1 ଜିରୁସାଲମ୍ ବିସୟେ ବାବ୍ବାଣି କୟିଲାର୍ ନାଗେବ ମରୁବଃଟାର୍ ବିସୟେ ଆସ୍ତା ଦିନେ ଗଃଟ୍ତା କବୁର୍। ସେରି ଦଃକିଣ୍ ଦିଗ୍ଟାଣୁ ଗଟେକ୍ ବୟ୍ଙ୍କାର୍ ଚୁରାଗାଲି ବାଉହର୍, ଗଟେକ୍ ଦେସେ ହୁଣି ଆସୁଲି। 2 ମୁୟି ଦଃକୁଲେ ଗଟେକ୍ ବୟ୍ଙ୍କାର୍ ଦୁକାର୍ ଗଃଟ୍ଣା ଗଃଟେଦ୍; ବିସାସ୍କଃରି ବିସାସେ ବିସ୍ ଦିଲାହର୍ କଃରେଦ୍ ଆର୍ ଚର୍ ଚରି କଃରୁଲା; ଏ ଏଲମ୍ ଜାଆ ଜୁଜ୍କଃର୍, ଏ ମାଦିୟ ତର୍ ସଃୟିନ୍ମଃନ୍କାର୍ ସଃଙ୍ଗ୍ ଗଃଳ୍କେ ଜୁଜ୍ କଃରି ଆରାଉଆ। ମୁୟି ସେ ଗଃଳକେ ଦୁକ୍ ଆର୍ କଃତାର୍ ଦୁର୍ କଃରିଆଚି। 3 ମୁୟି ଦଃର୍ସନ୍ ଦଃକୁଲେ ହିଲାର୍ନି ମାୟ୍ଜିର୍ ଦୁକାହର୍ ଦୁକା ମକେ ଦଃରିଆଚେ; ମୁୟି ଇହର୍ ଡିରୁଲେ ଜେ, ସୁଣୁକ୍ ନଃହାରୁଲେ; ଇହର୍ ଦୁକେ କାନ୍ଦୁଲେ ଜେ ଦଃକୁ ନଃହାରୁଲେ। 4 ମର୍ ହୁର୍ଦ୍ ଦୁକ୍ଦୁକ୍ ଅଃଉଁଲି, ଡିରେ ମୁୟି ବେସି ତଃର୍ବଃର୍ ଅଃଉଁଲେ; ଜୁଣ୍ ସଃଞ୍ଜ୍ ବେଳା ମୁୟି ଇଚା କଃଲା, ସେରି ମକେ ତଃର୍ବଃର୍ କଃରୁଲି। 5 ସେମଃନ୍ ଟେବୁଲ୍ ସଃଜ୍ କଃରୁଲାୟ୍, ସେମଃନ୍ ଜାଗୁଆଳି ବାଚ୍ତି, ସେମଃନ୍ କାଦି କାତି, ସେମଃନ୍ ସୁର୍ତି; ଏ ସଃୟ୍ନ୍ମୁଳିକା, ଉଟା, ଅବିସେକ୍ ଚିକଣ୍ ଲାଗାଉଆ। 6 କାୟିତାକ୍ ବଃଲେକ୍, ଇସ୍ୱର୍ ମକେ ଇ କଃତା କୟ୍ ଆଚେ, ଜାଆ, ଗଟେକ୍ ଜାଗୁଆଳିକେ ବାଚ୍; ସେ ଜୁୟ୍ରି ଦଃକେଦ୍, ସେରି କଃଉଅ; 7 ଆରେକ୍, ସେ ଜଃଡେବଃଳ୍ ଗଟେକ୍ ଦଃଳ୍ ସଃୟିନ୍, ଦୁୟ୍ଲକ୍ ଲେକା ଗଳାଇ ବଃସିରିଲାର୍, ଗଟେକ୍ ଦଃଳ୍ ଗଃଦ ଉହ୍ରେ ବଃସ୍ଲାର୍ ଆର୍ ଗଟେ ଦଃଳ୍ ଉଟ୍ ଉହ୍ରେ ଚଃଗ୍ଲାର୍ ଦଃକାସ୍, ସେଡେବଃଳ୍ ବେସି ଜାଗ୍ରତ୍ ଅୟି କାନ୍ଦଃୟ୍ ସୁଣ୍। 8 ସେତାକ୍ ସେ ସିମାବାଗ୍ ହର୍ ଉଚ୍ ସଃବଦ୍କଃରି କୟ୍ଲା, "ଏ ମାପୁର୍, ମୁୟି ଦିନ୍ବଃଳ୍ ଜାଗୁଆଳିମଃନ୍ ଜାଗ୍ତା ମେଳ୍ମୁଣ୍ଡା ଉହ୍ରେ ଟିଆ ଅୟି ଜାଗି ରଃୟ୍ନ୍ଦ୍ ଆର୍ ହଃତି ରାତିୟେ ମୁୟି ନିଜାର୍ ଜାଗ୍ତା ଟାଣେ ଜାଗ୍ରତ୍ ଅୟ୍ରଃୟିନ୍ଦ୍।" 9 ଆରେକ୍ ଦଃକା, ଇତି ଗଟେ ଦଃଳ୍ ଲକ୍ ଆର୍ ଗଳା ଚାଲାଉ ସଃୟିନ୍ମଃନ୍ ଆସୁଲାୟ୍। ତାର୍ହଃଚେ ଗଟେକ୍ ଦୁତ୍ ଆସି କୟ୍ଲା, ବାବିଲ୍ ଆରିଆଚେ ଆର୍ ବାବିଲ୍ କୁଳୁପ୍ନାସ୍ ଅୟିଆଚେ; ତାର୍ ମୁର୍ତି ସଃବୁ ବାଙ୍ଗି ମାଟିୟେ ମିସି ଆଚେ। 10 ଜିସାୟ୍ କୟ୍ଲା, "ଏ ମର୍ ଇସ୍ରାଏଲ୍ମଃନ୍ ତୁମି କଟାରେ ଦାନ୍ମଃଳ୍ଲା ହର୍ ଅଃଉତା ଲଃକ୍ମଃନ୍ ନିର୍ମୁଳ୍ ଲକ୍ ମାପୁର୍ ସଃକ୍ତିକାରି ତଃୟ୍ହୁଣି ଜାୟ୍ରି ସୁଣିଆଚି ସେରି ତୁମିକେ ଜାଣାୟ୍ଲେ।"
11 ଇଦମ୍ ବିସୟେ ଆସ୍ତାଦିନେ ବାବ୍ବାଣି କୟିଲାର୍। ଗଟ୍ଲକ୍ ସେରିଆ ତଃୟ୍ହୁଣି ମକେ କୁଦି କୟ୍ଲା, ଜାଗୁଆଳି କଃତିରାତି ଅୟ୍ଲି? ଜାଗୁଆଳି କଃତିରାତି ଅୟ୍ଲି? 12 ଜାଗୁଆଳି କୟ୍ଲା, "ସଃକାଳ୍ ଆସୁଲି ଆର୍ ରାତି ହେଁ ଆସୁଲି; ତୁମିମଃନ୍ ଜଦି ହଃଚାରାସ୍ ତଃବେ ହଃଚାରା; ତୁମିମଃନ୍ ବାଉଳି ଆସା।"
13 ଆରବ୍ ବିସୟେ ଇସ୍ୱରାର୍ କବୁର୍, ଏ ଦଦାନିୟ୍ ଜାତାଦଃଳ୍, ତୁମିମଃନ୍ ଆରବ୍ ବନ୍ ବିତ୍ରେ ରାତିକଃଟାଉଆସ୍। 14 ଜୁୟି ଲକ୍ ସସେ ରିଲା ସେମଃନ୍ ତାର୍ ହାକ୍ ହାଣି ଆଣ୍ଲାୟି ତେମା ରାୟ୍ଜାର୍ ଲକ୍ କାଦି ନଃୟ୍ ହଃଳାୟ୍ ଜାତା ଲକେ ହାଣି ନଃୟ୍ ଦିଲାୟ୍ 15 କାୟିତାକ୍ ବଃଲେକ୍ ସେମଃନ୍, କଃଣ୍ଡାଦାରେ ହୁଣି, ଦଃଣୁକାଣ୍ଡେ ହୁଣି, ଗଟେବଃର୍ସ୍ ରୟ୍ କଃସ୍ଟ ଦେତା ଜୁଜେ ହୁଣି ରଃକ୍ୟା ହାଉଁକେ ହଃଳାୟ୍ଲାୟ୍। 16 ଜୁୟିତାର୍ ଗିନେ ମାପୁର୍ ମକେ କୟ୍ଆଚେ, "ଗତିଲକାର୍ ବଃର୍ସ୍ ହର୍ ଗଟେବଃର୍ସ୍ ବିତ୍ରେ କେଦରାର୍ ସଃବୁବଃଳ୍ ବାଙ୍ଗିଜାୟିଦ୍; 17 ଆର୍ କେଦର୍ ବଂଉଁସାର୍ ବିରମଃନ୍ ବିତ୍ରେ ଉଣାଲକ୍ ଦଃଣୁ ଦଃରି ଜୁଜ୍ କଃର୍ତା ଲକ୍ ଉବ୍ରି ରେତି। ଇସ୍ରାଏଲାର୍ ଇସ୍ୱର୍ ଇରି କୟ୍ ଆଚେ।