1 ଟାପୁମଃନ୍ ମର୍ କଃତା ସୁଣା, ହେଁ ଦୁରିର୍ ଗୁସ୍ଟିମଃନ୍, ମଃନ୍ଦିଆସ୍; ମୁଁୟ୍ ଗଃର୍ବେ ରିଲା ବଃଳ୍ ହୁଣି ଇସ୍ୱର୍ ମକେ କୁଦି ଆଚେ; ମୁଁୟ୍ ଜଃଲମ୍ ଅଃଉତା ବଃଳ୍ହୁଣି ସେ ମର୍ ନାଉ ଦଃରି ଆଚେ। 2 ଆର୍ ସେ ମର୍ ଦାର୍ ରିଲା କଃଣ୍ଡା ହର୍ ଅୟିଆଚେ, ନିଜାର୍ ଆତାର୍ ସାୟେ ମକେ ସେ ଲୁକାୟ୍ଆଚେ ଆର୍ ସେ ନିସ୍ଲା କାଣ୍ଡ୍ ହର୍ ନିଜାର୍ କାଣ୍ଡ୍ ସଃଙ୍ଗାଉତା ତୁଣି ଦଃରିଆଚେ। 3 ଆର୍ ସେ ମକେ କୟ୍ଲା, ତୁୟ୍ ମର୍ ଦାସ୍; ତୁୟ୍ ଇସ୍ରାଏଲ୍, ତର୍ ଗିନେ ମୁଁୟ୍ ଜଃଜ୍ମାନ୍ ହାୟ୍ନ୍ଦ୍। 4 ମଃତର୍ ମୁୟ୍ କୟିଲେ, ମୁଁୟ୍ ହଲ୍ୟାୟ୍ କଃସ୍ଟ କଃରିଆଚି, ମୁଁୟ୍ ବିନାମଲେ ଆର୍ ଅସାର୍ ଗିନେ ମର୍ ସଃକ୍ତି କଃଟାୟ୍ ଆଚି; ଅୟିଲେକ୍ ହେଁ ମର୍ ବିଚାର୍ ମାପୁର୍ ତଃୟ୍ ଆର୍ କାମାର୍ ହଃଳ୍ ଇସ୍ୱରାର୍ ତଃୟ୍ ଆଚେ। 5 ଆରେକ୍ ସେ ମକେ ତାର୍ ସେବାକାରି ଅଃଉଁକେ ଆର୍ ଜାକୁବକେ ତାର୍ ଚଃମେ ଆଣୁକେ ଆର୍ ଇସ୍ରାଏଲ୍ତାର୍ ଚଃମେ ରୁଣାଉଁକେ ସେ ମକେ ଗଃର୍ବେ ହୁଣି ଉବ୍ଜାଣ୍କଃଲା, ସେ ଇସ୍ୱର୍ କଃଉଁଲା; ମୁଁୟ୍ ଇସ୍ରାଏଲାର୍ ଆକାୟ୍ ଲାଡାର୍ ଆର୍ ଇସ୍ୱର୍, ସେ ମର୍ ବଃଳ୍। 6 ସେତାକ୍ ସେ କଃଉଁଲା ତୁୟ୍ ଜାକୁବର୍ ଗୁସ୍ଟିକେ ଉଟାଉଁକେ ଆର୍ ଇସ୍ରାଏଲାର୍ ରଃକ୍ଲା ଲକ୍ମଃନ୍କେ ଆରେକ୍ ଆଣୁକେ ମର୍ ସେବାକାରି ଅଃଉସି, ଇରି ବେସି ସାନ୍ବିସୟ୍; ତୁୟ୍ ହୁର୍ତିବିର୍ ସେସ୍ହଃତେକ୍ ଜଃନ୍କଃରି କଃଲା ମୁକ୍ତି ହର୍ ଅଃଉସି, ଇତାର୍ଗିନେ ମୁଁୟ୍ ତକେ ବିନ୍ ଦେସ୍ମଃନ୍କାର୍ ଉଜାଳ୍ହର୍ କଃରିନ୍ଦ୍। 7 ଜାକେ ମାନାୟ୍ମଃନ୍, ଜାକେ ଦେସାର୍ ଲଃକ୍ମଃନ୍ ରିସା ଅଃଉତି, ଜେ ସାସନ୍କାରିମଃନ୍କାର୍ ଦାସ୍, ତାକେ ଇସ୍ରାଏଲାର୍ ମୁକ୍ତିକାରି ଆର୍ ତାର୍ଦଃର୍ମି ଇସ୍ୱର୍ ଇ କଃତା କଃଉଁଲା, ବିସ୍ବାସାର୍ ଜୟ୍ଗ୍ ଆର୍ ଇସ୍ରାଏଲାର୍ ଦଃର୍ମି ଇସ୍ୱର୍ ତକେ କୁଦି ଆଚେ ତାର୍ଗିନେ ରଃଜାମଃନ୍ ତଃକେ ଦଃକ୍ଲେକ୍ ଉଟ୍ତି; ଅଃଦିକାରିମଃନ୍ ତଃକେ ଦଃକ୍ଲେକ୍ ଜୁଆର୍କଃର୍ତି।
8 ଇସ୍ୱର୍ ସଃଲ୍ମତେ ଇ କଃତା କଃଉଁଲା ସଃମୟ୍ ଆୟ୍ଲାକେ ତକେ ଉତୁର୍ ଦଃୟି ଆଚି ଆର୍ ମୁକ୍ତି ଦିନେ ତକେ ଉହ୍କାର୍ କଃରି ଆଚି; ଆର୍ ମୁୟ୍ ତକେ ରଃକ୍ୟା କଃରିନ୍ଦ୍ ଆର୍ ଦେସାର୍ ଉନ୍ତି କଃରୁକେ ଲକ୍ମଃନ୍କେ ସେମଃନାର୍ ନଃସ୍ଟ୍ ଅୟ୍ଲାର୍ ବଗ୍ କଃରୁକେ ମୁୟ୍ ତକେ ଲକ୍ମଃନାର୍ ନିୟମ୍ ହର୍ ବାଚିନ୍ଦ୍। 9 ତୁମି ବନ୍ଦିମଃନ୍କେ ବାରୟ୍ଜାହା ବଃଲି, ଅଃନ୍ଦାରେ ରିଲା ଲକ୍ମଃନ୍କେ ନିଜ୍କେ ଦଃକାଉଆ ବଃଲି କଃଉସି। ସେମଃନ୍ ବାଟେ ଚଃର୍ତି ଆର୍ ଗଃଚ୍ ନାୟ୍ଲା ଉଚ୍ ଟାଣେମଃନ୍ ସେମଃନାର୍ ଚଃର୍ତା ବୁୟିଁ ଅୟ୍ଦ୍। 10 ସେମଃନ୍ ବୁକେ କି ସସେ ନଃରେତି, ସେମଃନ୍କେ କଃରା କି ବେଳାର୍ ତଃରାସ୍ ନଃକାଟେ; କାୟିତାକ୍ବଃଲେକ୍ ଜେ ସେମଃନ୍କେ ଦଃୟା କଃରେଦ୍, ସେ ସେମଃନ୍କେ ଚାଲାୟ୍ ନଃୟ୍ଦ୍, ହାଜ୍ରା ହାଣି ଲଃଗେ ସେମଃନ୍କେ କାଡାୟ୍ ନଃୟ୍ଦ୍। 11 ଆର୍ ମୁଁୟ୍ ନିଜାର୍ ହଃର୍ବାତ୍ ମଃନ୍କେ ଗଟେକ୍ ବାଟ୍ କଃରିନ୍ଦ୍ ଆର୍ ମର୍ ରାଜ୍ରଃସ୍ତା ସଃଳ୍କ୍ ଆର୍ ଉଚ୍ କଃରା ଜାୟ୍ଦ୍। 12 ଦଃକା, ଏମଃନ୍ ଦୁରି ହୁଣି ଆସ୍ତି; ଆର୍ ଦଃକା, ଏମଃନ୍ ଉତୁର୍ ଆର୍ ପଚିମ୍ ଦିଗେ ହୁଣି ଆସ୍ତି; ଆର୍ ଏମଃନ୍ ସିନିମ୍ଦେସେ ହୁଣି ଆସ୍ତି। 13 ଏ ଅଃଗାସ୍ମଃଣ୍ଡଳ୍, ଗିତ୍ କଃଉ; ଏ ହୁର୍ତିବି ଉଲାସ୍କଃର୍; ଏ ହଃର୍ବ୍ମଃନ୍, ଉଚ୍ ସଃବଦେ ଗିତ୍ କଃଉ; କାୟିତାକ୍ବଃଲେକ୍ ଇସ୍ୱର୍ ନିଜାର୍ ଲକ୍ମଃନ୍କେ ସୁସ୍ତା ଦେୟ୍ଆଚେ ଆର୍ ନିଜାର୍ ଦୁକି ଲକେ ଦଃୟା କଃରେଦ୍। 14 ମଃତର୍ ସିୟନ୍ କୟ୍ଲି, ଇସ୍ୱର୍ ମକେ ହାକ୍ରେ ହଃକାୟ୍ ଆଚେ, ମାପୁର୍ ମକେ ହାସ୍ରି ଆଚେ। 15 ମାୟ୍ଜି ଟକି ନିଜାର୍ ଗଃର୍ବ୍ ଜାତ୍ ହିଲାକେ ଲାଡ୍ ନଃକେରି କି ନିଜାର୍ ଦୁଦ୍ କାତା ହିଲାକେ ହାସ୍ରି ଜଃଉଁ ହାରେ? ହେଁ ଏମଃନ୍ ହାସ୍ରି ଜଃଉଁ ହାର୍ତି, ଅୟ୍ଲେକ୍ହେଁ ତୁମିକେ ହାସ୍ରି ନାହାରି। 16 ଦଃକା, ମୁଁୟ୍ ନିଜାର୍ ଆତେ ତୁମାର୍ ରୁହ୍ ଲେକି ଆଚି; ତୁମିକେ କଃବେ ହାସ୍ରି ନଃଜାୟ୍। 17 ତୁମାର୍ ହିଲାମଃନ୍ ବେଗି ଆସୁଲାୟ୍, ତୁମିକେ ନଃସ୍ଟ କଃଲା ଲଃକ୍ମଃନ୍ ତୁମାର୍ ତଃୟ୍ହୁଣି ବାରୟ୍ଜାତି। 18 ତୁମି ଆକିମେଲାୟ୍ ଚାରିଦିଗେ ଦଃକା ଏ ସଃବୁଲକ୍ମଃନ୍ ଏକ୍ଜୁଟ୍ ଅୟି ତୁମାର୍ ହାକ୍ ଆସୁଲାୟ୍, ଇସ୍ୱର୍ କଃଉଁଲା ମୁଁୟ୍ ଜିବିତ୍ ଇସ୍ୱର୍ ତୁମାର୍ ସାଜ୍ ସିଙ୍ଗାର୍ ହର୍ ଇରି ସବୁ ସାଜ୍ବାଜ୍ ଅଃଉଆସ୍, ଆର୍ କଃନ୍ୟାର୍ ଅଃଟାବାନ୍ଦୁଣ୍ ହର୍ ସେରି ହିନ୍ଦାସ୍। 19 କାୟିତାକ୍ବଃଲେକ୍ ବାୟ୍ଦ୍ରେ ତୁମି ନାସ୍ ଅୟ୍ଲାର୍ ଆର୍ ସୁୟିନ୍ ଅୟ୍ଲା ଦେସେ ବାସା କଃର୍ତା ଲକାର୍ ହାଁୟ୍ ସାନ୍ ଅୟିଦ୍, ତୁମିକେ ନଃସ୍ଟି କଃଲା ଲଃକ୍ମଃନ୍ ଦୁରି ଅଃଉତି। 20 ତୁମାର୍ ବଃନ୍ବାସ୍ ଅୟ୍ଲା ହିଲାମଃନ୍ ଆରେକ୍ ଏକ୍ଅଃଉତି, ମର୍ଗିନେ ଇ ଟାଣ୍ ବେସି ଅକେଟ୍, ସେତାକେ ମକେ ଗଟେକ୍ ଟାଣ୍ ଦିଆ, ମୁଁୟ୍ ବାସ୍କଃରିନ୍ଦ୍। 21 ସଃଡେବଃଳ୍ ତୁମିମଃନ୍ କଃଉଆସ୍ ମର୍ ହିଲାମଃନ୍ ବଃନ୍ବାସ୍ ଅୟ୍ଆଚ୍ତି, ମୁୟ୍ ଏକ୍ଲା ବଃନ୍ବାସ୍ ଅୟି ଏଣେ ତେଣେ ବୁଲୁଲେ, ମର୍ ଇ ସଃବୁ ଲକେ କେଏ ଜଃଲମ୍ ଦେୟ୍ଆଚେ? ଆର୍ ସେମଃନକେ କେଏ ହସ୍ଲା ଆଚେ? ଦଃକା ମୁଁୟ୍ ଏକ୍ଲା ହଃକା ରିଲେ; ଏମଃନ୍ କୁୟ୍ତି ରିଲାୟ୍? 22 ଇସ୍ୱର୍ ଇ କଃତା କଃଉଁଲା ଦଃକ୍, ମୁଁୟ୍ ବିନ୍ ଦେସାର୍ ଲକ୍ମଃନାର୍ ଉହ୍ରେ ଆତ୍ ଉଟାୟ୍ନ୍ଦ୍ ଆର୍ ଗସ୍ଟିମଃନାର୍ ହାକ୍ ନିଜାର୍ ଜଃଜା ଟେକିନ୍ଦ୍; ତଃବେ ସେମଃନ୍ ତୁମାର୍ ହଅ ହିଲାକେ କଳେ ଆଣ୍ତି ଆର୍ ତୁମାର୍ ଜିଇ ମଃନ୍କେ ସେମଃନାର୍ କଃନ୍ଦେ ବଳାୟ୍ ଅଃଉତି। 23 ଆର୍ ରଃଜାମଃନ୍ ତୁମିକେ ହସ୍ତା ବାପା ଆର୍ ସେମଃନାର୍ ରାଣିମଃନ୍ ତୁମାର୍ ହସ୍ତା ମାତା ଅଃଉତି; ସେମଃନ୍ ବୁୟେଁ ମୁଁ କଃରି ଜୁଆର୍ କଃର୍ତି ଆର୍ ତୁମାର୍ ହାଦାର୍ ଦୁଳି ଚାଟ୍ତି; ତଃବେ ମୁଁୟ୍ ଜେ ଇସ୍ୱର୍ ଆର୍ ମର୍ ଜାଗ୍ତା ଲଃକ୍ମଃନ୍ ଲାଜ୍ନଃହାଉତି, ଇରି ତୁମି ଜାଣାସ୍। 24 ବିର ତଃୟ୍ହୁଣି କାୟି ଚର୍ଲା ଦଃନ୍ ନେଉଁକେ ଅୟ୍ଦ୍? କି ନ୍ୟାୟେ କଃୟ୍ଦି ଲକେ କି ମୁକ୍ତି କଃରା ଅୟ୍ଦ୍। 25 ମଃତର୍ ଇସ୍ୱର୍ ଇ କଃତା କଃଉଁଲା, ବିରର୍ ଆର୍ ବନ୍ଦି ଅୟ୍ଲା ଲକ୍ହଃକା ଚରି ଅଃଉତି ଆର୍ ବୟ୍ଙ୍କାର୍ ଲକାର୍ ଚର୍ଲା ଦଃନ୍ ପେରିଆସେଦ୍, ତୁମାର୍ ବିରଦ୍କାରି ସଃଙ୍ଗ୍ ମୁଁୟ୍ ବିରଦ୍ କଃରିନ୍ଦ୍ ଆର୍ ତୁମାର୍ ହିଲାମଃନ୍କେ ମୁଁୟ୍ ରଃକ୍ୟା କଃରିନ୍ଦ୍। 26 ଆରେକ୍ ମୁଁୟ୍ ତୁମାର୍ କଃସ୍ଟ ଦେତା ଲକେ ସେମଃନାର୍ ନିଜାର୍ ମାସ୍ କାଳାୟ୍ନ୍ଦ୍ ସୁଆଦ୍ ଅଙ୍ଗୁର୍ ରଃସ୍ ସୁରି ମାତ୍ଲା ହର୍ ସେମଃନାର୍ ବଃନିଏ ମାତ୍ତି; ତଃବେ ମୁଁୟ୍ ଜେ ଇସ୍ୱର୍ ତୁମାର୍ ମୁକ୍ତିକାରି, ଜାକୁବର୍ ବଃଳ୍କାରି ଇରି ସଃବୁ ଜଃଗତ୍ ଜାଣେଦ୍।