1 ମୁୟି ମର୍ ଲାଡାର୍ ମାପୁର୍ ଗିନେ, ଗଟେକ୍ ଗିତ୍ କଇଁନ୍ଦ୍, ଇ ଗିତ୍ ଲାଡାର୍ ମାପୁର୍ ଆର୍ ଇସ୍ରାଏଲାର୍ ଅଙ୍ଗୁର୍ବାଳ୍ ବିସୟେ ଅୟିଦ୍। ସେ ମର୍ ଲାଡାର୍ ମାପୁରାର୍ କାତ୍ ଡଙ୍ଗୁର୍ ଉହ୍ରେ ଗଟେକ୍ ଅଃଙ୍ଗୁର୍ବାଳ୍ ରିଲି; 2 ଆରେକ୍, ସେ ବାଳ୍କେ କଃଣିକଃରି ଟେଳା ସଃବୁ ବେଟିହିଙ୍ଗ୍ଲା ଆର୍ ସେତି ଅଃଦିକ୍ ନିକ ଅଃଙ୍ଗୁର୍ ମାଳ୍ ଲାଗାୟ୍ଲା ଆର୍ ସେତିର୍ ମଃଜିଟାଣେ ଗଟେକ୍ ଉଚା ମାଚା ହାଜିକଃରି ଅଃଙ୍ଗୁର୍ କୁଣ୍ଡ୍ ବଃନାୟ୍ଲାୟ୍,ଆରେକ୍ ଅଃଙ୍ଗୁର୍ ହଃଳ୍ ହଃଳେଦ୍ ବଃଲି ଆସାକଃରି ଜାଗିରିଲା, ମଃତର୍ ସେତି ବଃନାର୍ ଅଃଙ୍ଗୁର୍ ହଃଳ୍ ହଃଳ୍ଲି। 3 ଇତାର୍ଗିନେ ଅଃବେ କଃଉଁଲେ ଜିରୁସାଲମେ ବାସାକଃଲା ଲଃକ୍ମଃନ୍, ମୁୟି ତୁମିମଃନ୍କେ ଗଃଉଆରି କଃରୁଲେ, ମକେ ଆର୍ ମର୍ ଅଙ୍ଗୁର୍ବାଳ୍ ବିସୟେ ବିଚାର୍କଃରା। 4 ମୁୟ ଇ ଅଃଙ୍ଗୁର୍ବାଳ୍ ଗିନେ ଜୁୟ୍ରି କଃର୍ତାକଃତା ସେରି କଃରିଆଚି, ଇତାର୍ଗିନେ କାୟିରି ଅଃଦିକ୍ କାମ୍କଃରୁ ହାରିନ୍ଦ୍? ଇତି ଅଃଙ୍ଗୁର୍ ହଃଳ୍ ହଃଳେଦ୍ ବଃଲି ଆସାକଃଲେ, ମଃତର୍ କାୟତାର୍ ଗିନେ ବଃନାର୍ ଅଃଙ୍ଗୁର୍ ହଃଳ୍ ହଃଳ୍ଲି? 5 ଇତାର୍ଗିନେ ଅଃବେ ସୁଣା; ମୁୟି ମର୍ ଅଙ୍ଗୁର୍ବାଳ୍ ଉହ୍ରେ ଜାୟ୍ରି କଃରିନ୍ଦ୍ ସେରି ତୁମିମଃନ୍କେ ଜାଣାୟିନ୍ଦ୍; ମୁୟି ସେତିର୍ କାଟାବାଳ୍ ବାଙ୍ଗି ମେଲାକଃରିନ୍ଦ୍, ସେତି ସେରି କଲାଅୟିଦ୍; ମୁୟି ସେତିର୍ ମୁଣ୍ଡା ବାଙ୍ଗିନ୍ଦ୍, ସେରି ହାଦେ ମାଡାଜାୟିଦ୍; 6 ଆରେକ୍, ମୁୟି ସେରି ଜାଗି ନଃକେରି; ତାର୍ ଡାଳ୍ କାଟାଜାୟ୍ ନଃକେରେ, କି ଗଃଚ୍କେ ଜଃତୁନ୍ ନଃକେରି; ସେତି କାଟାଗଃଚ୍ ଉଟେଦ୍; ତାର୍ଉହ୍ରେ ବଃର୍ସା ନଃମାରୁକେ ମୁୟି ମେଗ୍କେ ଆଦେସ୍ କଃରିନ୍ଦ୍। 7 ଜୁୟିତାର୍ଗିନେ ଇସ୍ରାଏଲାର୍ ବଃଉଁସ୍ ସଃକ୍ତିକାରି ମାପୁର୍ ଅଙ୍ଗୁର୍ବାଳ୍ ଆର୍ ଜିଉଦାର୍ ଲକ୍ ତାର୍ ମଃନ୍କେଗଃଲା ହଃଳା; ସେ ନ୍ୟାୟ୍କେ ଜାଗ୍ଲା, ମଃତର୍ ଦଃକା, କାଲାହୁଲି; ଦଃର୍ମକାମ୍ ଆସାକଃଲା, ମଃତର୍ କାନ୍ଦ୍ଣା ଅୟ୍ଲି।
8 ଦୁକାର୍ କଃତା ଜେ ତୁମିମଃନ୍ ଦଃଣ୍ଡ୍ହାଉତା ଜୟିଗ୍ ଇତାର୍ଗିନେ ଗଃର୍କେ ଗଃର୍, ଜଃମିକେ ଜଃମି ମିସାଉଁଲାସ୍। ଦେସେ ଜଃନ୍କଃରି ଆରେକ୍ ଟାଣ୍ ନଃରେୟ୍ ଆର୍ ତୁମିମଃନ୍ ଜଃନ୍କଃରି ସେ ବିତ୍ରେ ଏକ୍ଲା ବାସାକଃରାସ୍, 9 ସଃବୁର୍ଉଟ୍ୟା ସଃକ୍ତିକାରି ମାପୁର୍ ମର୍ କାନେ କୟ୍ଲା, ବାୟ୍ଦ୍ରେ ଗାଦେକ୍ ଗଃର୍ ବଃସମ୍ ଅୟିଦ୍, ଜୁଣ୍ ବଃଡ୍ ଆର୍ ସୁନ୍ଦୁର୍ ଗଃର୍ମଃନ୍ ଆଚେ ସେ ସଃବୁ ଗଃରେ କେହେଁ ବାସା ନଃକେର୍ତି। 10 କାୟିତାକ୍ ବଃଲେକ୍ ୧୦ ମାଣ୍ ବିଆନ୍ ହଃଳ୍ତା ବୁଏଁ ଗଟେକ୍ ପାଉନ୍ ଅଙ୍ଗୁର୍ ରଃସ୍ ମିଳେଦ୍ ଆରେକ୍ ୧୦ ମାଣ୍ ବିଆନେ ଅଃବ୍କା ଗଟେକ୍ ମାଣ୍ କାଦି ମିଳେଦ୍। ୨୨୦ କେଜି ବିଆନେ ୨୨ କେଜି ମଃଞ୍ଜି ମିଳେଦ୍। 11 ଜୁଣ୍ମଃନ୍ ମଃଦ୍ କାଉଁକ୍ ବଃର୍ସଃକାଳେ ଉଟ୍ତି; ଅଃଙ୍ଗୁର୍ ରଃସେ ସେମଃନ୍ ରାତି ହଃତେକ୍ ମଃଦ୍ କାଉଁକେ ଚେତ୍ନା ରେତି, ସେମଃନ୍ ଡଃଣ୍ଡ୍ ହାଉତା ଜୟିଗ୍। 12 ସେମଃନ୍କାର୍ ବଜିୟେ ସାର୍ଙ୍ଗ, ନେବଲ, ସୁର୍ଲି ଆର୍ ଅଃଙ୍ଗୁର୍ ରଃସ୍ ରଃୟିଦ୍; ମଃତର୍ ସେମଃନ୍ ମାପୁର୍ କାମ୍କେ ଆକି ବୁଲାୟ୍ ନଃଦେକ୍ତି କି ତାର୍ ଆତେ କଃଲା ଜିନିସ୍ ବିସୟେ ଜାଣୁ ନଃହାର୍ତି। 13 ଇତାର୍ଗିନେ ମର୍ ଲକମଃନ୍ ଗିଆନାର୍ ଅଃବାବେ ବନ୍ଦି କଃରି ନିଆ ଜାୟ୍ଦ୍; ଆରେକ୍, ସେମଃନ୍କାର୍ ମାଜନ୍ ଲକମଃନ୍ ବୁକ୍ ହାୟ୍ଆଚ୍ତି ଆର୍ ସେମଃନ୍କାର୍ ଲକ୍ସଃବୁ ସଃସେ ସୁକିଜାତି। 14 ଇତାର୍ଗିନେ ହଃତାଳ୍ ନିଜାର୍ ହେଟ୍ ବଃଡ୍ କଃରିଆଚେ ଆର୍ ନିଜାର୍ ଟଣ୍ଡ୍ ଇସାବ୍ ନଃଉଣେ ମେଲା କଃରିଆଚେ; ଆରେକ୍, ସେମଃନ୍କାର୍ ଡାକ୍ହୁଟ୍ତାର୍ ଗିନେ, ସେମଃନ୍କାର୍ ଲକ୍ ସଃବୁ ସେମଃନ୍କାର୍ ଗଃଣ୍ଡ୍ଗଃଳ୍କାରି ଆର୍ ସେମଃନ୍କାର୍ ସଃର୍ଦା କଃରାଉତାଲକ୍ ସେମଃନ୍କାର୍ ବିତ୍ରେ ଉତ୍ରି ଆସ୍ତି। 15 ଆରେକ୍, ସାମାନ୍ୟ ଲକ୍ ଲାଜ୍ହାୟିଦ୍ ଆର୍ ଡାକେହୁଟାଲକ୍ ଲୁକ୍ସାନ୍ ଅୟିଦ୍, ଆରେକ୍ ଅଃକାରିର୍ ଆକି ନିଚ୍ଅୟିଦ୍; 16 ମଃତର୍ ସଃୟିନ୍ମୁଳିକା ସଃକ୍ତିମାନ୍ ମାପୁର୍ ନ୍ୟାୟ୍ ବିଚାର୍ କଃରେଦ୍, ଆରେକ୍,ଦଃର୍ମ୍କାରି ମାପୁର୍ ଦଃର୍ମେ ପବିତ୍ର ବଃଲି ମାୟିନ୍ ହାୟିଦ୍। 17 ସେ ସଃମୟେ ମେଣ୍ଡାହିଲାମଃନ୍ ନିଜାର୍ ଚଃର୍ତା ଜଃଗାୟ୍ ଚଃର୍ତା ହର୍ ଚଃର୍ତି, ଆରେକ୍, ମାଜନାର୍ ଜଃଗା ବଗ୍ କଃରୁକ୍ ବିଦେସିମଃନ୍ ଆସ୍ତି 18 ଜୁଣ୍ଲକ୍ ମିଚୁଆମଃନାର୍ ଡରେ କଃସ୍ଟାର୍ ସଃଗୁଳ୍ସଃଙ୍ଗ୍ ଅଃନ୍ୟାୟ୍ ଆର୍ ହାହ୍ ସଃଗୁଳ୍ ସଃଙ୍ଗ୍ ଜିକି ଅୟି ଜାତି ସେମଃନ୍ ଡଃଣ୍ଡାର୍ ଜୟିଗ୍। 19 ସେମଃନ୍ ବଃତାଉତି, ଅଃମିମଃନ୍ ଜଃନ୍କଃରି କଜୁ ହାରୁନ୍ଦ୍, ଇତାର୍ଗିନେ ସେ ବେଗି କଃର, ସେ ନିଜାର୍ କାମ୍ ବେଗି କଃର୍; ଆର୍, ଅଃମିମଃନ୍ ଜଃନ୍କଃରି ଜାଣୁ ହାରୁ, ଇତାର୍ଗିନେ ଇସ୍ରାଏଲାର୍ ନିର୍ମୁଳ୍ ଜଜ୍ନା ଗଃଟ। 20 ଜୁଣ୍ମଃନ୍ ମଃନ୍ଦ୍କେ ବଃଲ୍ ଆର୍ ବଃଲ୍କେ ମଃନ୍ଦ୍ ବଃଲୁଲାୟ୍; ଜୁଣ୍ମଃନ୍ ଅଃନ୍ଦାର୍କେ ଉଜାଳ୍ ଆର୍ ଉଲାଳ୍କେ ଅଃନ୍ଦାର୍ ବଃଲୁଲାୟ୍; ଜୁଣ୍ ଲଃକ୍ମଃନ୍ କଃସାକେ ମଦୁର୍ ଆର୍ ମଦୁର୍କେ କଃସା ବଃଲୁଲାୟ୍, ସେମଃନ୍ ଦଃଣ୍ଡ୍ହାଉତା ଜୟିଗ୍। 21 ଜୁଣ୍ଲକ୍ମଃନ୍ ନିଜାର୍ ନିଜାର୍ ଗିନେ ଗିଆନି ଆର୍ ନିଜାର୍ ଗିନେ ବୁଦିବାନ୍ ବଃଲୁଲାୟ୍, ସେମଃନ୍ ଦଃଣ୍ଡ୍ହାଉତା ଜୟିଗ୍। 22 ଜୁଣ୍ଲକ୍ମଃନ୍ ଅଃଙ୍ଗୁର୍ ରଃସ୍ ସୁରୁକ୍ ଡାକ୍ହୁଟା ଆର୍ ମଃଦେ ମିସାଗାବା କଃରୁକ୍ ଚଃଲାକି ରେତି; 23 ଜୁଣ୍ ଲଃକ୍ମଃନ୍ ଲାଚ୍ କାୟ୍କଃରି ଦୁସ୍ଟକେ ନିର୍ଦସି ଆର୍ ନିର୍ଦସ୍କେ ଦଃସି କଃର୍ତି, ସେମଃନ୍ ଦଃଣ୍ଡ୍ହାଉତା ଜୟିଗ୍। 24 ସେ ଲକ୍ମଃନ୍କାର୍ ଗିନେ ମଃନ୍ଦ୍ ହଃଳ୍ ଆଚେ, ଜଃନ୍କଃରି ହିରିୟେ ଜୟ୍ ଲାଗେଦ୍ ଆର୍ ସୁକ୍ଲା ରଃନ୍ ଜଃନ୍କଃରି ଜୟେ ହଡି ଚାର୍ ଅୟିଦ୍, ସେନ୍କଃରି ସେମଃନ୍କାର୍ ବୁନ୍ଦ୍ ମଃର୍ଲି ଜାୟିଦ୍ ଆର୍ ସେମଃନ୍କାର୍ ହୁଲ୍ ଦୁଳିହଃର୍ ଉଡିଜାୟିଦ୍; କାୟିତାକ୍ ବଃଲେକ୍ ସେମଃନ୍ ସଃୟିନ୍ମୁଳିକା ମାପୁର୍ ଆଦେସ୍ ଅଃମାନ୍ୟା କଃରିଆଚ୍ତି ଆର୍ ଇସ୍ରାଏଲାର୍ ଦଃର୍ମାର୍ ବଃଚନ୍କେ ମଃନ୍କଃରି ନଃକେର୍ତି 25 ଇତାର୍ଗିନେ ମାପୁର୍ ସେମଃନ୍କାର୍ ଉହ୍ରେ ଅଃଦିକ୍ ରିସା ଅୟିଆଚେ ଆର୍ ସେ ସେମଃନକାର୍ ବିରୁଦେ ନିଜାର୍ ଆତ୍ ଲାମାୟିକଃରି ସେମଃନ୍କେ ଦଃଣ୍ଡ୍ ଦଃୟିଦ୍, ଇହର୍ ଅୟିଦ୍ ଜେ, ହଃର୍ବାତ୍ମଃନ୍ କମ୍ପିଜାତି ଆର୍ ଲକମଃନ୍କାର୍ ମଃଲା ମଃଳ୍ ରଃସ୍ତାଉହ୍ରେ ଆର୍ଲା କଃଚ୍ରା ହର୍ ଗାଦା ଅୟି ରଃୟିଦ୍। ଇରଃକମ୍ ଅୟିଲେକ୍ ହେଁ ମାପୁର୍ ରିସା ବାଙ୍ଗିନଃକେରେ, ଆର୍ ଲକ୍ମଃନ୍କେ ଦଃଣ୍ଡ୍ ଦେଉଁକେ ଆତ୍ ଲାମାୟିରଃୟିଦ୍। 26 ଆରେକ୍, ମାପୁର୍ ଦୁରି ଦେସାର୍ ଲକ୍ମଃନ୍କାର୍ ଗିନେ ଗଟେକ୍ ଜଃଜା ଟେକେଦ୍ ଆର୍ ହୁର୍ତିବିର୍ ଗଟେକ୍ ଜଃଗାଟାଣୁ ସେମଃନ୍କାର୍ ଗିନେ ସୁୟିଟି ବାଜାୟିଦ୍, ଆରେକ୍ ସେମଃନ୍ ରସେ ଜାୟ୍କଃରି ବେଗି ହାଚ୍ତି; 27 ସେମଃନକାର୍ ବିତ୍ରେ କେଏ ତାକି ନଃକେର୍ତି, କି ଜଟ୍ୟାୟ୍ ନଃଉତି, କେଏ ଜୁମ୍ରି ନଃକେର୍ତି କି ନିଦୟ୍ ନଃକେର୍ତି; ଆର୍ ସେମଃନ୍କାର୍ ଅଃଟାବିଳା କୁସ୍ଳି ନଃକେରେ କି ସେମଃନ୍କାର୍ ହାଣ୍ଡାୟିର୍ ବାନ୍ଦୁଣ୍ ଚିଡି ନଃକେରେ; 28 ସେମଃନ୍କାର୍ କାଣ୍ଡ୍ ଲାଗୁଣ୍ ଆର୍ ସେମଃନ୍କାର୍ ଦଃଣୁ ଡର୍ ଜିକିଅୟ୍ ଆଚେ, ଗଳାମଃନ୍କାର୍ ରଃତ୍ ଚଃକ୍ ଚୁରାଗାଲି ବାଉହର୍; 29 ସେମଃନାର୍ ଗଃର୍ଜାଣ୍ ସିମାବାଗ୍ ହର୍, ସେମଃନ୍ ବେଣ୍ଡ୍ୟା ସିମାବାଗ୍ ହର୍ ଗଃର୍ଜାଣ୍ କଃର୍ତି; ଆର୍ ଜଃତ୍ ମାରି ସଃହଜେ ନଃୟ୍ଜାତି ଆର୍ ରଃକ୍ୟା କଃରୁକ୍ କେଏ ନଃରେତି। 30 ଆରେକ୍, ସେମଃନ୍ ସେଦିନ୍ ସଃମ୍ନ୍ଦାର୍ ଗଃର୍ଜାଣ୍ ହର୍ ଲକ୍ମଃନ୍କାର୍ ଉହ୍ରେ ଗଃର୍ଜାଣ୍ କଃର୍ତି; ଜଦି କେଏ ଦେସ୍କେ ଦଃକେଦ୍ ତଃବେ, ଅଃନ୍ଦାର୍ ଆର୍ ବିପଦ୍, ଆର୍, ସେଟାଣାର୍ ଉଲାଳ୍କେ ମେଗ୍ ଡାହିଅୟ୍ ଅଃନ୍ଦାର୍ ଅୟିଦ୍।