1 ଦଃକା ଗଟେକ୍ ରଃଜା ନ୍ୟାୟ୍ ହଃର୍କାରେ ସାସନ୍ କଃରେଦ୍ ଆର୍ ଅଃଦିକାରିମଃନ୍ ନ୍ୟାୟେ ସାସନ୍ କଃର୍ତି। 2 ହଃତି ମାନାୟ୍ ବଃତାସେ ଆସ୍ର ନେଉଁକେ, ମରୁ ବଃଟାୟ୍ ହୁଣି ହାଣି ହାଉତି, ବଃଡ୍ ହଃର୍ବାତାର୍ ତଃହ୍ଲା ବୁୟ୍ଁ ବଃଡ୍ ଟେଳାର୍ ସିତ୍ଳି ହର୍ ଅୟ୍ଦ୍। 3 ଆର୍ ଦଃକ୍ତା ଲକାର୍ ଆକି ଜଃଉଁଣିଆ ଅୟ୍ନଃକେରେ, ସୁଣ୍ତା ଲକାର୍ କାନ୍ ଦିଆନ୍ ଦଃୟ୍ଦ୍। 4 ଆର୍ ନିର୍ବୁଦିଆର୍ ମୁଣ୍ଡେ ଗିଆନ୍ ଆସେଦ୍ ଆର୍ ତତ୍ଲା ମଃନାର୍ ଜିବ୍ ନିକକଃରି କଃତା କୟ୍ଦ୍। 5 ଅଃବୁଜ୍ୟା ଲକ୍ ମାୟ୍ନ୍କାରି ଲକ୍ ବଃଲି ଆର୍ ହଃନ୍ଦିକାଡୁ ମାୟ୍ନ୍କାରି ନୟ୍। 6 କାୟିତାକ୍ ବଃଲେକ୍ ମୁର୍କିଆ ବେବାର୍ କଃରୁକେ ଆର୍ ତାର୍ ମଃନ୍ ମଃନ୍ଦ୍ କାମେ ଲାଗି ରଃୟିଦ୍ ସେ ଅଃଦଃର୍ମି କଃରେଦ୍ ମାପୁର୍ ବିସୟେ ବୁଲ୍ ବିଚାର୍ ଚାରିବାଟ୍ କଃରେଦ୍ ସେ ବୁକେ କାଦିଚାଡେଦ୍ ଆରେକ୍ ସସେ ସେ ହାଣି ଚାଡେଦ୍। 7 ଆର୍ ଅଃକାର୍ ଲକାର୍ ଉପାୟ୍ ସଃବୁ ମଃନ୍ଦ୍। ସେ ନିର୍ମାୟା ଲକେ ବଃଲେକ୍ ଟିକ୍କଃତା କଃଉତା ବଃଳ୍ ଇନସ୍ତା ଲକେ ମିଚ୍ କୟ୍କଃରି ନାସ୍କଃରୁକେ କଃରାପ୍ ଚିନ୍ତା କଃରେଦ୍। 8 ମଃତର୍ ମାୟ୍ନ୍କାରି ଲକ୍ ସଃତ୍ ନୟ୍ଲା କାମ୍ ନଃକେରେ ଜୁୟ୍ରି ସଃତ୍ ସେରି ସେ ଅଃଟୁଆ କଃରି ଦଃରିରଃକେଦ୍।
9 ଏ ସୁକି ମାୟ୍ମଃନ୍ ତୁମିମଃନ୍ ଉଟି ମର୍କଃତା ସୁଣା, ଏ ଚିନ୍ତା ନୟ୍ଲା କଃନ୍ୟାମଃନ୍ ମର୍କଃତାୟ୍ କାନ୍ଦିଆସ୍। 10 ଏ ଦୁକ୍ନୟ୍ଲା ମାୟ୍ଜିମଃନ୍ ତୁମି ଅଃବେ ଆସ୍ର ନଃଉଁଲାସ୍ ମଃତର୍ ଅଙ୍ଗୁର୍ ହଃଳ୍ ଆସ୍ତାବଃର୍ସ୍ ନଃମିଳେ। ଅଙ୍ଗୁର୍ହଃଳ୍ କଳ୍ତା ଦିନ୍ ନାସେ 11 ଏ ସୁକେ ରେତା ମାୟ୍ଜିମଃନ୍ ତୁମିମଃନ୍ ବିସ୍ୱାସ୍କଃରା; ଏ ଚିତା ନାୟ୍ଲାର୍ମଃନ୍ ବଃସ୍ତର୍ କାଡି ନଃଗ୍ଳା ଅଃଉଆ ଆର୍ ଅଃଟାବିଳା ବାନ୍ଦି ଅଃଉଆ। 12 ସେମଃନ୍ ହଃଳ୍ ଦେତା ଅଙ୍ଗୁର୍ ହଃଦା ଆର୍ ଅଃଙ୍ଗୁର୍ ମାଳ୍ ବୁଡିଗଃଲାର୍ ଗିନେ ଉରେ ମାରି ଅଃଉଅତ୍। 13 ମର୍ଲକ୍ମଃନ୍ ବୁଁୟ୍କାଟା ଆର୍ କାଟା କଃଳି ଗଃଚ୍ ଅଃଉତି; ହେଁ, ଉଲାସେ ସଃର୍ଦା ଅଃଉତା ସଃବୁ ବଃସ୍ତିର୍ ଗଃର୍ ଅୟ୍ଦ୍। 14 କାୟିତାକ୍ ବଃଲେକ୍ ରଃଜାର୍ ଗଃଳ୍ ଚାଡେଳି ଅୟ୍ଦ୍ ଆର୍ ଲକ୍ବଃର୍ତିରିଲା ଗଃଳ୍ ଲକ୍ ନୟ୍ଲାର୍ ଅୟ୍ଦ୍; ଗଃର୍ ଆର୍ ସଃଇନ୍ ଜାଗ୍ତା ଦୁର୍ଗ୍ ସଃବୁ ଦିନାର୍ ଗିନେ ହାର୍ ଅୟ୍ଦ୍, ବଃନ୍ଗଃଦ ଆର୍ ହସୁମଃନ୍ ଉଲାସେ ଚଃର୍ତା ଟାଣ୍ ଅୟ୍ଦ୍। 15 ସଃରାସଃରି ଉହ୍ରେ ହୁଣି ଆତ୍ମା ରଃକାୟ୍ଲେକ୍ ହଃଦା ଜଃମି କାତ୍ଜଃମି ଅୟ୍ଦ୍ ଆର୍ କାତ୍ଜଃମି ବଃନ୍ଜଃମି ବଃଲି ଗଃଣିତା ଅୟ୍ଦ୍। 16 ସଃଡେବଃଳ୍ ମରୁବଃଟାୟ୍ ନିଆୟ୍ ବିଚାର୍ ଆର୍ ଦଃର୍ମ୍ ବାସ୍କଃରେଦ୍। ରୁବ୍ରୁବା ଜଃମି ଦଃର୍ମିର୍ ବଃସ୍ତି ଅୟ୍ଦ୍। 17 ଆର୍ ସଃବୁଲକ୍ ଜାୟ୍ରି ନ୍ୟାୟ୍ ସେରି କଃର୍ତି ସେତି ସଃବୁବଃଳ୍ ସୁସ୍ତା ଆର୍ ବିବ୍ତି ନଃରେୟ୍। 18 ଆର୍ ମର୍ଲକ୍ମଃନ୍ ସୁସ୍ତାର୍ ବଃସ୍ତି ଟାଣେ ବାସ୍କଃର୍ତି ଆର୍ ସେମଃନାର୍ ଗଃର୍ ସୁସ୍ତା ଆର୍ ବିପଦ୍ନୟିଲା ଟାଣେ ରେତି। 19 ମଃତର୍ ବଃନେ କଃରାଟେଳା ବଃର୍ସା ଅୟ୍ଦ୍ ଆର୍ ଗଃଳ୍ ହୁରାହୁରି ନାସ୍ ଅୟ୍ଦ୍। 20 ହାଣି ରିଲା ତଃୟ୍ ବିଆନ୍ ବୁଣୁଲାସ୍ ଆର୍ ଗରୁ ଆର୍ ଗଃଦକେ ହଃଦାୟି ହଃଟାଉଁଲାସ୍ ତୁମି, ତୁମାର୍ ବାୟ୍ଗ୍।