1 ଏ ନିଜାର୍ ଜୁରିଆ ନଃକେଲେକ୍ ହେଁ ତୁମି ଜୁରୁଲାସ୍ ଆର୍ ଲଃକ୍ମଃନ୍ ତୁମିକେ ଟକି ନଃକେଲେକ୍ ହେଁ ତୁମି ଟକୁଲାସ୍, ତୁମି ନାସ୍ଗଃଲା ଲଃକ୍ମଃନ୍ ତୁମି ଚରିକଃରି ସେସ୍ କଃଲା ହଃଚେ ତୁମିକେ ଚର୍ତି ଆର୍ ଟକ୍ଲା ହଃଚେ ଲଃକ୍ମଃନ୍ ତୁମିକେ ଟକ୍ତି। 2 ହେଁ ଇସ୍ୱର୍ ଅଃମିକେ ଦଃୟାକଃର୍, ଅଃମିମଃନ୍ ତକେ ଜାଗିଆଚୁ; ତୁୟ୍ ହଃତି ସଃକାଳ୍ ସେମଃନାର୍ ଡେଣା ହର୍ ଅଃଉ, ବିବ୍ତି ବଃଳ୍ହେଁ ଅଃମିମଃନାର୍ ମୁକ୍ତିକାରି ଅଃଉ। 3 ବେଲ୍କି ସଃବଦେ ଗସ୍ଟିର୍ ଲଃକ୍ମଃନ୍ ହଃଳାୟ୍ଲାୟ୍, ତୁୟ୍ ଉଟ୍ଲାକେ ବିନ୍ ଦେସାର୍ ଲଃକ୍ମଃନ୍ ହଃଳାୟ୍ଲାୟ୍। 4 ଜଃନ୍କଃରି ଜିଟ୍କା, ରୁଣ୍ଡାୟ୍ଦ୍ ସେହର୍ ତୁମିମଃନ୍ ସେନ୍ ତୁମାର୍ ଚର୍ଲାର୍ ରୁଣ୍ଡାଉଆସ୍; ଜଃନ୍କଃରି ଜିଟ୍କାମଃନ୍ ଏକ୍ସଃଙ୍ଗେ ମାଡିଜାତି ସେନ୍କଃରି ଲଃକ୍ମଃନ୍ ସେଉହ୍ରେ ଡଗାଉତି। 5 ଇସ୍ୱର୍ ସଃବ୍କେ ଉଟ୍ୟା; କାୟିତାକ୍ ବଃଲେକ୍ ସେ ସଃର୍ଗେ ବାସ୍ କଃରେଦ୍; ସେ ସିନୟ୍କେ ନ୍ୟାୟ୍ବିଚାର୍ ଆର୍ ଦଃର୍ମି ହୁର୍ନ୍ କଃରିଆଚେ। 6 ଆର୍ ତର୍ବଃଳ୍ ସୁସ୍ତା ଅୟ୍ଦ୍; ମୁକ୍ତିର୍, ଗିଆନାର୍, ଆର୍ ବୁଦିର୍ ଅଃଦିକ୍ ଅୟ୍ଦ୍; ଜିଅବାର୍ ବିସୟେ ଡିର୍ତାର୍ ବଃଣ୍ଡାରାର୍ କୁଚିକାଡା। 7 ଦଃକା ସେମଃନାର୍ ସାନ୍ତି କଜ୍ତା ଦୁତ୍ମଃନ୍ ହଃଦାୟି କାନ୍ଦୁଲାୟ୍; ମିସାଣ୍ କଜ୍ତା କବୁର୍କାରିଆ ବେସି ରଃଦନ୍ କଃରୁଲାୟ୍। 8 ରଃଜାର୍ ବାଟ୍ ସଃବୁ ନଃର୍ନୟ୍ଲାର୍, ଇଣ୍ଡ୍ତା ଲକ୍କେ ହେଁ ନାୟ୍; ସେ ନିୟମ୍ ବାଙ୍ଗିଆଚେ, ସେ ବଃସ୍ତିସଃବୁକେ ନିଚ୍କଃରିଅଚେ ମାନାୟ୍କେ ଗଃଣିତା ନଃକେରେ ସେ ମାନାୟିକେ ନଃଜାଣେ। 9 ଦେସ୍ କାନ୍ଦିକାନ୍ଦି ବାଙ୍ଗିହଃଳି ଆଚେ, ଲିବାନନ୍ ଲାଜ୍ହାୟ୍ ସୁକିଗଃଲିଆଚେ, ସାରଣ୍ବଃନ୍ ମରୁବଃଟାହର୍ ଅୟିଆଚେ ଆର୍ ବାସନ୍ ଆର୍ କର୍ମିଲ୍ ହଃର୍ବାତାର୍ ହଃତାର୍ ସଃବୁ ଜାଳିଅଃଉଁଲି।
10 ମାପୁର୍ କଃଉଁଲା ମୁଁୟ୍ ଅଃବେ ଉଟିନ୍ଦ୍, ମୁଁୟ୍ ଅଃବେ ନିଜ୍କେ କଃତେକ୍ ଜଃଜ୍ମାନାର୍ ଦଃକାୟ୍ନ୍ଦ୍। 11 ତୁମିମଃନାର୍ ଜଜ୍ନାସଃବୁ ମଲ୍ନାୟ୍ଲାର୍ ଜଜ୍ନା କଃରୁଲାସ୍ ଆର୍ ଜାୟ୍ରି ସଃବୁ ତୁମି କଃରୁଲାସ୍ ଲଳାକେ ନାୟ୍ଲାର୍ ମର୍ ଆତ୍ମା ଜୟ୍ ହର୍ ସେରି ତକେ ନାସ୍ କଃରେଦ୍। 12 ଆର୍ ଗସ୍ଟିମଃନ୍ ହଡ୍ଲା ଚୁନ୍ ହର୍ ଆର୍ ଜୟେ ହଡ୍ଲା କାଟା ହର୍ ଅଃଉତି। 13 ଏ ଦୁରେ ରିଲା ଲଃକ୍ମଃନ୍, ତୁମିମଃନ୍ ଅଃମି କଃଲା କାମାର୍ କଃତା ସୁଣା; ଆର୍ ଲଃଗେ ରିଲା ଲଃକ୍ମଃନ୍, ତୁମିମଃନ୍ ଅଃମାର୍ ସଃକ୍ତି କଃତେକ୍ ମାନା 14 ସିୟନେ ହାହିମଃନ୍ ଡିରି ଆଚ୍ତି ଅଃଦଃର୍ମିମଃନ୍କେ ସଃଙ୍ଗେ ସଃଙ୍ଗେ ଚଃମ୍କା ହଃସିଆଚେ। ଅଃମିମଃନାର୍ ବିତ୍ରେ କେଏ ସଃବୁ କାୟ୍ଜାତାର୍ ଜୟେ ବାସ୍କଃରୁ ହାରେ? ଅଃମିମଃନାର୍ ବିତ୍ରେ କେଏ ଜୁଗ୍ଜୁଗାର୍ ବିସ୍ଜଃଳାୟ୍ ବାସ୍ କଃରୁ ହାରେ? 15 ଜୁୟି ନ୍ୟାୟ୍ ବାଟେ ଚାଲେଦ୍ ଆର୍ ଜେ ସଃଳ୍କ୍ କଃତା କୟ୍ଦ୍ ଜୁୟି ଚର୍ଲାର୍ ଇଚା ନଃକେରେ ଆର୍ ଲାଚ୍ ନଃୟ୍ନଃକେରେ, ଜେ ନଃର୍ମାର୍ତାର୍ କଃତା ସୁଣୁକେ ନିଜାର୍ କାନ୍ ମୁଦେଦ୍ ଆର୍ କଃରାପ୍ କାମ୍ କଃରୁକେ ଆକି ବଃନ୍ଦ୍ କଃରେଦ୍, କଃରାପ୍ ବିସୟ୍ ଦଃକୁକେ ଆକି ଲୁମେଦ୍। 16 ସେ ଉଚ୍ଟାଣେ ବାସ୍ କଃରେଦ୍; ହର୍ବାତ୍ ମଃନାର୍ ଦୁର୍ ଟାଣାର୍ ଦୁର୍ଗ୍ ହର୍ ଅୟ୍ଦ୍; ତାକେ କାଉଁକେ ଦିଆଜାୟିଦ୍, ତାକେ ହାଣିର୍ କଃତାର୍ ନୟ୍।
17 ତୁମାର୍ ଆକି ଆରେକ୍ ରଃଜାକେ ତାର୍ ସୁନ୍ଦୁରେ ଦଃକେଦ୍; ଗଟେକ୍ ଦୁର୍ ଦେସ୍ ଦଃକେଦ୍। 18 ତୁମାର୍ ମଃନ୍ ଡିର୍ତା ବିସୟେ ବାବେଦ୍; ସେ ଗଃଣ୍ନାକାରି କେଏ? ସଃୟ୍ନ୍ ଜାଗ୍ତା ମେଳ୍ କେଏ ଦଃକିଆଚେ? 19 ତୁମି ସେ ଦୁରାର୍ ଗସ୍ଟି ବଃଲେକ୍ ଜୁୟ୍ମଃନାର୍ ନଃବୁଜ୍ତା ବାସା ତୁମି ଜାଣୁକ୍ ନାହାର୍ଲାସ୍, ଜୁୟ୍ମଃନାର୍ ବିଦେସି ବାସା ତୁମି ବୁଜୁ ନାହାର୍ଲାସ୍, ସେ ଗସ୍ଟିକେ ଆର୍ ଦଃକୁ ନାହାରାସ୍। 20 ଅଃମିମଃନାର୍ କୁଟୁମ୍ଟାଣ୍ ପବିତ୍ର ସିୟନ୍ ଗଃଳ୍କେ ଦଃକା; ତୁମାର୍ ଆକି ସୁସ୍ତା ବଃସ୍ତି ଟାଣ୍ ଜିରୁସାଲେମ୍କେ ଦଃକେଦ୍, ସେରି ଅଃଟୁଆ ତୁମ୍ହର୍, ସେତିର୍ କୁଟ୍ମଃନ୍ କଃବେ ଉଟ୍କି ନୟ୍,କି ସେତିର୍ ଡର୍ କଃବେ ଚିଡିନଃଜାୟ୍। 21 ମଃତର୍ ସେତି ଇସ୍ୱର୍ ବିରହାଣେ ଅଃମିମଃନାର୍ ହାକ୍ ରଃୟ୍ଦ୍; ସେ ଆସାର୍ ଗାଡ୍ ଆର୍ ଜଃର୍ନିଆ ହାଣିନାଳ୍ ହର୍ ଅୟ୍ଦ୍ ସେଟାଣେ କାୟିହେଁ ହଃଉର୍ତା ଡଙ୍ଗା ଜଃଉଁ ନାହାରେ, କି ବୟ୍ଙ୍କାର୍ ଜାଜ୍ ସେତି ଲଃଙ୍ଗୁ ନାହାରେ। 22 କାୟିତାକ୍ବଃଲେକ୍ ଇସ୍ୱର୍ ଅଃମାର୍ ବିଚାର୍ କାରି, ଇସ୍ୱର୍ ଅଃମାର୍ ବିଦି ଦାତା, ଇସ୍ୱର୍ ଅଃମିମଃନାର୍ ରଃଜା, ସେ ଅଃମିମଃନାର୍ ମୁକ୍ତି କଃରେଦ୍। 23 ତୁମାର୍ ପାଲ୍ଡର୍ ସଃବୁ ଡିଲା ଅୟିଆଚେ, ସେରି ସଃବୁ ନିଜାର୍ ପାଲ୍ଡର୍ ଆର୍ ପାଲକେ ଅଃସାର୍ କଃରୁନାହାର୍ଲି; ସଃଡେବଃଳ୍ ଚରି ଜିନିସ୍ ବାଗ୍ କଃରାଅୟ୍ଲି; ଚଟା ମାନାୟ୍ ଚରି ଜିନିସ୍ ଦଃର୍ଲା। 24 ସିଅନେ ବାସ୍କଃର୍ତା ଲକ୍ ମୁୟ ସୁସ୍ତ୍ନାୟ୍ ବଃଲି ବାସ୍କଃଲା ଲକ୍ କଃଉଁ ନାହାରେ; ସେତି ବାସ୍କଃଲା ଲକ୍ମଃନାର୍ ଦସ୍ କେମା କଃରାଜାୟ୍ଦ୍।