1 ଏ ମାପୁର୍ କଃଉଁଲା ଜୁୟ୍ମଃନ୍ ବିରଦିମଃନ୍ କୁଟ୍କଃର୍ତି ମଃତର୍ ମୁଁୟ୍ କଃଲାର୍ ନୟ୍; ଜୁୟ୍ମଃନ୍ ହାହ୍ ଉହ୍ରେ ହାହ୍କଃରୁକେ ଡାହିକଃରି ଆରେକ୍ ଡାହ୍ତି ମଃତର୍ ମର୍ ଆତ୍ମାୟ୍ ନୟ୍, ସେମଃନ୍ ଦଃଣ୍ଡାର୍ ଜୟ୍ଗ୍ ଲକ୍ମଃନ୍। 2 ସେମଃନ୍ ମକେ ନଃହେଚାରି ପାରର୍ବଃଳେ ନିଜ୍କେ ସଃକ୍ତି କଃରୁକେ ଆର୍ ମିସରାର୍ ସିତ୍ଳିଏ ଆସ୍ର ନେଉଁକେ ମିସର୍କେ ଜଃଉଁକେ ବାରୟ୍ ଆଚ୍ତି। 3 ଇତାକେ ତୁମିମଃନାର୍ ଅଃପର୍ବଃଳ୍ ଲାଜାର୍ କଃତା ଅୟ୍ଦ୍, ଆର୍ ମିସରାର୍ ସିତ୍ଳିଏ ଆସ୍ର ନେତାର୍ ତୁମିମଃନାର୍ ନାମର୍ତା ନାୟ୍ଲାର୍ ଅୟ୍ଦ୍। 4 କାୟିତାକ୍ ବଃଲେକ୍ ତାର୍ ମୁଳିକାମଃନ୍ ସୟର୍ ତଃୟ୍ ଆଚ୍ତି ଆର୍ ତାର୍ ଦୁତ୍ମଃନ୍ ହାନେସକେ ଆସିଆଚ୍ତି। 5 ଜୁୟ୍ଗୁସ୍ଟି ସେମଃନାର୍ ଉହ୍କାର୍ କଃରୁ ନାହାର୍ତି ସେମଃନାର୍ ବିସୟେ ସେ ସଃବୁଲକ୍ ଲାଜ୍ହାଉତି, ସେ ଗୁସ୍ଟି ଉହ୍କାର୍ କାରି ଗସ୍ଟି ନୟ୍ ମଃତର୍ ଲାଜ୍ ଆର୍ ନାମର୍ତା ବୁଡ୍ଲା ଗୁସ୍ଟି ସେମଃନ୍। 6 ଦକିଣ୍ଦିଗାର୍ ହସୁମଃନାର୍ ବିସୟେ ମାପୁରାର୍ ବାବ୍ବାଣି କୟିଲାର୍, ଜୁୟ୍ଟାଣେ ହୁଣି ବେଣ୍ଡିଆ ଆର୍ ବୁଡା ସିମାବାଗ୍, କାଳ୍ସାହ୍ ଆର୍ ଉଡ୍ତା ଅଃଗ୍ନିସାହ୍ ଆସ୍ତି ଇ ହର୍ ବିବ୍ତି ଆର୍ କଃସ୍ଟ ହାଉତା ଦେସ୍ ଦଃୟି ଜୁୟ୍ମଃନାର୍ ଗିନେ ସେମଃନାର୍ ଉହ୍କାର୍ ନୟ୍ ଇହର୍ ଗଟେକ୍ ଗୁସ୍ଟି ହାକ୍ ସେମଃନ୍ ବେଣ୍ଡିଆ ଗଃଦ କଃନ୍ଦେ ନିଜାର୍ ଦଃନ୍ ଆର୍ ଉଟ୍ମଃନାର୍ ହିଟି ଉହ୍ରେ ନିଜାର୍ ଦଃନ୍ ବଃୟିନେତା। 7 କାୟିତାକ୍ ବଃଲେକ୍ ମିସର୍ ମିଚେ ଆର୍ ତିନି ହଲ୍ୟାୟ୍ ଉହ୍କାର୍ କଃରେଦ୍; ଇତାର୍ ଗିନେ ତାକେ କାମ୍ନଃକେରି ବଃସିରେତା ରାହବ ବଃଲି ନାଉ ଦେୟ୍ଆଚି।
8 ଅଃବେ ଜାଆ ଆର୍ ସେମଃନାର୍ ମୁଁଏ ସେରି ଲେକ୍ ଆର୍ ସେରି ଜଃନ୍କଃରି ଆସୁଲା ଦିନେ, ସଃବୁ ଦିନାର୍ ହାଁୟ୍ ରଃୟ୍ଦ୍, ଇତାର୍ ଗିନେ ତାକେ ଗଟେକ୍ ଟେଳାହାଟାୟି ସେରି ଲେକ୍। 9 କାୟିତାକ୍ ବଃଲେକ୍ ସେମଃନ୍ ବିରଦି ଗୁସ୍ଟି, ମିଚୁଆମଃନ୍, ସେମଃନ୍ ଜିଅବାର୍ ବିଦିକେ ସୁଣୁକେ ମଃନ୍ନଃକେର୍ତି। 10 ସେମଃନ୍ ଦଃର୍ସନ୍ ଦଃକ୍ତା ଲକେ କଃଉତି, ତୁମିମଃନ୍ ଦଃକାନାୟ୍ ଆର୍ ବାବ୍ବାଦିକେ କଃଉତି, ତୁମିମଃନ୍ ଅଃମାର୍ ହାକ୍ ସଃତ୍କଃତା ପର୍ଚାର୍ କଃରାନାୟ୍, ଅଃମିମଃନ୍କେ କଃଉଁଣା କଃତା କଃଉଆ ଆର୍ ବୁଲା କଃତା ପର୍ଚାର୍କଃରା। 11 ତୁମିମଃନ୍ ବାଟେହୁଣି ବାରୟ୍ ଜାହା, ବାଟ୍ଚାଡା, ଇସ୍ରାଏଲାର୍ ପବିତ୍ର ଇସ୍ୱର୍ ନାଉ ଅଃମାର୍ ମୁଁଏ ହୁଣି ଦୁର୍କଃରା। 12 ଇତାକେ ଇସ୍ରାଏଲାର୍ ପବିତ୍ର ଇସ୍ୱର୍ ଇ କଃତା କଃଉଁଲା, ତୁମିମଃନ୍ ଇ କଃତା ବଃର୍ସା କଃରୁଲାସ୍, ଗୁର୍ନା ଆର୍ ବିରଦିର୍ କଃତା ମାନୁଲାସ୍। 13 ତୁମିମଃନ୍ ଉଚ୍ କଃତି ବାଙ୍ଗି ଅଦୁର୍ଲା ଟେଳାହର୍ ବାଙ୍ଗିହଃଳେଦ୍ ତୁମି ବାଙ୍ଗି ଜାତା ଉଚ୍ କଃତିକୁଡ୍ ହର୍, ନଃଜାଣ୍ନେ ବାଙ୍ଗି ଜାହାସ୍। 14 ଆରେକ୍ ଜଃନ୍କଃରି କୁମ୍ବାରାର୍ ଡକା ଜଃନ୍କଃରି ବାଙ୍ଗୁକେ ଅୟ୍ଦ୍, ସେନ୍କଃରି ସେ କିଚି ଦଃୟା ନଃକେରି ସେରି ଗୁଣ୍ଡ୍କଃରି ସେ ବାଙ୍ଗିହଃକାୟ୍ଦ୍ ସେତିର୍ କଃଣ୍ଡେକ୍ ଜୟ୍କେ କୁଣ୍ଡେହୁଣି ହାଣି ନିଲାହର୍ କଃଣ୍ଡେକ୍ ଜିକ୍ରା ସେତିର୍ ନଃମିଳେ। 15 କାୟିତାକ୍ ବଃଲେକ୍ ଇସ୍ୱର୍ ଜୁଗ୍ଜୁଗାର୍ ଇସ୍ୱର୍ ଇସ୍ରାଏଲାର୍ ଦଃର୍ମି କୟ୍ଲା, ବାଉଳା ଆର୍ ସୁସ୍ତାବାବେ ଆସ୍ର କଃରା ତଃବେ ତୁମିମଃନ୍ ସଃକ୍ତି ଆର୍ ବିବ୍ତି ନାୟ୍ଲାର୍ ଅଃଉଆସ୍, ମଃତର୍ ତୁମି ଇରି କଃରୁକେ ନଃଚୁଲାସ୍। 16 ମଃତର୍ ତୁମିମଃନ୍ କୟ୍ଲାସ୍ ଅଃମିମଃନ୍ ଗଳାଚଃଗି ହଃଳାଉଁନ୍ଦ୍, ସେତାକେ ତୁମିମଃନ୍ ବଃନ୍ବାସି ଅଃଉଆସ୍, ଆରେକ୍ କୟ୍ଲାସ୍ ଅଃମିମଃନ୍ ଜଃବର୍ ଦଃବୁଳ୍ତାର୍ ହସୁ ଉହ୍ରେ ଚଃଗୁଆଁ; ଇତାକେ ତୁମାର୍ ହଃଚେ କଃଦ୍ତା ଲକ୍ ଅଃଦିକ୍ ଦଃବୁଳ୍ତି। 17 ଗଟେ ଲକ୍ ଦଃମ୍କି ଦିଲେକ୍ ସୟେଲକ୍ ହଃଳାଉତି ହାଞ୍ଚଲକାର୍ ଦଃମ୍କିଏ ସଃବୁଲକ୍ ହଃଳାଉତି; ତଃବେ ତୁମିମଃନ୍ ହର୍ବାତ୍ ଟିହେ ଗଟେକ୍ ଚିନ୍ହର୍ ଆର୍ କୁହୁଲି ଉହ୍ରେ ଜଃଜା ହର୍ ସଃରାସଃରି ରିଆସ୍। 18 ଆର୍ ସେତାର୍ଗିନେ ଇସ୍ୱର୍ ଇମଃନାର୍ ଗିନେ ଦଃୟା କଃରୁକେ ଜାଗେଦ୍, ଆର୍ ସେତାର୍ଗିନେ ତୁମିମଃନ୍କେ ଦଃୟାକଃରୁକେ ଉହ୍ରି ଅୟ୍ଦ୍, କାୟିତାକ୍ ବଃଲେକ୍ ଇସ୍ୱର୍ ନ୍ୟାୟ୍ବିଚାର୍କାରି ଇସ୍ୱର୍ସେ; ଜୁୟ୍ମଃନ୍ ତାକେ ଜାଗ୍ତି ସେମଃନ୍ ଦନ୍ୟ।
19 ହେଁ, ଜିରୁସାଲମେ ବାସ୍କଃର୍ତା ସିୟନାର୍ ଲକ୍ ତୁମି ଆରେକ୍ କାନ୍ଦି ନଃକେରାସ୍; ତୁମାର୍ କାନ୍ଦ୍ଣା ସୁଣି, ସେ ଦଃୟା କଃରେଦ୍; ସେ ସୁଣ୍ଲା ଦାହ୍ରେ ସେ ଉତୁର୍ଦଃୟ୍ଦ୍। 20 ଆରେକ୍ଜଦି ଇସ୍ୱର୍ ତୁମିକେ ଦୁକାର୍ କାଦି ଆର୍ କଃସ୍ଟାର୍ ହାଣି ଦଃୟ୍ଦ୍ ଅୟିଲେକ୍ ହେଁ ତୁମାର୍ ଗୁରୁମଃନ୍ ଗୁପ୍ତ୍ ନଃରେତି। ମଃତର୍ ତୁମାର୍ ଆକି ତୁମାର୍ ଆକି ଗୁରୁମଃନ୍କେ ଦଃକେଦ୍। 21 ଆରେକ୍ କାତାବାଟ୍ କି ଡେବ୍ରିବାଟ୍ ବାଉଳ୍ତା ବଃଳ୍ ତୁମାର୍ କାନ୍ ତୁମାର୍ ହଃଚେ ହୁଣି ସୁଣେଦ୍। ଇରି ବାଟ୍ ଇରି ତୁମିମଃନ୍ ଇ ବାଟେ ଚାଲା। 22 ଆର୍ ତୁମିମଃନ୍ ନିଜାର୍ ରୁହା ମୁର୍ତିମଃନ୍କେ ଡାଳାୟ୍ଲାର୍ ଆର୍ ଚଃଚେ ଡାଳାୟ୍ଲାର୍ ସନାର୍ ମୁର୍ତିମଃନ୍ ବଃସ୍ତର୍ ବିଟାଳ୍କଃରାସ୍; ତୁମି ସେ ସଃବୁକେ ବିଟାଳ୍ଜିନିସ୍ ହର୍ ହଃକାଉଆସ୍; ତୁମି କଃଉଆସ୍ ଇତି ହୁଣି ବାରୟ୍ଜାଆ। 23 ଆରେକ୍ ଜଃମିଏ ବୁଣୁକେ ସେ ତୁମାର୍ ବିଆନ୍ ଗିନେ ବଃର୍ସା ମାରାୟ୍ଦ୍; ବୁୟେଁ ହାକ୍ଲା କାଦି ଦଃୟ୍ଦ୍ ଆର୍ ସେରି ନିକ ଆର୍ ଜଃବର୍ ଅୟ୍ଦ୍; ସେଦିନ୍ ତୁମାର୍ ହସୁମଃନ୍ ଅଃସାର୍ ବଃଟାୟ୍ ଚଃର୍ତି। 24 ଆର୍ ଜଃମିଏ ତାସ୍କଃର୍ତା ବଃୟିଲ୍ ଆର୍ ବେଣ୍ଡିଆ ଗଃଦ୍ମଃନ୍ ଚାଲାଣାୟ୍ ଆର୍ କୁଲାୟ୍ ହୁଣ୍ଲା ହୁରାଟ୍ରି ମିସିକଃରି ରିଲା କାଦି କାତି। 25 ଆର୍ ଜୁୟି ବାଉହାଣି କଃତିମଃନ୍ ବାଙ୍ଗିଜାୟିଦ୍ ସେଦିନ୍ ହଃତି ଉଚ୍ହଃର୍ବାତେ ହୁଣି ଆର୍ ହଃତି ଉଚ୍ ଡଙ୍ଗ୍ରେ ହୁଣି ଗାଡ୍ ଆର୍ ଜଃର୍ନା ହାଣି ଅୟ୍ଦ୍। 26 ଆର୍ ଜୁୟ୍ଦିନ୍ ଇସ୍ୱର୍ ନିଜାର୍ ଲଃକ୍ମଃନ୍ ଗାଉ ବାନ୍ଦେଦ୍ ଆର୍ ମାଡ୍ ଅୟ୍ଲା ସେମଃନାର୍ ଗାଉ ଉଜ୍କଃରେଦ୍ ସେଦିନ୍ ଜନାର୍ ଉଜାଳ୍ବେଳାର୍ ଉଜାଳ୍ ହର୍, ଆର୍ ବେଳାର୍ ଉଜାଳ୍ ସାତ୍ଦିନାର୍ ଉଜାଳ୍ ହର୍ ସାତ୍ଗୁଣ୍ ଅୟ୍ଦ୍।
27 ଦଃକା ଜିଅବାର୍ ନାଉ ତାର୍ ରିସାୟ୍ କଃଚୁଲି ଆର୍ ଜଃବର୍ ଦୁଆଁ ଉଟି ଦୁରି ହୁଣି ଆସୁଲି। ତାର୍ ଅଟି ରିସାୟ୍ ହୁରୁଣ୍ ଅୟିଆଚେ ଆର୍ ତାର୍ ଜିବ୍ସଃବୁ ହଡାଉତା ଜୟ୍ହର୍ ଅୟିଆଚେ। 28 ଆର୍ ତାର୍ ହୁଣ୍ଡ୍ତା ବାଉ ଗାଡାର୍ ଉଲାଳ୍ ଆସ୍ତା ହାଣି ହର୍ ସଃବୁ ଦେସାର୍ ଲକ୍ମଃନ୍କେ ଅସାର୍ ଜାଣାୟି ଚାଲାଉଁକେ ସେରି ଟଟି ହଃତେକ୍ ଉଟୁଲି; ଆର୍ ଗୁସ୍ଟିମଃନାର୍ ତମ୍ଣାୟ୍ ବୁଲ୍କାଉତାର୍ ବାକୁର୍ ଦିଆ ଜାୟ୍ଦ୍। 29 ପବିତ୍ର ହଃର୍ବ୍ ମାନ୍ତା ରାତି ଜଃନ୍କଃରି, ସେ ହର୍ ତୁମିମଃନ୍ ଗିତ୍ କଃଉଆସ୍; ଆର୍ ଲଃକ୍ମଃନ୍ ଜଃନ୍କଃରି ମାପୁର୍ ତାର୍ ହଃର୍ବାତ୍କେ ଇସ୍ରାଏଲାର୍ ଡଙ୍ଗ୍ରେ ଜଃଉଁକେ ସୁର୍ଲି ବାଜାୟିଜାତି ସେହର୍ ତୁମିମଃନାର୍ ମଃନ୍ ସଃର୍ଦା ଅୟ୍ଦ୍। 30 ଆର୍ ଇସ୍ୱର୍ ନିଜାର୍ ଅଃଦିକ୍ ରିସାର୍ ଆର୍ ସଃବୁ ହଡାଉତା ଜୟ୍, ହଃବନ୍, ବଃର୍ସା,ଆର୍ କଃରାହାଣି ସେରି ନିଜାର୍ ଜଃଜ୍ମାନ୍ ଡାକ୍ରା ସୁଣାୟ୍ଦ୍ ଆର୍ ନିଜାର୍ ଆତାର୍ ସଃକ୍ତି ଦଃକାୟ୍ଦ୍। 31 କାୟିତାକ୍ ବଃଲେକ୍ ମାପୁର୍ ଡାକେ ଅଃସୁରିଆ ରାୟଜ୍ କଃଣ୍ଡ୍କଃଣ୍ଡ୍ ଅୟି ବାଙ୍ଗେଦ୍, ସେ ତାକେ ଡାଙ୍ଗେ ମାରେଦ୍। 32 ଆର୍ ଜୁୟି ଟିକ୍କଃଲା ଡାଙ୍ଗ୍ ଇସ୍ୱର୍ ତାର୍ଉହ୍ରେ ମାରେଦ୍, ତଃବେ ମାର୍ତାବଃଳ୍ ସଃବୁ ବଃଳ୍ ମଃର୍ଦଳ୍ ଆର୍ ସାର୍ଙ୍ଗି ବାଜେଦ୍ ଆର୍ ସେମଃନାର୍ ସଃଙ୍ଗ୍ ବଃଡ୍ଜୁଜ୍ କଃରେଦ୍। 33 କାୟିତାକ୍ ବଃଲେକ୍ ତଃହାତ୍ ଅଃଗ୍ନି କୁଣ୍ଡ୍ ହୁର୍ବେ ହୁଣି ତିଆର୍ ଅୟିଆଚେ ଆର୍ ସେରି ରଃଜାର୍ ଗିନେ ତିଆର୍ ଅୟିଆଚେ; ସେ ତାକେ ଗବିର୍ ଆର୍ ଅସାର୍ କଃରି ଆଚେ, ସତେର୍ ଇଙ୍ଗ୍ରାଗାଦା ଆର୍ ଦାରୁଗାଦା ଆର୍ ଜିଅବାର୍ ହୁକ୍ତା ଗନ୍ଦକ୍ ସେତି ଜାୟ୍ ଜୟ୍ଲାଗେଦ୍।