1 ସେ ଦିନ୍ ଇସ୍ୱର୍ ଦଃୟା ନଃଦେକାୟ୍ ନିଜାର୍ ଲାଗୁଣ୍ କଃଣ୍ଡା ସଃଙ୍ଗ୍, ବଃଡେ ଚାଣ୍ଡେ ଜାତା ସାହ୍ ଲିବିୟନ୍କେ ଆର୍ ବାଙ୍ଗ୍ଟା ବାବେ ଚାଣ୍ଡେ ଜାତା ସାହ୍ ଲିବିୟନ୍କେ ଦଃଣ୍ଡ୍ ଦିଆଜାୟିଦ୍;ଆର୍ ସେ ସଃମୁନ୍ଦାର୍ ମଃଙ୍ଗର୍ ଜଃତୁମଃନ୍କେ ମାରି ହଃକାୟିଦ୍। 2 ସେଦିନ୍ ଲକମଃନ୍ ଗଟେକ୍ ଅଙ୍ଗୁର୍ବାଳ୍ ଗିନେ ସଃର୍ଦା କଃର୍ତି। 3 ମୁୟି ଇସ୍ୱର୍ ସେ ବଗିଚାକେ ରଃକ୍ୟା କଃରିନ୍ଦ୍; ଟିକ୍ ସଃମୟେ ସେତି ମୁୟ୍ ହାଣି ମାଡାୟିଦ୍; କେଏ ସେତିର୍ ନଃସ୍ଟ ନଃକେରେ ଇତାର୍ଗିନେ ମୁୟି ଦିନ୍ ରାତି ସେତି ଜାଗି ରଃୟିଦ୍। 4 ଅଙ୍ଗୁର୍ ବାଳ୍କେ ମର୍ଟାଣେ ରିସା ନାୟ୍; ଜଦି କେଏ କାଟା ଗଃଚ୍ ଆଣି ଜୁଜ୍ ବଃଳ୍ ଆଡୁକା କଃରେଦ୍ ତଃବେ ମୁୟି ଜୁଜ୍ କଃରି ସେ ସଃବୁକେ ଅଃକାବଃଳ୍ ହଡାୟ୍ ହଃକାୟିନ୍ଦ୍। 5 ଜଦି କେଏ ଆସ୍ର ଗିନେ ମର୍ ସଃଙ୍ଗ୍ ମିସୁକେ ସେ ମର୍ ସଃକ୍ତିକେ ଜାଣ; ହେଁ, ସେ ମର୍ ସଃଙ୍ଗ୍ ସୁସ୍ତାୟ୍ ରେଉଅ। 6 ଆସ୍ତାଦିନାର୍ ସଃମୟେ ଜାକୁବ ସଃକ୍ତିଅୟ୍ ଅଃଟୁଆ ଅୟିଦ୍, ଜଃନ୍କଃରି ତାର୍ ଚେର୍ ଅଃଟୁଆ କଃରି ମାଟିକେ ବାନ୍ଦେଦ୍; ଇସ୍ରାଏଲ୍ ମୁକ୍ତ୍ ଆର୍ ସଃର୍ଦା ଅୟିଦ୍ ଆର୍ ଇ ହୁର୍ତିବିୟେ ହଃଳ୍ ହୁଲେ ହୁର୍ନ୍ ଅୟିଦ୍। 7 ତାର୍ ମାଡ୍ମାର୍ଲା ଲକେ ସେ ଜଃନ୍କଃରି ମାଡ୍ ମାର୍ଲା, ସେହର୍ ସେ କାୟି ତାକେ ମାଡ୍ ମାରିଆଚେ କି? ତାର୍ ଦଃୟି ମଃଲା ଲକମଃନ୍କାର୍ ହର୍ ସେ କାୟି ମଃରିଆଚ୍ତିକି? 8 ତୁୟ୍ ଇସ୍ରାଏଲାର୍ କେମାର୍ ଗିନେ ଦୁରିକେ ହଃଟାଉସି ଆର୍ ତାର୍ ସଃଙ୍ଗ୍ ଜୁଜ୍ କଃର୍ସି; ସେ ହୁର୍ବ ବାଟାର୍ ବାଉ ଦିନ୍ ବଃଳ୍ ନିଜାର୍ ଅଃପର୍ବଳ୍ ବାଉ ଦଃୟି ତାକେ ବିନ୍ ଟାଣେ ଗୁଚାୟିଦ୍। 9 ଇହର୍ ବାବେ ଜାକୁବର୍ ହାହ୍ କେମା କଃରାଜାୟିଦ୍ ଆର୍ ତାର୍ ହାହ୍ ସଃବୁ ଚାଡି ଜାୟିଦ୍; ସେ ହୁଜା ବେଦିର୍ ସିଳ୍ ସଃବୁ କଃଣ୍ଡାଟେଳା ବଃଙ୍ଗ୍ଲା ସିଳ୍ ହର୍ ଅୟିଦ୍, ଆସେରାର୍ ମୁର୍ତି ଆର୍ ବେଳାର୍ ମୁର୍ତି ସଃବୁ ନଃସ୍ଟ୍ ଅୟିଦ୍। 10 କାୟିତାକ୍ ବଃଲେକ୍ ସେ ଅଃଟୁଆ ଗଃଳ୍ ମରୁବୁଁୟି ହର୍ ଲକ୍ ନଃରିଲାର୍ ଅୟିଦ୍, ଆର୍ ଚାଡି ଗଃଲା ବାସା ଟାଣ୍ ହର୍ ଅୟି ଆଚେ; ସେ ଟାଣେ ବାଚିମଃନ୍ ଚଃର୍ତି ଆର୍ ସଃଉତି, ଆର୍ ଗଃଚାର୍ କଃନ୍ଦା ସଃବୁ ସେତି ଡାହେଦ୍। 11 ସେତିର୍ ଡାଳ୍ ସଃବୁ ସୁକିଗଃଲେକ୍ ବାଙ୍ଗା ଜାୟିଦ୍; ମାୟିଜି ମଃନ୍ ଆସି କାଟ୍ କଃରି ଜଃୟ୍ ଲାଗାଉତି; କାୟତାକ୍ବଃଲେକ୍ ସେ ଲକ୍ମଃନ୍କାର୍ ବୁଦି ନାୟ୍; ଇସ୍ୱର୍ ଜେ କି ସେମଃନ୍କାର୍ ଉବ୍ଜାଣ୍ କାରି, ସେ ସେମଃନ୍କାର୍ ଉହ୍ରେ ଦଃୟା କଃରି ନଃକେରେ। 12 ସେଦିନ୍ ଇସ୍ୱର୍ ବିନ୍ ଲକ୍ମଃନ୍କାର୍ ଟାଣୁ ତାର୍ ଦାସ୍ମଃନ୍କେ ଅଃଲ୍ଗା କଃରେଦ୍; ପରାତ୍ ଗାଡ୍ ଟାଣୁ ଆରୁମ୍ କଃରି ମିସରାର୍ ଗାଡ୍ ହଃତେକ୍ ସେ ଲକମଃନ୍କେ ହଟ୍ ଆର୍ ଗଅଁ ଅଃଲ୍ଗା କଃଲାହର୍ କଃରେଦ୍; ଆରେକ୍ ଏ ଇସ୍ରାଏଲାର୍ ଲଃକ୍ମଃନ୍ ତୁମି ଗଟେକ୍ ଗଟେକ୍ ଅୟି ଅରାସ୍। 13 ଆରେକ୍ ସେଦିନ୍ ଗଟେକ୍ ବଡ୍ ସଃବଦାର୍ ତୁରି ବାଜେଦ୍; ଆରେକ୍ ଅଃସୁରିଆ ବାସ୍କଃର୍ତା ବନ୍ଦିଲକ୍ ଆର୍ ଆଜିଜାୟ୍ରିଲା ଲକ୍ ଆର୍ ମିସର୍ ନିଆଜାୟିରିଲା ଲକମଃନ୍ ଆସ୍ତି; ସେମଃନ୍ ଜିରୁସାଲମାର୍ ପବିତ୍ର ହଃର୍ବାତେ ଇସ୍ୱର୍କେ ଜୁଆର୍ କଃର୍ତି।
Publicidade
Isaías 27
ଇସ୍ରାଏଲାର୍ ରଃକ୍ୟା
Veja também
Publicidade