1 ହିଜିକିଅ ରଃଜା ଅଃଦିକାର୍ କଃରି ଚାରିବଃର୍ସ୍ ଅୟ୍ଲାକେ ଅଃସୁରିଆର୍ ରଃଜା ସନେରିବ୍ ଜିଉଦାର୍ ଚାରିବାଟ୍ କଃତି ରିଲାଗଃଳ୍ ବିରୁଦେ ସେରି ସଃବୁ ଆତେ ନିଲା। 2 ତଃବେ ଅଃସୁରିଆର୍ ରଃଜା ରବା ବଃଡ୍ ସଃୟିନ୍ଦଃଳ୍ ସଃଙ୍ଗ୍ ଲାକିସାରୁ ଜିରୁସାଲେମ୍କେ ହିଜିକିଅ ରଃଜା ହାକ୍ ହଃଟାୟ୍ଲା। ଆର୍ ସେ ଦବାମଃନାର୍ ହଃଦାର୍ ବାଟ୍ଉହ୍ରାର୍ ହାଣି କୁଣ୍ଡ୍ନାଳ୍ ଚଃମେ ଟିଆ ଅୟ୍ଲା। 3 ତଃବେ ହିଲ୍କିଅର୍ ହୟିସି ଇଲିୟାକିମ୍ ନାଉଁଆର୍ ରଃଜାର୍ ଗଃରାର୍ ମୁଳିକା ଆର୍ ସିବ୍ନ ଲେକୁ ଆର୍ ଆସପାର୍ ହୟିସି ଜୟାହ ନାଉଆର୍ ହୁର୍ବ୍କଃତା ଲେକୁ ବାରୟ୍ ତାର୍ହାକ୍ ଆୟ୍ଲାୟ୍। 4 ତଃବେ ରବ୍ସାକି ସେମଃନ୍କେ କୟ୍ଲା, ଅଃବେ ତୁମିମଃନ୍ ହିଜିକିଅକେ କଃଉଆ, ଅଃସୁରିଆର୍ ରଃଜା ଇ କଃତା କଃଉଁଲା ତୁମି ଇରି ଜୁୟ୍ରି ସଃତ୍ କଃରୁଲାସ୍? ସେରି କଃନ୍କା ବିସ୍ୱାସ୍? 5 ମୁଁୟ୍ ବୁଜାଉଁଲେ ଜୁଜ୍ କଃରୁକେ ତୁମାର୍ କୁଟ୍ କଃର୍ତାର୍ ଆର୍ ବଃଳ୍ ଚୁଚାହଲ୍ୟା; ତୁମି ତାକେ ଆସ୍ରକଃରି ମକେ ବିରଦ୍ କଃରୁଲାସ୍। 6 ଦଃକା ତୁମି ଇ ସୁର୍ଲିବୁଟାର୍ ଡାଙ୍ଗ୍ହର୍ ମିସର୍ ଉହ୍ରେ ଆସ୍ର କଃରୁଲାସ୍; ମଃତର୍ କେଏ ତାର୍ ଉହ୍ରେ ଆଉଜି ନୟ୍ଲେକ୍ ତାର୍ ଆତେ ବୁସି ଅୟ୍ଦ୍; ଜୁୟ୍ମଃନ୍ ମିସ୍ରିୟ ରଃଜା ପାର ଉହ୍ରେ ଆସ୍ର କଃର୍ତି; ସଃବୁ ଲକେ ସେ ଇ ରଃକମ୍ କଃରେଦେ। 7 ମଃତର୍ ଜଃବେ ତୁମି ମକେ କଃଉଆସ୍, ଅଃମିମଃନ୍ ଇସ୍ୱର୍ ଅଃମାର୍ ମାପୁର୍କେ ଆସ୍ର ରଃକିଆଚୁ; ତଃବେ ହିଜିକିଅ ଜାର୍ ଉଚ୍ଟାଣ୍ ଆର୍ ଜାର୍ ବେଦି ନଃସ୍ଟ୍ କଃରିଆଚେ, ଆର୍ ଜିଉଦାକେ ଆର୍ ଜିରୁସାଲେମ୍କେ କୟ୍ଆଚେ, ତୁମିମଃନ୍ ଇ ବେଦି ମୁଆଟି ଜୁଆର୍ କଃରାସ୍, ସେ କାୟି ଇସ୍ୱର୍ ନୟ୍? 8 ଇତାକେ ମୁୟ୍ ଜୁଆର୍ କଃରୁଲେ ମର୍ ମାଲିକ୍ ଅଃସୁରିଆର୍ ରଃଜା ସଃଙ୍ଗ୍ ଜୁଜ୍କଃରା ମୁୟ୍ ତୁମିକେ ଦୁଇ ଅଃଜାର୍ ଗଳା ଦଃୟ୍ନ୍ଦ୍, ଜଃଡେବଃଳ୍ ତୁମି ହାରାସ୍ ତଃବେ ସେମଃନାର୍ ଉହ୍ରେ ଚଃଗୁକେ ତୁମାର୍ ଲକ୍ ଆଣା। 9 ତଃବେ କଃନ୍କଃରି ତୁମି ମର୍ ମାଲିକାର୍ ଦାସ୍ମଃନାର୍ ବିତ୍ରେ ଗଟେକ୍ ସାନ୍ ଗନର୍କେ ମଃନାକଃରୁ ହାରାସ୍, ଆର୍ ରଃତ୍ ଆର୍ ଗଡ଼ା ଚଃଗୁମଃନାର୍ ଗିନେ ମିସର୍ ଉହ୍ରେ ବିସ୍ୱାସ୍ କଃରାସ୍? 10 ମୁଁୟ୍କାୟ୍ ଇସ୍ୱର୍ ବିନା ଇ ଟାଣ୍କେ ନଃସ୍ଟ୍ କଃରୁକେ ଆସି ଆଚି? ଇସ୍ୱର୍ ମକେ କୟ୍ଲା, ଇ ଦେସ୍ ବିରୁଦେ ଜାୟ୍ ନାସ୍କଃର୍। 11 ଇତି ଇଲିୟାକିମ୍ ଆର୍ ସିବ୍ନ ଆର୍ ଜୟାହ୍ରବ ସାକିକି କୟ୍ଲା ଗଃଉଆରି କଃରୁଲେ, ତୁୟ୍ ଆରାମିୟା ବାସାୟ୍ ନିଜାର୍ ଦାସ୍ମଃନ୍କେ କଃଉ; କାୟିତାକ୍ ବଃଲେକ୍ ଅଃମି ସେରି ବୁଜୁଲୁ; ଆର୍ କଃତିଉହ୍ରାର୍ ଲକ୍ମଃନାର୍ କାନେ ଅଃମିମଃନ୍କେ ଜିଉଦି ବାସାୟ୍ କଃଉନାୟ୍। 12 ମଃତର୍ ରବାକି ସେମଃନ୍କେ କୟ୍ଲା, ମର୍ ମାଲିକ୍ କି ତୁମାର୍ ମାଲିକ୍ ଆର୍ ତୁମିକେ ଇ ସଃବୁ କଃତା କଃଉଁକେ ହଃଟାୟ୍ଆଚେ? ଇ ସଃବୁ ଲଃକ୍ମଃନ୍ ତୁମିମଃନାର୍ ସଃଙ୍ଗ୍ ନିଜାର୍ ନିଜାର୍ ଗାତ୍ରା କାଉଁକେ ଆର୍ ମୁତ୍ ସୁରୁକେ କଃତି ଉହ୍ରେ ବଃସିଆଚ୍ତି, ସେମଃନାର୍ ହାକ୍ ମକେ ହଃଟାୟ୍ ନଃକେରେ? 13 ତଃବେ ରବ୍ସାକି ଟିଆ ଅୟି ଆଉଲିଅୟ୍ ଜିଉଦି ବାସାୟି କଃତା କୟ୍ଲା, ତୁମିମଃନ୍ ମହାରଃଜା ଅଃସୁରିଆର୍ ରଃଜାର୍ କଃତା ସୁଣା। 14 ରଃଜା ଇ କଃତା କଃଉଁଲା, ତୁମିମଃନ୍କେ ହିଜିକିୟ ବୁଲ୍କାୟ୍ଦ୍ ମଃନ୍ ଦିଆସ୍ନାୟ୍; କାୟିତାକ୍ ବଃଲେକ୍ ସେ ତୁମିକେ ରଃକ୍ୟା କଃରୁ ନାହାରେ। 15 ଇସ୍ୱର୍ ବାୟ୍ଦ୍ରେ ଅଃମିମଃନ୍ କେଏ ରଃକ୍ୟା କଃରେଦ୍ ଆର୍ ଇ ଗଃଳ୍ ଅଃସୁରିଆ ରଃଜାର୍ ଆତେ ନଃଜାୟ୍, ଇ କଃତା କୟ୍ ହିଜିକିୟ ତୁମିକେ ଇସ୍ୱରାର୍ ତଃୟ୍ ସଃତ୍ ନଃକେରାଉଅ। 16 ହିଜିକିୟର୍ କଃତା ସୁଣା ନାୟ୍; କାୟିତାକ୍ବଃଲେକ୍ ଅଃସୁରିଆ ରଃଜା ଇ କଃତା କଃଉଁଲା, ତୁମିମଃନ୍ ମର୍ ସଃଙ୍ଗ୍ ମିସା ମର୍ ହାକ୍ ବାରୟ୍ଆସା ହଃତି ଲକ୍ ନିଜାର୍ ନିଜାର୍ ଅଃଙ୍ଗୁର୍ ହଃଳ୍ ଆର୍ ହଃତିଲକ୍ ନିଜାର୍ ନିଜାର୍ ଡୁମୁର୍ ହଃଳ୍ କାହା ଆର୍ ହଃତିଲକ୍ ନିଜାର୍ ନିଜାର୍ କୁଇଁକାଲାର୍ ହାଣି କାହା। 17 ସଃରାସଃରି ମୁୟ୍ ଆସି ତୁମିମଃନାର୍ ନିଜାର୍ ଦେସ୍ ହର୍ ଗଟେକ୍ ଦେସ୍କେ ବଃଲେକ୍ ତାସ୍ ଆର୍ ଅଙ୍ଗୁର୍ ରଃସାର୍ ଦେସ୍ ଆର୍ ରୁଟି ଅଙ୍ଗୁର୍ ହଃଳ୍ ହଃଳ୍ତା ଦେସ୍କେ ତୁମିକେ ନଃୟ୍ନ୍ଦ୍। 18 ଇସ୍ୱର୍ ଅଃମିକେ ରଃକ୍ୟା କଃରେଦ୍ ବଃଲି ହିଜିକିଅ ତୁମିକେ ଜଃନ୍କଃରି ବୁଲ୍କାୟ୍ ନଃକେରେ, ସେତାକେ ଜଃଗ୍ରାତ୍। ନାନା ଗସ୍ଟିର୍ ଦେବ୍ତାମଃନ୍ କୁୟି ଦେବ୍ତା ହେଁ କାୟି ଅଃସୁରିଆ ରଃଜାର୍ ଆତେ ହୁଣି ନିଜାର୍ ଦେସ୍ ରଃକ୍ୟା କଃରିଆଚେ? 19 ହମାତର୍ ଆର୍ ଅର୍ପଦର୍ ଦେଉତାମଃନ୍ କଃୟ୍? ସପର୍ବିୟମ୍ ଦେଉତାମଃନ୍ କଃୟ୍? ସେମଃନ୍ ମର୍ ଆତେ ହୁଣି ରଃକ୍ୟା କଃରି ଆଚ୍ତି? 20 ଇ ଦେସାର୍ ଦେବ୍ତାମଃନାର୍ ବିତ୍ରେ କୁୟି ଦେଉତାମଃନ୍ ମର୍ ଆତେ ହୁଣି ଜିରୁସାଲେମ୍କେ ରଃକ୍ୟା କଃରି ଆଚେ, ଜୁୟି ଇସ୍ୱର୍ ମର୍ ଆତେ ହୁଣି ଜିରୁ ସାଲେମ୍କେ ରଃକ୍ୟା କଃରେଦ୍? 21 ମଃତର୍ ଲଃକ୍ମଃନ୍ ଚିମ୍ରା ଅୟ୍ରିଲାୟ୍, ତାକେ ହଃଦେକ୍ ହେଁ ଉତୁର୍ ନଃକେଲାୟ୍; କାୟିତାକ୍ବଃଲେକ୍ ଉତୁର୍ ନଃଦିଆ ବଃଲି ରଃଜାର୍ ଆଦେସ୍ ରିଲି। 22 ତଃବେ ହିଲ୍କିୟର୍ ହୟିସି ଇଲିୟାକିମ୍ ନାଉଁଆର୍ ରଃଜାର୍ ଗଃରାର୍ ମୁଳିକା ଆର୍ ସିବ୍ନ ଲେକ୍ତା ଲକ୍ ନିଜାର୍ ନିଜାର୍ ବଃସ୍ତର୍ ଚିରି ହିଜିକିୟ ହାକ୍ ଆସି ରବାକିର୍ କଃତାମଃନ୍ ତାକେ ଜାଣାୟ୍ଲା।
Publicidade
Isaías 36
ଜିଉଦା ଉହ୍ରେ ଆସୁରିର୍ ଅଃଦିକାର୍
Veja também
Publicidade