1 ଦଃକା ମାପୁର୍ ଆତ୍ ଚଟ୍ ଅୟି ନଃକେରେ ଜେ ସେରି ମୁକ୍ତି କଃରୁ ନଃହାରେ, ଆର୍ ତାର୍ କାନ୍ ବଃୟ୍ରା ଅୟି ନଃକେରେ ଜେ ସେ ନଃସୁଣେ। 2 ମଃତର୍ତୁମାର୍ ହାହ୍ ସଃବୁ ତୁମାର୍ ତୁମାର୍ ଇସ୍ୱରାର୍ ବିତ୍ରେ ଦୁର୍ କଃରି ଆଚେ, ତୁମିମଃନାର୍ ହାହ୍ ସଃବୁ ତୁମିମଃନାର୍ ତଃୟ୍ହୁଣି ତର୍ ମୁଁ ଲୁକାୟ୍ଆଚେ, ସେତାକ୍ ସେ ନଃସୁଣେ। 3 କାୟିତାକ୍ ବଃଲେକ୍ ତୁମିମଃନାର୍ ଆତ୍ ବଃନିୟେ ଆର୍ ତୁମାର୍ ଆଙ୍ଗଟି ସଃବୁ ହାହ୍ କାମେ ବିଟାଳ୍ ଅୟିଆଚେ; ତୁମିମଃନାର୍ ଅଟି ମିଚ୍ କୟ୍ଆଚେ ତୁମିମଃନାର୍ ଜିବ୍ ଦୁସ୍ଟ୍ କୟ୍ଦ୍। 4 କେଏ ନ୍ୟାୟେ ଗଃଉଆରି ନଃସୁଣେ ଆର୍ କେଏ ସଃତେ ବିରଦ୍ ନଃକେରେ; ସେମଃନ୍ ଅସାର୍ କଃତାୟ୍ ଆସ୍ରକଃର୍ତି ଆର୍ ମିଚ୍ କଃଉତି; ସେମଃନ୍ ନଃସ୍ଟ୍କେ ଗଃର୍ବେଦଃର୍ତି ଆର୍ ହାହ୍ ଜଃଲମ୍ଦେତି। 5 ସେମଃନ୍ ବିସ୍ ସାହାର୍ ଡିମ୍ ହୁଟାଉତି ଆର୍ କଞ୍ଜୁର୍ଜାଲ୍ ବୁଣ୍ତି; ଜେ ସେମଃନାର୍ ଡିମ୍କାୟ୍ଦ୍, ସେ ମଃରେଦ୍ ଆର୍ ସେରି ମାଡ୍ଲେକ୍ କାଳ୍ସାହ୍ ବାରୟ୍ଦ୍। 6 ସେମଃନାର୍ ଜାଲ୍ ବଃସ୍ତର୍ ନୟ୍କି ସେମଃନ୍ ନିଜାର୍କାମେ ନିଜ୍କେ ଡାହି ନଃକେର୍ତି; ସେମଃନାର୍ କାମ୍ ସଃବୁ ହାହ୍କାମ୍ ସେମଃନାର୍ ଆତ୍ ଦୁସ୍ଟ୍ କାମେ ରଃୟ୍ଦ୍। 7 ସେମଃନାର୍ ହାଦ୍ କଃରାପ୍ କାମ୍ବାଟ୍ ଦଃବ୍ଳେଦ୍ ଆର୍ ସେମଃନ୍ ନିର୍ଦସିର୍ ଅଃତ୍ୟା କଃରୁକେ ଦଃବୁଳ୍ତି; ସେମଃନାର୍ ଚିନ୍ତା ସଃବୁ ଅଃଦଃର୍ମ୍ ଚିନ୍ତା; ସେମଃନାର୍ ବାଟ୍ସଃବୁ ନାସ୍ ଅଃଉତାର୍ ରଃୟ୍ଦ୍। 8 ସୁସ୍ତାର୍ ବାଟ୍ ସେମଃନ୍ ନଃଜାଣ୍ତି ଆର୍ ସେମଃନାର୍ ବାଟ୍ କାୟି ବିଚାର୍ ନାୟ୍ଲାର୍; ସେମଃନ୍ ନିଜାର୍ ଗିନେ ବାକୁଲି ବାଟ୍କଃରି ଆଚ୍ତି; ଜେ କି ସେବାଟ୍ ଅୟ୍ଜାୟ୍ଦ୍ ସେ ସୁସ୍ତା ନଃଜାଣେ।
9 ଇତାକେ ଅଃମିମଃନାର୍ ବିଚାର୍ ଅଃମାର୍ ତଃୟ୍ହୁଣି ଦୁରି ରଃୟ୍ଦ୍, ଦଃର୍ମି ବିସୟ୍ ଇମଃନାର୍ ସଃଙ୍ଗେ ରଃୟ୍ନଃକେରେ, ଅଃମିମଃନ୍ ଉଜାଳ୍ହାଁୟ୍ ଜାଗୁଲୁ, ମଃତର୍ ଦଃକା, ଅଃନ୍ଦାର୍;ଉଜାଳ୍ ଜାଗୁଲୁ ମଃତର୍ ଅଃମିମଃନ୍ ଅଃନ୍ଦାରେ ଚାଲୁନ୍ଦ୍। 10 ଅଃମିମଃନ୍ କାଣାଲକ୍ ହର୍ କଃତିକୁଡ୍ ଲଳିବୁଲୁନ୍ଦ୍, ଆକି ନୟ୍ଲା ଲକ୍ହର୍ ଅଃମିମଃନ୍ ଆଣ୍ଡଳି ଅଃଉନ୍ଦ୍; ଅଃମିମଃନ୍ ସଃଞ୍ଜ୍ବେଳା ହର୍ ମଃୟ୍ଦାନେ ଜଟ୍ୟାୟ୍ ଅଃଉଁନ୍ଦ୍; ଅଃମିମଃନ୍ ଦୁମା ଲକାର୍ ତଃୟ୍ ମଃଲାଲକାର୍ ହର୍ ଅଃଉଁନ୍ଦ୍। 11 ଅଃମି ବାଲୁହର୍ ଗଃର୍ଜାଣ୍ କଃରୁନ୍ଦ୍ ଆର୍ ହାଣ୍ଡ୍କା ଅୟି ରଃଦନ୍ କଃରୁନ୍ଦ୍; ଅଃମିମଃନ୍ ବିଚାର୍କେ ଜାଗୁନ୍ଦ୍, ମଃତର୍ ସେରିନାୟ୍ ମୁକ୍ତି ଜାଗୁନ୍ଦ୍ ମହତର୍ ସେରି ଅଃମାର୍ ତଃୟ୍ହୁଣି ଦୁରିଆଚେ। 12 କାୟିତାକ୍ବଃଲେକ୍ ତୁମାର୍ ମୁୟେ ଅଃମାର୍ ଅଃଦଃର୍ମ୍ ବାଡିଜାୟ୍ଆଚେ ଆର୍ ଅଃମିମଃନାର୍ ହାହ୍ ଅଃମାର୍ ବିରୁଦେ ସାକି ଦେଉଁଲି; ଅଃମାର୍ ହାହ୍ ସଃବୁ ଅଃମାର୍ ସଃଙ୍ଗେ ସଃଙ୍ଗେ ଆଚେ ଅଃମିମଃନାର୍ ହାହ୍ ଅଃମିମଃନ୍ ଜାଣୁ। 13 ସେରି ହାହ୍ ଆର୍ ଇସ୍ୱର୍କେ ନଃମାନ୍ତାର୍ ଅଃମାର୍ ଇସ୍ୱରାର୍ ହଃଚେ ଜଃଉଁକେ ନଃଚ୍ତାର୍ କଃସ୍ଟ ଦେତାର୍ ରଃଜାର୍ ବିରୁଦେ କଃତା କଃଉତାର୍, ମିଚ୍କଃତା ଦଃରି ମଃନେହୁଣି ବାର୍କଃର୍ତାର୍। 14 ଇତାକେ ବିଚାର୍ ହଃଚେ ଗୁଚିଆଚେ ଆର୍ ଦଃର୍ମ୍ ଦୁରି ଟିଆ ଅୟିଆଚେ; ବାଟ୍ମିସ୍ତାତଃୟ୍ ସଃତ୍ ଆଜିଜାୟ୍ଆଚେ ଆର୍ ସଃଜାକଃତା ଅଃଉଁ ନାହାରୁଲି। 15 ସେତାକ୍ ଅକେଟ୍ ଅୟ୍ଲି ଜେ ଦୁସ୍ଟ୍କାମ୍ ଚାଡେଦ୍ ସେ ନିଜ୍କେ ଚର୍ହର୍ କଃରେଦ୍; ଇସ୍ୱର୍ ଇରି ଦଃକ୍ଲା ଆର୍ ନିଆୟ୍ ବିଚାର୍ ନଃରିଲାକେ ସେ ଦୁକ୍କଃଲା।
16 ଆରେକ୍ ସେ ଦଃକ୍ଲା ଜେ କୁୟ୍ଲକ୍ ହେଁ ଅଃବେ ନାୟ୍ ଆର୍ ମଃଜାୟ୍ କଃଉଁକେ କେଏ ନାୟ୍ ବଃଲି କାବା ଅୟ୍ଲା; ସେତାକେ ତାର୍ ନିଜାର୍ ବାହୁ ତାର୍ ହାୟ୍ଁ ମୁକ୍ତି ସାଦୁନ୍ କଃଲା ଆର୍ ତାର୍ ଦଃର୍ମିହଃକା ତାକେ ଦଃରି ରଃକ୍ଲି। 17 ଆର୍ ସେ ବୁକ୍ହାଟା ହର୍ ଦାର୍ମିକ୍ ଆର୍ ସେ ମୁକ୍ତିର୍ ଟହ୍ରି ନିଜାର୍ ମୁଣ୍ଡେ ହିନ୍ଦ୍ଲା; ଆର୍ ସେ ବାଦ୍ଲା ନେତା ହର୍ ବଃସ୍ତର୍ ହିନ୍ଦ୍ଲା ଆର୍ ଜଃବର୍ ମଃନ୍ରିଲା ଜିବନ୍ରଃକ୍ୟା ବଃସ୍ତର୍ ହିନ୍ଦ୍ଲା। 18 ସେ ସେମଃନାର୍ କଃଲାକାମାର୍ ସଃୟ୍ତ୍ ଇସାବେ ସେ ନିଜାର୍ ବିରଦିମଃନ୍କେ ନିଜାର୍ ସଃତ୍ରୁମଃନ୍କେ କହାର୍ ରିସାର୍ ବାଦୁଲ୍ ନେୟିଦ୍। 19 ତଃବେ ଲକ୍ମଃନ୍ ପଚିମ୍ ଦିଗେହୁଣି ଇସ୍ୱରାର୍ ନାଉଁକେ ବେଳ୍ଉଦ୍ତା ଟାଣେ ହୁଣି ଲଃକ୍ମଃନ୍ ତାର୍ ଜଃଜ୍ମାନ୍କେ ଡିର୍ତି; କାୟିତାକ୍ ବଃଲେକ୍ ମାପୁର୍ ହୁଣ୍ଡାଣେ ଚାଲ୍ତା ଗାଡ୍ହର୍ ମାଡିଆସେଦ୍। 20 ଆର୍ ଇସ୍ୱର୍ କଃଉଁଲା ସିୟନ୍ ଆର୍ ଜାକୁବ ବିତ୍ରେ ଜୁୟ୍ମଃନ୍ ଅଃଦଃର୍ମେ ହୁଣି ବାଉଳ୍ତି, ସେମଃନାର୍ ହାକ୍ ଗଟେକ୍ ମୁକ୍ତିକାରି ଆସେଦ୍। 21 ନିଜାର୍ ବିସୟେ ଇସ୍ୱର୍ କୟ୍ଆଚେ ସେମଃନାର୍ ସଃଙ୍ଗ୍ ମର୍ ସଃୟ୍ତାର୍ ଇରି, ମର୍ ଜୁୟି ଆତ୍ମା ତୁମାର୍ ଉହ୍ରେ ବଃସେଦ୍ ମର୍ ସଃବୁ ବାକ୍ୟ ତୁମାର୍ ଟଣ୍ଡେ ରଃକିଆଚି, ସେରି ତୁମାର୍ ଟଣ୍ଡେ ହୁଣି ତୁମାର୍ ତଃୟ୍ ହୁଣି ଜାତ୍ ଅୟ୍ଲା ବଂସ୍ମଃନାର୍ ଟଣ୍ଡେ ହୁଣି ଆଜି ହୁଣି ଜୁଗ୍ଜୁଗ୍ ହଃତେକ୍ ଦୁରି କଃରାନୟ୍, ଇରି ଇସ୍ୱର୍ କଃଉଁଲା।