1 ଦମେସକ୍ ଉହ୍ରେ ଗଃଟ୍ତା ବିବ୍ତି ବିସୟ୍ କୟିଲାର୍, ବାବ୍ବାଣି ଦମେସକ୍ ଆରେକ୍ ଗଃଳ୍ ଅୟ୍ନଃରେୟ୍, ସେରି ବଃସମ ଅୟ୍ଦ୍, ଆର୍ ଅଃବ୍କା ବଃସମ୍ ଅୟ୍ଲା କଃତି କୁଳାୟ୍ ଅୟି ରଃୟ୍ଦ୍। 2 ଅରୟର୍ ଗଃଳ୍କେ ଲଃକ୍ମଃନ୍ ଚାଡିଆଚ୍ତି; ସେସଃବୁ ହଃସୁମଃନ୍କାର୍ ଗିନେ ଅୟ୍ଦ୍, ଆର୍ ସେମଃନ୍ ସେଟାଣେ ସଃଉତି, ଆର୍ ସେମଃନ୍କେ କଃଦୁକେ କେଏ ନଃରେତି। 3 ଆରେକ୍, ଇପ୍ରିୟମ୍ ଗଃଳ୍ ଆର୍ ଦମେସକାର୍ ସଃବୁ ରାୟିଜ୍ ଆର୍ ଅରାମର୍ ଆଦେକ୍ ରାୟିଜ୍ କୁଳୁପ୍ନାସ୍ ଅୟିଦ୍; ସେମଃନାର୍ ଅଃଦିକାରି ଇସ୍ୱର୍ କଃଉଁଲା, ସେସଃବୁ ଇସ୍ରାଏଲାର୍ ଲକ୍ମଃନ୍କାର୍ ନାଉ ଡାକ୍ହୁଟା ଗିନେ ଅୟ୍ଦ୍। 4 ଆରେକ୍, ସେ ଦିନ୍ ଜାକୁବାର୍ ଜଃଜ୍ମାନ୍ ଉଣା ଅୟିଦ୍ ଆର୍ ତାର୍ ବଃଡ୍ ବଃଡ୍ହାଣ୍ ଉତ୍ରି ଜାୟ୍ଦ୍; 5 ଆରେକ୍, ଜଃନ୍କଃରି ତାସ୍ କାଟ୍ତା ଲକ୍ ହଃଦାର୍ ତାସ୍ ଆରାୟ୍ଦ୍ ଆଣ୍ତାବଃଳ୍ ଆର୍ ତାର୍ ଆତ୍ ସଃଙ୍ଗ୍ କେଡ୍ କାଟ୍ତାବଃଳ୍, ରପାୟ୍ମ୍ ହଃଦାୟି ତାସ୍ କାଟ୍ତାବଃଳ୍ ଜଃନ୍କଃରି ଗଃଟିରିଲି ସେନ୍କଃରି ଗଃଟେଦ୍। 6 ଜେହର୍ ଜିତ୍ଗଃଚାର୍ ହଃଳ୍ କଳିକଃରି ନିଲା ହଃଚେ ଜଃନ୍କଃରି ତାର୍ ଡେଙ୍ଗ୍ କଃନ୍ଦାୟ୍ ଜୁଳେକ୍ କି ତିନିଗଟ୍ ହଃଳ୍ ରଃୟିଦ୍ ଆର୍ ବୁତେକ୍ ହଃଳ୍ ଦଃରିରିଲା ଗଃଚାର୍ କଃନ୍ଦାୟ୍ ଚାରି ହାଞ୍ଚ୍ଗଟ୍ ହଃଳ୍ ରଃୟିଦ୍, ସେହର୍ ତାର୍ ଅଃଳହଃଳ ବାଗ୍ ରଃୟିଦ୍, ଇରି ଇସ୍ୱର୍ ଇସ୍ରାଏଲାର୍ ମାପୁର୍ କଃଉଁଲା। 7 ସେଦିନ୍ ଲକମଃନ୍ ସେମଃନ୍କାର୍ ଉବ୍ଜାଣ୍ କାରିକେ ଜାଣ୍ତି ଆର୍ ସେମଃନ୍କାର୍ ଆକି ନିର୍ମୁଳ୍ ଦଃର୍ମ୍ ମାପୁର୍ ଉହ୍ରେ ହଃଳେଦ୍। 8 ସେମଃନ୍ ଆରେକ୍ ନିଜାର୍ ଆତେ ହାଜ୍ଲା ହୁଜାବେଦି ଉହ୍ରେ ମଃନ୍ ନଃଦେତି, ଆରେକ୍ ନିଜାର୍ ଆଙ୍ଗଟିଏ ହାଜ୍ଲା ଆସେରା ମୁର୍ତି ଉହ୍ରେ କି ବେଳ୍ ଦେବତାକେ ମଃନ୍ଦଃୟ୍ ନଃକେର୍ତି। 9 ସେଦିନ୍ ତାର୍ ସଃକ୍ତି କାରି ମେଳ୍ମୁଣ୍ଡା ଇସ୍ରାଏଲ୍ ଲକମଃନ୍କାର୍ ଡିରେ ବଃନାର୍ ଆର୍ ହଃର୍ବାତାର୍ ଉହ୍ରେ ହୁଣି, ଚାଡି ହଃଳାୟ୍ଲା ଟାଣ୍ ହର୍ ଅୟ୍ଦ୍ ଆର୍ ଗଃଳ୍ ବଃସମ୍ ଅୟିଦ୍। 10 କାୟିତାକ୍ ବଃଲେକ୍ ତୁମି ନିଜାର୍ ମୁକ୍ତିକାରି ଇସ୍ୱର୍କେ ହାସ୍ରି ଆଚାସ୍ ଆର୍ ନିଜାର୍ ସଃକ୍ତିକାରି ଇସ୍ୱର୍ ଜେ ତୁମିମଃନ୍କାର୍ ରଃକ୍ୟାକାରି ସେ ବିସୟେ ତୁମିମଃନ୍ ହାସ୍ରିଜଃଉଁଲାସ୍; ଇତାର୍ଗିନେ ତୁମିମଃନ୍ ସୁନ୍ଦୁର୍ସୁନ୍ଦୁର୍ ବଃନ୍ଅଙ୍ଗୁର୍ କଃନ୍ଦା ଆଣି ଲାଗାଉଁଲାସ୍। 11 ତୁମି ହଃଳା ଲାଗାଉତା ଦିନ୍ ସେତିର୍ ଚାରି ବାଟ୍ୟା ବାଳ୍ ବୁଣୁଲାସ୍ ଆର୍ ସଃକାଳ୍ ବେଳାୟ୍ ତୁମିମଃନ୍ ସେ ହଃଳାକେ ହୁଲ୍ ହୁଟ୍ତାର୍ ଦଃକୁଲାସ୍; ମଃତର୍ ଦୁକ୍ ଆର୍ ସଃମ୍ବାଳୁ ନଃହାର୍ତା କଃସ୍ଟବଃଳ୍ ହଃଳ୍ କଃରାପ୍ ଅୟ୍ଦ୍। 12 ବାରେ ଗାଦାଗୁଳି ଗସ୍ଟିମଃନାର୍ ଉରାଟୁ ଅଃଉତାର୍, ସେମଃନ୍ ସଃମୁନ୍ଦାର୍ ଗଃର୍ଜାଣ୍ ହର୍ ଉଲ୍ଗାଟ୍ଅୟ୍ କାନ୍ଦୁଲାୟ୍; ଗାଦାଗୁଳି ଦେସାର୍ ଲକ୍ ମାଡିଆସୁଲାୟ୍, ସେମଃନ୍ ଜେହର୍ ବଃଡ୍ ଗାଡାର୍ ଉଲାଳ୍ହାଣି ହର୍ ମାଡି ଆସୁଲାୟ୍। 13 ବିନ୍ବିନ୍ ଦେସାର୍ ଲଃକ୍ମଃନ୍, ବଃଡ୍ ହାଣିଉଲାଳ୍ ଚାହିଆଣ୍ଲା ହର୍ ଆସୁଲାୟ୍; ମଃତର୍ ମାପୁର୍ ସେମଃନ୍କେ ଡିରାୟିଦ୍, ତଃବେ ସେମଃନ୍ ଦୁରିହୁଣି ହଃଳାୟ୍ଜାତି ଆର୍ ବାଉବଃତାସ୍ ଦୁଳି ହର୍, ଆର୍ ଚୁରାଗାଲି ତଃୟ୍ ଦୁଳି ଉଡ୍ଲା ହର୍ ସେମଃନ୍ ଅପ୍ମାନ୍ ହାଉତି। 14 ଜାଣା, ସଃଞ୍ଜ୍ ବେଳା ସେମଃନ୍ ଡିରାଉତି ଆର୍ ସଃକାଳ୍ ଅଃଉତା ଆଗ୍ତୁ ସେମଃନ୍ ନଃରେତି। ସେରି ହଃକା ଅଃମାର୍ ଜୁରିଆକାରିର୍ ଦଃସା।
Publicidade
Publicidade