1 ତୁମିମଃନ୍ ସୁକ୍ଲା ବୁୟ୍ଁ ବାଟାର୍ ସେଲ ଟାଣୁ ଦେସାର୍ ମୁଳିକାର୍ ଗିନେ ସିୟନାର୍ ଜିସିର୍ ହଃର୍ବାତ୍କେ ମେଣ୍ଡାହିଲା ହଃଟାଉ। 2 କାୟିତାକ୍ ବଃଲେକ୍ ମୟାବର୍ ଜିସିମଃନ୍ ଅର୍ନନ୍ଗାଡ୍ ଲିଙ୍ଗିଜାତା ସଃବୁଟାଣେ ଏଣେତେଣେ ବୁଲ୍ତା ଚେଳେ ହର୍ ଆର୍ ଚେଳେର୍ ବଃସୁଳ୍ଲା ଗୁଡାହଃର୍ ଅଃଉତି। 3 ସେମଃନ୍ କଃଉଁଲାୟ୍ ଅଃମିମଃନ୍କେ ଉହ୍କାର୍ କଃରା, ଜଃଜନା କଃରା; ମଃୟ୍ଦାନ୍ ସଃମୟାର୍ ନିଜାର୍ ସାୟ୍କେ ରାତିର୍ ହର୍ କଃରା; କଃଦାୟ୍ଅୟ୍ଲା ଲକମଃନ୍କେ ଲୁକାଉଆ; ଦେସ୍ବୁଲ୍ତା ଲକ୍ମଃନ୍କେ ହଃଦାୟି ଡିସାଉଆ ନାୟ୍। 4 ଅଃମାର୍ କଃଦାୟ୍ଅୟ୍ଲା ଲକ୍ମଃନ୍କେ ତୁମାର୍ ସଃଙ୍ଗ୍ ବାସାକଃରୁକ୍ ଦିଆ; ନାସ୍କାରିର୍ ମୁୟେଁ ହୁଣି ତୁମିମଃନ୍ ମୟାବ ହାୟ୍ଁ ଆସ୍ର ଟାଣ୍ ଅଃଉଆ; କାୟିତାକ୍ ବଃଲେକ୍ କଃସ୍ଟ ଦେତା ମାଜନକେ ସେସ୍ କଃରାଜାୟ୍ଆଚେ, କଃରାପ୍ ଚାଡିଆଚେ, ମାଡ୍ମାର୍ତା ଲକମଃନ୍ ଦେସ୍ ଟାଣୁ ବାରାୟ୍ ଜାୟ୍ଆଚ୍ତି। 5 ଆରେକ୍, ଦଃୟାର୍ ଗଟେକ୍ ସିଙ୍ଗାସଣ୍ ତାହୁନ୍ ଅୟିଦ୍ ଆର୍ ଗଟ୍ଲକ୍ ସଃତ୍ବାବେ ଦାଉଦାର୍ ଗଃର୍କୁଟୁମେ ହୁଣି ସେଉହ୍ରେ ବଃସେଦ୍; ସେ ନ୍ୟାୟ୍ ବିଚାର୍ କଃରେଦ୍ ଆର୍ ଦଃର୍ମେ ସଃବୁ କାମ୍ ସାଦୁନ୍ କଃରେଦ୍। 6 ଅଃମିମଃନ୍ ସୁଣିଆଚୁ, ମୟାବ୍ ବେସି ଗଃର୍ବି ଆର୍ ତାର୍ ରିସାର୍କଃତା ସୁଣିଆଚୁ; ତାର୍ ଅଃକାର୍ ଅଃଦିକ୍ ସଃମୟ୍ ରେଉଁ ନଃହାରେ। 7 ଇତାର୍ ଗିନେ ମୟାବ୍, ମୟାବର୍ ଗିନେ କଃସ୍ଟ ବଗେଦ୍; କାୟିତାକ୍ ବଃଲେକ୍ ସେମଃନ୍ ଅଃଦିକ୍ ଦୁକ୍ ହାଉତି ଆର୍ ସେମଃନ୍ କିର୍-ହେରସର ନିକକାଦିକେ ଏତାୟ୍ ଉଲ୍ଗାଟ୍ ଅୟି କାନ୍ଦ୍ତି। 8 ହିସ୍ବନାର୍ ହଃଦାୟି ଆର୍ ସିବ୍ମାର୍ ଅଃଙ୍ଗୁର୍ମାଳେ ଅଃଙ୍ଗୁର୍ ହଃଳି ନଃକେରେ। ଗସ୍ଟିମଃନାର୍ ମୁଳିକାମଃନ୍ ସେତିର୍ ବାଚ୍ଲା ହଃଳାମଃନ୍କେ ନଃସ୍ଟ୍ କଃରିଆଚ୍ତି; ସେସଃବୁ ଜାସେର୍ ହଃତେକ୍ ଗଃଲାୟି, ସୁକ୍ଲାବଃଟା ହଃତେକ୍ ଏଣେତେଣେ ଗଃଲି; ତାର୍ କଃନ୍ଦାସଃବୁ ଚାରିବାଟ୍ ବିଚିଅୟ୍ଲି, ସେ ସଃବୁ ସଃମୁନ୍ଦ୍ ହର୍ ଲଃମି ଗଃଲି। 9 ଇତାର୍ଗିନେ ମୁୟି ଜାସେରାର୍ ହର୍ ରଃଦନ୍କଃରି କାନ୍ଦ୍ତାବଃଳ୍ ସିବ୍ମରାର୍ ଅଃଙ୍ଗୁର୍ ମାଳାର୍ ଗିନେ ରଃଦନ୍କଃରି କାନ୍ଦିନ୍ଦ୍; ହିସ୍ବନ୍ ଆର୍ ଇଲୟାଲି ସଃଙ୍ଗ୍ ଆସୁ ହାଣିୟେ ତୁମିକେ ବିଜାୟ୍ନ୍ଦ୍; କାୟିତାକ୍ ବଃଲେକ୍ ତୁମିମଃନ୍କାର୍ କାମାଉଣି ତାସ୍ କାଟାଅଃଉଁ ନଃହାରେ କି କଃରାମାସେ ହଃଳ୍ ହାଉଁ ନଃହାରାସ୍ କାୟିତାକ୍ ବଃଲେକ୍ ତୁମର୍ ହାକ୍ଲାର୍ ଆର୍ କଳ୍ଲାର୍ ସେସ୍ ଅୟି ଆଚେ। 10 ନିକ ତାସ୍ ଉଟ୍ତା ହଃଦାୟି ରଃୟ୍ କେହେଁ ସଃର୍ଦା ନାୟ୍, ଅଙ୍ଗୁର୍ବାଳାର୍ ହଃଦାୟି କେହେଁ ବେଲ୍କି ଅଃଉତାର୍ କି ଗିତ୍ କଃଉତାର୍ କେ ନାୟ୍,କେ ଅଙ୍ଗୁର୍ ହିଳି ମଃଦ୍ କଃର୍ତାଲକ୍ ନାୟ୍, ସଃର୍ଦାୟ୍ ବେଲ୍କି ଅଃଉତାର୍ ସେସ୍ ଅୟିଆଚେ। 11 ଇତାର୍ଗିନେ ମର୍ ଦୁକ୍ ମୟାବର ହାଁୟ୍ ଆର୍ ମର୍ ଚିନ୍ତା କିରହେରାର୍ ଗିନେ ରିଜି ଜଃଉଁଲେ। 12 ଆରେକ୍, ମୟାବର ଲଃକ୍ମଃନ୍ ଉଚ୍ ଟାଣେ ହୁଜା କଃରୁକ୍ ଜଃଉଁଲାୟ୍, ଦଃର୍ମି ତଃୟ୍ ହୁରୁକେ ହଚୁଲାୟ୍ ସେରି କାୟିହେଁ ଲାବ୍ ହାଉଁ ନାହାରୁଲାୟ୍। 13 ମାପୁର୍ ଗଃଲାଦିନେ ଗାଦେକ୍ତର୍ ମୟାବ ବିସୟେ ଇ ସଃବୁ କଃୟ୍ରିଲା। 14 ମଃତର୍ ଅଃବେ ମାପୁର୍ ଇ କଃତା କଃଉଁଲା,ଗତି ମିଳ୍ତା ଇସାବେ ତିନି ବଃର୍ସ୍ ବିତ୍ରେ ସେସଃବୁ କୁଳୁପ୍ନାସ୍ ଅୟିଦ୍ ଆର୍ ସେମଃନ୍କାର୍ ଗଃର୍ବକଃର୍ତା ଜିନିସ୍ ସଃବୁ ନଃସ୍ଟ୍ ଅୟିଦ୍ ଆର୍ ଉବୁର୍ଲା ଜିନିସ୍ ଅଃତେକ୍ ଉଣା ଅୟିଦ୍ ଜେ ଗଃଣୁକ୍ ଜୟିଗ୍ ନୟ୍।
Publicidade
Isaías 16
ମୟାବର୍ ନିରାସ୍ ଦିନ୍
Veja também
Publicidade