁଣିବିଦ୍ୟା କଃଉଁକ୍ ସିକିଆଚାସ୍ ; ତୁମାର୍ ଲଃକ୍ମଃନ୍ ବିଦେସିମଃନାର୍ ସେ ବୁଲ୍ ନିତିକେ ମାନି ଆଚାସ୍। 7 ସେମଃନ୍କାର ଦେସ୍ ସନା ଆର୍ ରୁହାୟ୍ ହୁର୍ନ୍; ସେତି ସେମଃନ୍କାର୍ ଦଃନାର୍ ସିମାନାୟ୍; ଆର୍, ସେମଃନ୍କାର୍ ଦେସେ ଗଳାମଃନ୍ ଅଲେକାର୍ ଆଚ୍ତି ଆର୍ ସେମଃନ୍କାର୍ ରଃତ୍ ଅଲେକାର୍। 8 ଆରେକ୍ ସେମଃନାର୍ ଦେସ୍ ଲଃକ୍ମଃନ୍ ହୁଜାକଃର୍ତା ମୁର୍ତିୟେ ହୁର୍ନ୍; ସେ ମୁର୍ତିମଃନ୍ ଲକ୍ମଃନାର୍ ନିଜାର୍ ଆତେ ହାଜ୍ଲାର୍ ଆର୍ ସେମଃନ୍ ସେ ସଃବୁକେ ହୁଜା କଃର୍ତି। 9 ଲକମଃନ୍ ଲାଜ୍ହାଉତି ଆର୍ ନାଉହୁଟାଲକ୍ ନିଚ୍ ଅଃଉତି; ଇତାର୍ଗିନେ ସେମଃନ୍କେ କେମା କଃରାନାୟ୍। 10 ତୁମି ମାପୁର୍ ବୟ୍ଙ୍କାର୍ ଆର୍ ତାର୍ ଜଃଜ୍ମାନାର୍ ତଃରାସ୍ ତଃୟ୍ହୁଣି ଟେଳାହାରେ ହୁରି ଦୁଳିଏ ନିଜ୍କେ ଲୁକାଉଆ। 11 ମାନାୟ୍ମଃନ୍କାର୍ ଗଃର୍ବ ଅଃକାର୍ ବୁଡିଜାୟିଦ୍ ଆର୍ ମାନାୟ୍ମଃନ୍କାର୍ ଅଃକାର୍ ବୁଡିଜାୟିଦ୍, ଆରେକ୍, ସେଦିନ୍ ମାପୁର୍ ଉନତି ଅୟିଦ୍। 12 ମାପୁରାର୍ ଗଟେକ୍ ଦିନ୍ ଆସେଦ୍, ସେଦିନ୍ ମାପୁର୍, ଅଃକାରିକେ ଦଃଣ୍ଡ୍ ଦଃୟିଦ୍, ସଃଡେବଃଳ୍ ସେ ଗଃର୍ବି ଆର୍ ବଃଡ୍ହାଣ୍ୟା ଲଃକ୍ମଃନ୍ ତଃଳେ ହଃଳ୍ତି। 13 ଗଃର୍ବି ଲଃକ୍ମଃନ୍ ଲିବାନନ୍ ଆର୍ ବାସନାର୍ ଆର୍ ଏରସ୍ଗଃଚ୍ ହର୍ ଉଚା ଆର୍ ମାୟିନ୍କାରି ଅୟିଦ୍ ମଃତର୍ ମାପୁର୍ ସେମଃନ୍କେ ଦଃଣ୍ଡ୍ ଦଃୟିଦ୍। 14 ଆର୍ ସଃବୁ ଉଚ୍ ହଃର୍ବାତାର୍ ବିରୁଦେ ଆର୍ ବଃଡ୍ ହଃର୍ବତାର୍ ବିରଦି। 15 ଆରେକ୍ ସେ ଗଃର୍ବି ଲଃକ୍ମଃନ୍ ଦୁର୍ଗ୍ ଆର୍ ମଃଜ୍ବୁତ୍ କଃତି ହର୍ ଅଃଉତି। ମଃତର୍ ସେମନ୍କେ ମାପୁର୍ ଦଃଣ୍ଡ୍ ଦଃୟିଦ୍।
16 ତର୍ସିସ୍ ତଃୟ୍ ରିଲା ସଃବୁ ଜାଜ୍ ବିରୁଦେ ଆର୍ ସଃବୁ ସୁନ୍ଦୁର୍ କାମ୍ ବିରୁଦେ। ମାପୁର୍ ଦଃଣ୍ଡ୍ ଦଃୟ୍ଦ୍ ମଃତର୍ 17 ସଃଡେବଃଳ୍ ଗଃର୍ବି ଲକାର୍ ଗଃର୍ବ୍ ବାଙ୍ଗି ଜାୟ୍ଦ୍ ଆର୍ ସେ ତଃଳେହଃଳେଦ୍, ମାପୁର୍ ହଃକା ସଃବୁଟାଣୁ ଉଟ୍ୟା ଅୟିଦ୍ 18 ଆରେକ୍, ମାନାୟିର୍ ଗଃର୍ବ୍ ସେସ୍ ଅୟିଦ୍ ମୁର୍ତିସଃବୁ ହୁରାହୁରି ଲୁକିଜାୟିଦ୍ 19 ଜଃଡେବଃଳ୍ ଇସ୍ୱର୍ ହୁର୍ତିବିକେ ଅଃପର୍ବଳ୍ କମ୍ପାୟ୍ଦେଉଁକେ ଉଟେଦ୍ ସଃଡେବଃଳ୍ ଲଃକ୍ମଃନ୍ ତାର୍ ବୟିଙ୍କାର୍ ଆର୍ ଜଃଜ୍ମାନାର୍ ତଃରାସ୍ ଗିନେ ଟେଳାର୍ ହାରେ ଆର୍ ଦଃର୍ତିର୍ କାଲେ ହୁରେଦ୍। 20 ମାନାୟ୍ ନିଜାର୍ କାତାର୍ ଗିନେ ହାଜ୍ଲା ରୁହାର୍ ମୁର୍ତି ଆର୍ ସନାର୍ ମୁର୍ତିକେ ସେ ଦିନ୍ ମୁସା ଆର୍ ବାଦୁଳିମଃନ୍କାର୍ ଚଃମେ ହଃକାୟ୍ ଦେତି। 21 ମାପୁର୍ ହୁର୍ତୁବିୟେ ଇହର୍ବାବେ ସଃବଦ୍ ଉବ୍ଜାଣ୍ କଃରେଦ୍ ଜେ ମାପୁରାର୍ କାବାକଃର୍ତାର୍ ଆର୍ ତାର୍ ସଃକ୍ତିର୍ ଡିରାର୍ଗିନେ ସିଳାର୍ ହାରେ ବିନ୍ବିନ୍ ଟାଣେ ଲୁକାଉଁକ୍ 22 ତୁମିମଃନ୍ ଜିବନ୍ରେତା ମାନାୟ୍ ଉହ୍ରେ ଆସ୍ର ନଃକେରା; ମାନାୟ୍ ମଃତର୍କେ ମଃର୍ନ୍ଆଚେ; ଇମଃନ୍ ଜେ ମାପୁର୍ ହର୍ ବଃଳ୍ବାନ୍ ଇରି ତୁମିମଃନ୍ ଜାଣ୍ତା ଲଳା।