1 ଏ ଗା ବାବିଲନାର୍ ଦଃଙ୍ଗ୍ଳି ନଃଉତା କଃନ୍ୟା, ତୁୟ୍ ଉତ୍ରି ଦୁଳାୟ୍ ବଃସ୍; ଏ ଗା କଲଦିର୍ କଃନ୍ୟା, ସିଙ୍ଗାସଣ୍ ନୟ୍କଃରି ବୁୟେଁ ବଃସ୍; କାୟିତାକ୍ବଃଲେକ୍ ତୟ୍ ଆର୍ କଃଉଁଣା ଆର୍ ଦଃଙ୍ଗ୍ଳି ବଃଲାୟ୍ ନଃଉସି। 2 ଜଃତା ନଃୟ୍ ମଃଣ୍ଡିଆ ରୁଚ୍, ତର୍ ମୁଣ୍ଡ୍ଅଡ୍ଣା କାଡ୍, ହଃଚ୍ୟା କାଡି ହଃକାଉ, ହାଦ୍ ଉଗାଳା ଚାଡ୍; ଗାଡେବାଟେ ଇଣ୍ଡିକଃରି ଜାଆ। 3 ତର୍ ନଃଗ୍ଳା ଜାଣା ହଃଳେଦ୍, ହେଁ ତର୍ ଲାଜାର୍ ବିସୟ୍ ଦଃକାଜାୟିଦ୍ ଆର୍ ବାଦ୍ଲା ନଃୟ୍ନ୍ଦ୍, ଆର୍ କାର୍ ଗଃଉଆରି ସୁଣି ନଃକେରି। 4 ଅଃମିମଃନାର୍ ମୁକ୍ତିକାରି ଇସ୍ରାଏଲାର୍ ଦଃର୍ମି ଇସ୍ୱର୍ ସଃୟ୍ନ୍ମଃନ୍କାର୍ ଅଃଦିକାରି। 5 ଏଗା କଲ୍ଦିୟମଃନାର୍ କଃନ୍ଯା ତୁୟ୍ ଅଃନ୍ଦାରେ ଜାୟ୍ ତୁନ୍ହଃଳି ବଃସ୍; କୟିତାକ୍ବଃଲେକ୍ ରାୟ୍ଜ୍ମଃନାର୍ ସାସନ୍ କାରିଣି ରାଣି ବଃଲି ଆର୍ ତର୍ ନାଉ ଡାକ୍ ନଃହୁଟେ। 6 ମୁୟ୍ ନିଜାର୍ ଲକ୍ମଃନ୍କେ ରିସା ଅୟି ନିଜାର୍ ଅଃଦିକାର୍ ବିଟାଳ୍ କଃଲେ ଆର୍ ତର୍ ଆତେ ସେମଃନ୍କେ ସଃର୍ହି ଦିଲେ; ତୁୟ୍ ସେମଃନ୍କେ କିଚି ଦଃୟା ଦଃକାୟ୍ ନଃକେଲିସ୍; ତୁୟ୍ ବୁଡା ଲକାର୍ ଉହ୍ରେ ତୁମାର୍ ଜିଅଡିର୍ ବଃଡ୍ ବଜ୍ କଃରି ସଃଙ୍ଗାୟ୍ଲିସ୍। 7 ଆର୍ ତୁୟ୍ କଃଲିସ୍ ଅଃମି ସଃବୁବଃଳ୍ ରାଣି ଅୟି ରେଉଁନ୍ଦ୍; ଇତାକେ ସଃବୁ ବିସୟେ ମଃନ୍ ନଃଦିଲାସ୍ କି ସେତିର୍ ସେସ୍ ହଃଳ୍ ଏତାୟ୍ ନଃକେଲାସ୍। 8 ଇତାକ୍ ଏ ସୁକ୍ବଗ୍କାରି, ଅଃବେ ଇରି ସୁଣ୍, ତୁୟ୍ ବିନା ଡିରେ ବାସ୍କଃରି ମଃନେ ମଃନେ କଃଉଁଲିସ୍ ଅଃମି ଆଚୁ; ଅଃମିକେ ଚାଡି ଆର୍ କେଏ ନାୟ୍; ଅଃମି ରାଣ୍ଡି ହର୍ ବଃସୁ ନଃଚୁଆଁ, କି ହଅହିଲା ନାୟ୍ଲାର୍ ଜାଣୁ ନଃଚୁଆଁ। 9 ମଃତର୍ ହଅହିଲା ନାୟ୍ଲାର୍ ଆର୍ ରାଣ୍ଡି ବଃଲି ଇ ଜଳେକ୍ ଜାକ୍ ଅଃକାସଃଙ୍ଗ୍ ଜଳେକ୍ ଗଃଟେଦ୍; ତୁମାର୍ ଗୁଣିଆ ହାଣ୍ ଆର୍ ମଃୟାବି ରିଲେକ୍ହେଁ ସେ ଜଳେକ୍ ତୁମିକେ ସଃମାନ୍ ଅଃକା ସଃଙ୍ଗ୍ ଗଃଟେଦ୍। 10 କାୟିତାକ୍ବଃଲେକ୍ ତୁମି ଦୁସ୍ଟ୍ ଉହ୍ରେ ଆସ୍ର କଃରୁଲାସ୍; ତୁମି କୟ୍ଆଚାସ୍; କେଏ ଅଃମିକେ ଦଃକି ନଃକେରେ, ତୁମାର୍ ଗିଆନ୍ ବିଦ୍ୟା ତୁମିକେ ବିନ୍ ବାଟ୍ ନଃୟ୍ଆଚେ; ଆର୍ ତୁମି ନିଜାର୍ ମଃନେ ମଃନେ କୟ୍ଆଚାସ୍; ଅଃମି ଆଚୁ ଅଃମିକେ ଚାଡି ଆରେକ୍ ନାୟ୍। 11 ସେତାକେ ଦଃସା ଗଃଟେଦ୍ ତୁମି ସେତିର୍ ଆସ୍ତାର୍ ନଃଜାଣାସ୍; ଆର୍ ତୁମାର୍ ଉହ୍ରେ ବିବ୍ତି ହଃଳେଦ୍, ତୁମି ସେରି ଦୁର୍କଃରୁ ନାହାରାସ୍; ଆର୍ ଜାୟ୍ରି ତୁମି ଜାଣୁ ନାହାରୁଲାସ୍, ଇ ହର୍ ନାସ୍ ତୁମିକେ ଗଃଟେଦ୍। 12 ତୁମି ହିଲାବଃଳ୍ ହୁଣି ନିଜାର୍ ଜୁୟି ମଃୟାବି ଆର୍ ଗୁଣିଆ କାମେ କଃସ୍ଟ କଃରି ଆସୁଲାସ୍, ଅଃବେ ସେରି ମଃନେଜାଣା। କେଜାଣ୍ ଅଃଉଁହାରେ ତୁମି ଉହ୍କାର୍ ହାଉଁ ହାରାସ୍, କେଜାଣ୍ ତୁମି ଜିତୁ ହାରାସ୍। 13 ତୁମି ନିଜାର୍ ବେସି କୁଟ୍ହାଣେ ତାକି ଜାୟ୍ଆଚ୍ସି; ଅଃବେ ତାରାଦଃକୁମଃନ୍, ତାରା ଦଃକୁକ୍ ନିଜାର୍ ସୁବ୍କଃଉତା ଲକ୍ମଃନ୍ ଟିଆ ଅଃଉଅତ୍ ଆର୍ ତୁମିକେ ଜାୟ୍ଜାୟ୍ରି ଗଃଟେଦ୍ ସେତି ତୁମିକେ ରଃକ୍ୟା କଃରତ୍। 14 ଦଃକା ସେମଃନ୍ କୁଟାହର୍ ଅଃଉତି; ଜୟ୍ ସେମଃନକେ ହଡାୟ୍ଦ୍; ସେମଃନ୍ ଜୟେ ହୁଣି ନିଜ୍କେ ରଃକ୍ୟା କଃରୁ ନାହାର୍ତି। ସେରି ବେସି ଦାଗ୍ ଦଃୟ୍ଦ୍; ଇଙ୍ଗ୍ରା କି ସେତି ରିଲା ବଃସୁକେ ଜୟ୍ହର୍ ନୟ୍। 15 ଜୁୟି ବିସୟେ ତୁମି କଃସ୍ଟ କଃରିଆଚାସ୍, ସେରିମଃନ୍ ତୁମିକେ ଅଃନ୍କାର୍ ଅୟ୍ଦ୍; ତୁମାର୍ ବେଣ୍ଡିଆବଃଳ୍ ହୁଣି ଜୁୟ୍ମଃନ୍ ତୁମାର୍ ସଃଙ୍ଗ୍ ବେପାର୍କଃରି ଆଚ୍ତି, ସେମଃନାର୍ ଏଣେ ତେଣେ ବୁଲିବୁଲି ନିଜାର୍ ଟାଣେ ଜାତି, ତୁମିକେ ରଃକ୍ୟା କଃରୁକେ କେଏ ନଃରେୟ୍।
Publicidade
Publicidade