1 ଇସ୍ୱର୍ ନିଜାର୍ ଆସିର୍ବାଦ୍ ଦିଲାଲକାର୍, ବଃଲେକ୍ କରସ୍ ବିସୟ୍ ଇ କଃତା କଃଉଁଲା, ମୁୟି ତାର୍ ମୁୟେଁ ନାନା ଗସ୍ଟିକେ ଆରାଉତା ଗିନେ ତାର୍ କାତାଆତ୍ ଦଃରିଆଚି ଆର୍ ମୁୟି ରଃଜାମଃନାର ଅଃଟାବାନ୍ଦୁଣ୍ ଇଟାୟିନ୍ଦ୍; ମୁୟି ତାର୍ ମୁଆଟିଏ କଃହାଟ୍ମଃନ୍ ଉଗାଡ଼ିନ୍ଦ୍ ଆର୍ ଗଃଳ୍ ସଃବୁ ବଃନ୍ଦ୍ ନୟ୍ 2 ମୁୟ୍ ତୁମାର ଆଗେ ଆଗେ ଜାୟ୍ନ୍ଦ୍, କାଲ୍ ଡେପ୍ ସଃବୁ ସଃମାନ୍ କଃରିନ୍ଦ୍; ମୁୟି ହିତୁଳ୍ କାହାଟ୍ ସଃବୁ ବାଙ୍ଗି କଃଣ୍ଡ୍କଃଣ୍ଡ୍ କଃରିନ୍ଦ୍ ଆର୍ ଲଃଉଆର୍ ଅଃର୍ଗେଳା କାଟି ହଃକାୟିନ୍ଦ୍ 3 ଆର୍ ମୁଁୟ୍ ଅଃନ୍ଦାର୍ ବିତ୍ରାର୍ ଦଃନ୍ ବଃଣ୍ଡାର୍ ଆର୍ ଗୁପ୍ତ ଜଃଗାୟ୍ ରିଲା ଦଃନ୍ ସଃବୁ ତୁମିକେ ଦଃୟ୍ନ୍ଦ୍, ତଃବେ ତୁମାର ନାଉ ଦଃରି କୁଦ୍ଲା ଲକ୍ ମୁଁୟ୍ ଜେ ଇସ୍ୱର୍ ଇସ୍ରାଏଲାର୍ ଇସ୍ୱର୍ ମୁଁୟ୍ ଇରି ତୁମି ଜାଣୁ ହାରାସ୍ 4 ମର୍ ଦାସ୍ ଜାକୁବ ଆର୍ ମର୍ ବାଚ୍ଲାର୍ ଇସ୍ରାଏଲ୍ ଗିନେ ମୁଁୟ୍ ତର୍ ନାଉ ଦଃରି କୁଦି ଆଚି; ତୁମି ଅଃମିକେ ନଃଜାଣ୍ଲେକ୍ ହେଁ ମୁଁୟ୍ ତକେ ହଃଦ୍ ଦଃୟ୍ଆଚି। 5 ମୁଁୟ୍ ଇସ୍ୱର୍, ଆରେକ୍ ମକେ ଚାଡି କେଏ; ତୁମି ମକେ ନଃଜାଣ୍ଲେକ୍ ହେଁ, ମୁୟ୍ଁ ତୁମିକେ ବଃଳ୍ ଦେଉଁଲେ। 6 ତଃବେ ମକେ ଚାଡି କେହେଁ ନାୟ୍, ଇରି ଉଦ୍ୟାନ୍ ବାଟ୍ତଃୟ୍ ହୁଣି ପଚିମ୍ ଦିଗ୍ ହଃତେକ୍ ଲକ୍ ଜାଣ୍ତି; ମୁଁୟ୍ ଜୁଗ୍ଜୁଗାର୍ ଇସ୍ୱର୍ ଆର୍ ମକେ ଚାଡି କେହେଁ ନାୟ୍। 7 ମୁଁୟ୍ ଦିନ୍ ହାଜ୍ଲେ ଆର୍ ମୁଁୟ୍ ଅଃନ୍ଦାର୍ ଉବ୍ଜାଣ୍ କଃଲେ, ମୁଁୟ୍ ସୁସ୍ତା ତାହୁନ୍କାରି; ମୁଁୟ୍ ଅନିସ୍ଟ ଉବ୍ଜାଣ୍କାରି; ମୁୟ୍ ଇସ୍ୱର୍ ଇରିମଃନ୍ ସାଦୁନ୍ କଃରିନ୍ଦ୍ 8 ହେଁ ଅଃଗାସ୍ ମଃଣ୍ଡଳ୍ ତୁମିମଃନ୍ ଉହ୍ରେହୁଣି ବଃର୍ସା କଃରା, ମେଗ୍ମାଳା ନ୍ୟାୟ୍ ବଃର୍ସା କଃର୍; ଜଃନ୍କଃରି ମୁକ୍ତି ଜାତ୍ ଅୟ୍ଦ୍, ସେତାକ୍ ହୁର୍ତିବି ବଃସମ୍ ଅଃଉଅ ଆର୍ ଦଃର୍ମିକେ ଗଟେତଃୟ୍ ଗଃଜା କଃରାଅ; ମୁଁୟ୍ ଇସ୍ୱର୍ ଇରି ଜାତ୍ କଃରିଆଚି।
9 ଜେକି ନିଜାର ଉବ୍ଜାଣ୍କାରି ସଃଙ୍ଗ୍ ବିରଦ୍ କଃରେଦ୍, ସେ ଦଃଣ୍ଡାର୍ ଜୟିଗ୍, ହୁର୍ତିବିୟେ ଜିକ୍ରା ବିତ୍ରେ ଗଟେକ୍ ଜିକ୍ରା ମଃତର୍, ମାଟି ତାର୍ ଗଃଳ୍ତା ଲକେ କୟ୍ଦ୍ କି? ତୁୟ୍ କାୟିରି ଗଃଳୁଲିସ୍ କି? କୁମ୍ବାର୍କାମ୍ କାୟିରି କଃରେଦ୍, ତାର୍ ଆତ୍ ନାୟ୍ କି? 10 ଏ ଜେ ଉବାସିକେ କୟ୍ଦ୍, ତୁୟ୍ କାୟିରି ଜଃଲମ୍ ଦେଉଁଲିସ୍ କି? ଆୟ୍ସିକେ କୟ୍ଦ୍, ତୁୟ୍ କାୟିରି ଜଃଲମ୍ କଃରୁଲିସ୍? ସେ ନାସ୍ ଅଃଉତା ଜୟିଗ୍। 11 ଇସ୍ୱର୍ ଇସ୍ରାଏଲାର୍ ପବିତ୍ର ଇସ୍ୱର୍ ଆର୍ ତାର୍ ଉବ୍ଜାଣ୍କାରି ଇରି କଃଉଁଲା, ଆସ୍ତା ଦିନାର୍ ଗଃଟ୍ଣା ବିସୟ୍ ମକେ ହଃଚାରା; ତୁମିମଃନ୍ ଅଃମାର୍ ହିଲାମଃନାର୍ ବିସୟେ ଆର୍ ମର୍ ଆତ୍ ତିଆର କଃଲା ବିସୟେ ମକେ ଆଦେସ୍ ଦିଆ 12 ମୁଁୟ୍ ହୁର୍ତିବି ଆର୍ ସେତି ମାନାୟ୍କେ ଉବ୍ଜାଣ୍ କଃରିଆଚି। ମର୍ ଆତ୍ ଅଃଗାସ୍ ମଃଣ୍ଡଳ୍ ଚାରିହାକ୍ ଅୟ୍ଆଚେ ଆର୍ ସେତିର୍ ସଃବୁ ବିସୟ୍କେ ମୁଁୟ୍ ଆଦେସ୍ ଦଃୟ୍ଆଚି। 13 ମୁଁୟ୍ ସଃକ୍ତିୟେ ଜାତ୍ କଃରିଆଚି ଆର୍ ମୁଁୟ୍ ତାର୍ ସଃବୁବାଟ୍ ସଃଳ୍କ୍ କଃରିନ୍ଦ୍; ସେ ଅଃମାର୍ ବଃସ୍ତି ତିଆର୍ କଃରେଦ୍ ବଃନ୍ବାସ୍ ଅୟ୍ଲା ଲକ୍ମଃନ୍କେ ଚାଡିଦଃୟିଦ୍, ମଲ୍ ଦେତାର୍ ନାୟ୍ କି ପୁରିସ୍କାର୍ ଗିନେ ନାୟ୍ ଇରି ମାପୁର୍ କଃଉଁଲା।
14 ଇରି ସଃୟ୍ନ୍ ଅଃଦିକାରି ଇସ୍ୱର୍ କଃଉଁଲା, ମିସର୍ କଃସ୍ଟ୍ କଃଲାର୍, କୁସର୍ ବେପାର୍ କଃଲାର୍ ହଃଳ୍, ସବାୟାର୍ ଡେଙ୍ଗ୍ ଲକମଃନ୍ ତୁମାର୍ ହାକ୍ ଆସ୍ତି ଆର୍ ତୁମାର୍ ଅଃଉତି, ସେମଃନ୍ ହଃଚେ ଜାତା ଲକ୍ ଅଃଉତି, ସିକ୍ଳାୟ୍ ବାନ୍ଦାୟ୍ ଅୟି ସେମଃନ୍ ଆସ୍ତି ଆର୍ ସେମଃନ୍ ତୁମିକେ ଜୁଆର୍ କଃର୍ତି ଆର୍ ଗଃଉଆରି କଃରି କଃଉତି, ବାୟ୍ଦ୍ରେ ମାପୁର୍ ତୁମାର୍ ତଃୟ୍ ଆଚେ ତାର୍ ବିନା ଆର୍ କେଏ ନାୟ୍। 15 ଏ ଉଦାର୍କାରି ଇସ୍ରାଏଲାର୍ ଇସ୍ୱର୍, ତୁୟ୍ ବାୟିଦ୍ରେ ନିଜ୍କେ ଲୁକାୟ୍ଲା ଇସ୍ୱର୍। 16 ସେମଃନ୍ ଲାଜ୍ହାଉତି, ହେଁ ସଃବୁଲକ୍ ଗାବ୍ରା ଅଃଉତି; ମୁର୍ତି ଗଃଳୁ ସଃବୁଲକ୍ ଅଃକା ସଃଙ୍ଗ୍ ଅପ୍ମାନ୍ ହାଉତି। 17 ମଃତର୍ ଇସ୍ରାଏଲ୍ ମାପୁର୍ ଗିନେ ଜୁଗ୍ ଜୁଗାର୍ ମୁକ୍ତି ହାଉତି; ତୁମିମଃନ୍ ଜୁଗ୍ଜୁଗ୍ ହଃତେକ୍ କଃବେ ଲାଜ୍ କି ଗାବ୍ରା ନଃଉଆସ୍। 18 କାୟିତାକ୍ ବଃଲେକ୍ ଅଃଗାସ୍ ମଃଣ୍ଡଳାର୍ ଉବ୍ଜାଣ୍କାରି ଇସ୍ୱର୍ ଇ ହର୍ କଃଉଁଲା; ସେ ଅଃଉଁଲା ଇସ୍ୱର୍ ସେ ହୁର୍ତିବିକେ ତିଆର କଃରି ତାହୁନ୍ କଃଲା, ସେ ସେରି ସୁୟିନ୍ କଃରି ଉବ୍ଜାଣ୍ ନକେରି ବାସାଅଃଉତା ଟାଣ୍ ଉବ୍ଜାଣ୍ କଃଲା, ମୁଁୟ୍ ଇସ୍ୱର୍ ଆର୍ ମକେ ଚାଡି କେଏ ନାୟ୍। 19 ମୁଁୟ୍ ଗୁପ୍ତବାବେ ଅଃନ୍ଦ୍କାର୍ ଦେସାର୍ କୁୟ୍ଟାଣେ ହେଁ କୟ୍ ନଃକେରି; ତୁମିମଃନ୍ ଚୁଚାୟ୍ ମକେ କଜୁଲାସ୍ ଇରି ଜାକୁବ ବଃଉଁସ୍କେ କଃୟ୍ ନଃକେରୁ, ମୁଁୟ୍ ଇସ୍ୱର୍ ଦଃର୍ମି ବିସୟ୍, ଲଃକ୍ମଃନ୍ ଟିକ୍ କଃତା କୟ୍ ଆଚି। 20 ତୁମିମଃନ୍ ଗଟେତଃୟ୍ ଅୟିଆସା ଅଃକାସଃଙ୍ଗ୍ ଲଃଗେ ଆସା, ଜୁୟ୍ମଃନ୍ ନିଜେ ତିଆର କଃଲା ମୁର୍ତି ନିଜେ ବୟ୍ବୁଲ୍ତି ମୁକ୍ତି କଃରୁକେ ସଃକ୍ତି ନୟ୍ଲା ଦେଉତା ଲଃଗେ ସେବାକଃର୍ତି, ସେମଃନାର୍ କିଚି ଗିଆନ୍ ନାୟ୍। 21 ତୁମିମଃନ୍ କଃଉଆ ଆର୍ ସେରି ଦଃକାଉଆ, ହେଁ ସେମଃନ୍ ନିଜେନିଜେ କୁଟ୍ଚିନ୍ତା କଃରତ୍, ହୁର୍ବେ ହୁଣି କେଏ ଇରି ଜାଣାୟି ଆଚେ? ହୁର୍ବ୍କାଳେ ହୁଣି କେଏ ଜାଣାୟି ଆଚେ? ମୁଁୟ୍ ଇସ୍ୱର୍ ଇରି କଃରି ନକେରିକି? ମକେ ଚାଡି କୁୟି ଇସ୍ୱର୍ ନାୟ୍। ମୁଁୟ୍ ଦଃର୍ମିଇସ୍ୱର୍ ଆର୍ ମୁକ୍ତିକାରି, ମକେ ଚାଡି କେଏ ନାୟ୍। 22 ଏ ହୁର୍ତିବିର୍ ସେସ୍ହଃତେକ୍ ବାସ୍କଃଲା ସଃବୁଲକ୍, ତୁମିମଃନ୍ ମକେ ଦଃକି ମୁକ୍ତି ହାଉଆ; କାୟିତାକ୍ ବଃଲେକ୍ ମୁଁୟ୍ ଇସ୍ୱର୍ ମକେ ଚାଡି ଆରେକ୍ କେଏ ନାୟ୍। 23 ମୁୟ୍ ନିଜାର ନାଉଁଏ ସଃୟ୍ତ୍ କଃରି ଆଚି ଆର୍ ଦଃର୍ମିକଃତା ମର୍ ଟଣ୍ଡେ ହୁଣି ବାରୟ୍ ଆଚେ, ସେରି ନଃହିଟେ ମର୍ ମୁଏଁ ସଃବୁ ହଃଳ୍ତି, ହଃତି ଜିବ୍ ସଃୟ୍ତ୍ କଃରେଦ୍ 24 ଲକ୍ ମର୍ କଃତା କଃଉତି, ମାପୁର୍ ତଃୟ୍ ହଃକା ଦଃର୍ମ୍ ଆର୍ ସଃକ୍ତି ଆଚେ; ତାର୍ ଚଃମେ ଲଃକ୍ମଃନ୍ ଆସ୍ତି ଆର୍ ଜୁୟ୍ମଃନ୍ ତାର୍ ବିରୁଦେ ରିସା ଅୟ୍ରିଲାୟ୍ ସେମଃନ୍ ସଃବୁଲକ୍ ଲାଜ୍ ହାଉତି 25 ଇସ୍ରାଏଲାର୍ ସଃବୁ ବଃଉଁସ୍ ମାପୁର୍ ତଃୟ୍ ଦଃର୍ମି ଅଃଉତି ଆର୍ ଗଃର୍ବ୍କଃର୍ତି।