1 ଏ ଇସ୍ୱର୍ ତୁୟ୍ ମର୍ ସଃତାର୍ ଇସ୍ୱର୍; ମୁୟଁ ତର୍ ଜଃଜ୍ମାନ୍ କଃରିନ୍ଦ୍, ମୁୟଁ ତର୍ ନାଉଁଏ ସଃର୍ଦା କଃରିନ୍ଦ୍; କାୟିତାକ୍ ବଃଲେକ୍ ତୁୟ୍ କାବାଅଃଉତା ଜଃଜନା କଃରି ଆଚ୍ସି, ତୁୟ୍ ସେକାଳେ ଜାୟ୍ରି କୟ୍ ରିଲିସ୍, ସେରି ଜଃବାଉ ସଃତ୍ ଅୟିଆଚେ। 2 ତୁମି ଗଃଳ୍କେ ଗଟେକ୍ କାତ୍ଗାଦା କଃରିଆଚ୍ସି କଃତିବେଳ୍ଲା ଗଃଳ୍କେ ତୁୟ୍ କୁଳୁପ୍ ନାସ୍ କଃରିଆଚ୍ସି; ବିଦେସିମଃନାର୍ ମେଳ୍କେ ବଃସ୍ଳାୟ୍ ନଃସ୍ଟ୍ କଃରିଆଚ୍ସି, ସେରି ଆର୍ କଃବେହେଁ ତିଆର୍ ଅୟ୍ନଃକେରେ। 3 ଇତାର୍ଗିନେ ସଃକ୍ତି ଗସ୍ଟିମଃନ୍ ଆର୍ ମୁର୍କିୟା ଗସ୍ଟି ତୁମାର୍ ଜଃଜ୍ମାନ୍ କଃର୍ତି। 4 ଇନସ୍ତା ଆର୍ ଦରିଦ୍ର ଲକାର୍ ଆସ୍ର, ଇନସ୍ତାଲକାର୍ ବିବ୍ତିବଃଳ୍ ଅଃଟୁଆ ଆସ୍ର, ମୁର୍କିୟା ଲକାର୍ ହୁଣ୍ଡ୍ତା ହଃବନ୍, ବାଉହାଣି ହର୍, ମେଳ୍ମୁଣ୍ଡା ଲାଗ୍ତାବଃଳ୍ ଟେବାଉତା ଆସ୍ରଟାଣ୍ ଅୟ୍ଦେ, କଃରା ଟେବାଉତା ସିତ୍ଳି ଅୟିଆଚେ। 5 ସୁକ୍ଲାଦେସାର୍ କଃରାର୍ ତଃହାତ୍କେ ଦୁରି କଃଲାହର୍, ବିଦେସିମଃନାର୍ ଉରାଟୁକେ ଦୁରି କଃର୍ସି; ମେଗେ ଚାୟ୍ ଜଃନ୍କଃରି ଗରମ୍କେ ସିତୁଳ୍ କଃରେଦ୍, ମୁର୍କିୟା ଲକମଃନ୍କାର୍ ଗିତ୍କେ ବଃନ୍ଦ୍ କଃରାଜାୟ୍ଦ୍।
6 ଆରେକ୍, ସଃୟିନ୍ ଅଃଦିକାରି ଇ ହର୍ବାତ୍ ଉହ୍ରେ ତାର୍ ଲକମଃନ୍କାର୍ ଗିନେ ନିକ କାଦିର୍ ଗଟେକ୍ ବଜି ଦଃୟିଦ୍, ସେ ବଜି ଟାଣେ ହଃର୍ନା ଅଃଙ୍ଗୁର୍ ରଃସ୍, ବଃସ୍ ରେତା ନିକ ମାସ୍, ନିର୍ମୁଳ୍ ହଃର୍ନା ଅଙ୍ଗୁର୍ ରଃସାର୍ ଗଟେକ୍ ବଜି ଅୟିଦ୍। 7 ଆର୍ ସଃବୁ ଗସ୍ଟିମଃନାର୍ ଉହ୍ରେ ଜୁଣ୍ ଅଡ୍ଣା ହଃଳି ଆଚେ ଆର୍ ସଃବୁ ଦେସାର୍ଲକ୍ ମଃଳ୍ଉହ୍ରେ ଜୁଣ୍ ବଃସ୍ତର୍ ଡାହି ଅୟିଆଚେ, ସେରି ସେ ହର୍ବାତ୍ ଉହ୍ରେ ନାସ୍କଃରେଦ୍। 8 ସେ ମଃର୍ନକେ କାଳ୍କାଳ୍ ହଃତେକ୍ ଦୁରି କଃରେଦ୍ ଆର୍ ମାପୁର୍, ସଃବୁଲକାର୍ ଆକିର୍ ଆସୁ ହୁଚିଦଃୟିଦ୍ ଆର୍ ସଃବୁ ହୁର୍ତିବି ହୁଣି ନିଜାର୍ ଲକମଃନ୍କାର୍ ଜୁଣ୍ ଦୁକ୍ ରିଲି ସେରି ଦୁରି କଃରେଦ୍; କାୟିତାକ୍ ବଃଲେକ୍ ଇସ୍ୱର୍ ଇରି କୟ୍ଆଚେ। 9 ଆରେକ୍, "ସେ ଦିନ୍ ଲଃକ୍ମଃନ୍ ଇ କଃତା କଃଉତି, ଏ ଅଃମାର୍ ଇସ୍ୱର୍; ଅଃମିମଃନ୍ ତକେ ବୁତେକ୍ ଦିନ୍ଦଃରି ଜାଗିରିଲୁ, ଅଃମିମଃନ୍ କଃଲା କାମାର୍ ହାହ୍କେମା ହାୟ୍ଁ ସଃର୍ଦାଅୟ୍ ଉଲାସ୍ କଃରୁନ୍ଦ୍।"
10 ଇ ହର୍ବାତ୍ ଉହ୍ରେ ମାପୁର୍ ଆତ୍ ରଃୟ୍ଦ୍, ଆର୍ ଜଃନ୍କଃରି ଆଡାକଣା କାତ୍ଗାଦାୟ୍, ହାଣିୟେ, ହାଦ୍ ତଃଳେ ମାଡା ଜାୟିଦ୍, ସେହର୍ ମୟାବ୍ ଗଃଳ୍କେ ମାଡା ଜାୟିଦ୍। 11 ଆରେକ୍, ହଃଉଁର୍ତା ଲକ୍ ଜଃନ୍କଃରି ଆତ୍ ଲାମାୟିଦ୍, ମୟାବର୍ ଲଃକ୍ମଃନ୍ ସେହର୍ ଆତ୍ ଲାମଉତି; ମଃତର୍ ଗଃର୍ବ୍ ଗିନେ ତାର୍ ଆତ୍ ଚାଳ୍ନାକେ ନଃସ୍ଟ୍ କଃରେଦ୍। 12 ଆରେକ୍, ଇସ୍ୱର୍ ଲକମଃନ୍କାର୍ ଉଚ୍କଃତି ଆର୍ ଆସ୍ରଟାଣ୍ ସଃବୁକେ ନିପାତ୍ କଃରେଦ୍ ଆର୍ ସେରି ବୁୟେଁ ଡୁଳାୟ୍ କଃରି ଦୁଳିୟେ ମିସାୟିଦ୍।