1 ମଃତର୍ ଜୁଣ୍ ଦେସେ ଆଗେ ଦୁକ୍ରିଲି, ସେ ଦେସ୍, ବଃଲେକ୍ ସବୁଲନ୍ ଆର୍ ନପ୍ତଲି ଦେସ୍ ଅଃବେ ଅଃଗ୍ୟାନି ଅୟି ଅଃନ୍ଦାରେ ବୁଡି ନଃରେୟି। ଇ ଦେସ୍ମଃନ୍ ଇନସ୍ତା ଅୟ୍ରିଲାୟ୍, ମଃତର୍ ମାପୁର୍ ଇ ଦେସ୍ମଃନ୍କେ ଡାକ୍ହୁଟା କଃରେଦ୍, ସଃମ୍ନ୍ଦ୍ ଚଃମେ ରେତା ଜଃର୍ଦନ୍ଗାଡ୍ ସେହାଟିରିଲା ଗାଲିଲିର୍ ଜିହୁଦି ନଃୟ୍ଲା ଲକ୍ମଃନ୍କେ ମାୟ୍ନ୍କାରି କଃରେଦ୍। 2 ଜୁଣ୍ଲକମଃନ୍ ଅଃନ୍ଦାରେ ବୁଲତି ରିଲାୟ୍, ସେମଃନ୍ ଗଃଟେକ୍ ନିକଉଜାଳ୍ ଦଃକିଆଚ୍ତି; ସେମଃନ୍ ମଃର୍ଣ୍ଣହର ଅଃନ୍ଦାର୍ବିତ୍ରେ ବାସ୍କଃର୍ର୍ତିରିଲାୟ୍, ମଃତର୍ ସେ ଉଜାଳ୍ ସେମଃନ୍କେ ଦିବସ୍ କଃରିଆଚେ। 3 ଏ ମାପ୍ରୁ ତୁୟି ସେ ଦେସାର୍ ମାନାୟ୍ମଃନ୍କାର୍ ଗସ୍ଟି ବାଡାୟ୍କଃରି ସେମଃନ୍କେ ସୁକ୍ ଦଃୟ୍ଆଚ୍ସି; ସେମଃନ୍ ତକେ ତାକାର୍ ସଃର୍ଦା ଦଃକାଉତି ଇ ସଃର୍ଦା ତାସ୍କାଟ୍ତା ବଃଳାର୍ ମଃନ୍ଉଲାସ୍ହର୍ ଅୟିଦ୍, ଆରେକ୍ ଇ ସଃର୍ଦା ଚରିଆଣ୍ଲା ଜିନିସ୍ ବାଟାକଃଲାବଃଳ୍ ଜଃନ୍କାର୍ ଲାଗେଦ୍ ସେରଃକମ୍ ଉଲାସ୍ ଲାଗେଦ୍, 4 କାୟିତାକ୍ବଃଲେକ୍, ତୁମିମଃନ୍ ସେମଃନ୍କାର୍ ଅଃଟୁଉଆ ବଜ୍ ବଃଉଆସ୍। ସେମଃନ୍କାର୍ କଃନ୍ଦେ ରିଲା ଜିଅଡି ଆର୍ ତାର୍ କଃନ୍ଦାର୍ ଟେଙ୍ଗା, ତୁମାର୍ ସଃତ୍ରୁମଃନ୍କେ ଦଃଣ୍ଡ୍ ଦେଉଁକ୍ ବେବାର୍ କଃର୍ତିରିଲାୟ୍ ସେରିକ୍ ତୁମିମଃନ୍ ବାଙ୍ଗି ହଃକାଉଆସ୍। 5 ଜୁଜ୍ କଃଲାବଃଳ୍ ବେବାର୍ ଅୟ୍ଲା ସଃବୁ ବୁଟ୍ ଆର୍ ବଃନି ଲାଗିରିଲା ସଃବୁ ବଃସ୍ତର୍କେ ହଃଡାୟ୍ ଦିଆଜାୟିଦ୍, 6 କାୟିତାକ୍ବଃଲେକ୍ ଅଃମିମଃନ୍କାର୍ ଗିନେ ଗଟେକ୍ ହିଲା ଜଃଲମ୍ ଅୟିଆଚେ, ଅଃମିକେ ମାପୁର୍ ଗଟେ ହିଲା ଦଃୟିଆଚେ ଆର୍ ତାର୍ କଃନ୍ଦେ ସଃବୁଲକାର୍ ଦାୟିତାର୍ ବଜ୍ ବୟିଦ୍; ଆରେକ୍ ତାର୍ ନାଉ କାବାକଃରୁ, ମଃତ୍ରି, ସଃକ୍ତିକାରି ମାପୁର୍, ଜୁଗ୍ଜୁଗ୍ ରେତା ଉବା, ସାନ୍ତିର୍ ରଃଜା ଅୟିଦ୍। 7 ତାର୍ ରାୟିଜେ ଦାୟିତ୍ ଆର୍ ସାନ୍ତି ଆସେଦ୍, ସେ ଦାଉଦାର୍ ସିଙ୍ଗାସଣ୍ ଉହ୍ରେ ବଃସେଦ୍ ଆର୍ ତାର୍ ରାୟିଜେ ତାହୁନ୍ ଅୟି ନ୍ୟାୟ୍ ବିଚାର୍ କଃରେଦ୍ ଆର୍ ଦଃର୍ମାର୍ ବଃଳେ ଜୁଗ୍ଜୁଗ୍ ହଃତେକ୍ ରାୟିଜ୍ ସାସନ୍ କଃରେଦ୍। ଇରି ସଃବୁଟାଣୁ ଉଟ୍ୟା ସଃକ୍ତି କାରି ମାପୁର୍ ଇଚା ହୁରୁଣ୍ କଃରେଦ୍।
8 ମର୍ ମାପୁର୍ ଜାକୁବର୍ ଚଃମେ ଗଟେକ୍ କବୁର୍ ହଃଟାୟ୍ଲା। ସେ କବୁର୍ ଇସ୍ରାଏଲାର୍ ବିରୁଦେ ଅୟିଆଚେ। 9 ତାର୍ହଃଚେ ଇପ୍ରିୟମାର୍ ସଃବୁଲ୍ ଆର୍ ସମରିଆର୍ ଲକ୍ ହଃକା ଜାଣ୍ତି, ସେମଃନ୍ ଅଃକାରେ ଆର୍ ଗଃର୍ବେ କଃତା କଃଉତି। 10 ଇଟା ସୁବୁ ବାୟ୍ଦ୍ରେ ଅଦ୍ରି ଜାୟିଦ୍ ମଃତର୍ ଅଃମିମଃନ୍ ଆରେକ୍ ସେତାକ୍ ନିକକଃରି ଚଃଚ୍ଲା ଟେଳାୟ୍ ତାକେ ବଃନାଉଁନ୍ଦ୍। ଡୁମର୍ଗଃଚ୍ ସଃବୁ ମାରି ହଃକାୟ୍ଲା ହଃଚେ ଅଃମିମଃନ୍ ସେତି ଏରସ୍ ଗଃଚ୍ ଲାଗାଉନ୍ଦ୍। 11 ସେତାକ୍ ମାପୁର୍ ଇସ୍ରାଏଲାର୍ ବିରୁଦେ ଜୁଜ୍କଃରୁକ୍ ଗଟେକ୍ ଗସ୍ଟି ଆଣେଦ୍ ଆର୍ ରସ୍ଚିନାର୍ ବିରଦିମଃନ୍କେ ବଃଲ୍ବାଟ୍କେ ନଃୟିଦ୍ ଆର୍ ବିରଦିମଃନ୍କେ ରିସା କଃରାୟିଦ୍; 12 ତାର୍ହଃଚେ ମାପୁର୍ ଅରାମିୟ୍ମଃନ୍କେ ଉଦ୍ୟାନ୍ବାଟ୍ ଆର୍ ପଲେସ୍ଟିୟ୍ ମଃନ୍କେ ବୁଡ୍ତିବାଟ୍ ଆଣାଜାୟିଦ୍। ସେ ସଃତ୍ରୁମଃନ୍ ଗଟେକ୍ ଅୟି ଇସ୍ରାଏଲାର୍ ସଃୟିନ୍ମଃନ୍କେ ଆରାଉତି। ଇ ସଃବୁ ଅୟିଲେକ୍ ହେଁ ମାପୁର୍ ଇସ୍ରାଏଲ୍ମଃନ୍କାର୍ ଉହ୍ରେ ରିସା ବାଙ୍ଗି ନଃକେରେ, ଆଗ୍ତୁର୍ ହର୍ ତାର୍ ଲକ୍ମଃନ୍କେ ଡଣ୍ଡ୍ ଦେଉଁକ୍ ଆତ୍ ଲଃମିରଃୟ୍ଦ୍। 13 ମାପୁର୍ ଦଃଣ୍ଡ୍ ଦିଲେକ୍ ହେଁ ସେମଃନ୍ ହାହ୍ କଃର୍ତାର୍ ଚାଡିନଃରେତି, ସେମଃନ୍ ମାପୁର୍ ଚଃମେ ବାଉଳି ନାସ୍ତି କି ସଃବୁସଃକ୍ତିର୍ ଉଟ୍ୟାରି ମାପୁର୍କେ ଜାଣୁକ୍ ମଃନ୍କଃରି ନଃକେର୍ତି। 14 ଇତାର୍ ଗିନେ ମାପୁର୍ ଇସ୍ରାଏଲାର୍ ମୁଣ୍ଡ୍ ଆର୍ ଲେଞ୍ଜ୍, କାଟି ହଃକାୟିଦ୍, ଆରେକ୍ କଃଜ୍ରି ଗଃଚାର୍ କଃନ୍ଦା ଆର୍ ହାଣିୟେ ରେତା ରଃନ୍କେ ମାପୁର୍ ଗଟ୍ଦିନ୍ବିତ୍ରେ କାଟିହଃକାୟିଦ୍। 15 ପାରାଚିନ୍ ଆର୍ ମାୟିନ୍ ହାଉତାଲକ୍ମଃନ୍ ଅଃଉଁଲାୟ୍ ମୁଣ୍ଡ୍ ଆର୍ ମିଚ୍ସିକ୍ୟା ଦେତାଲକ୍ ଆସ୍ତାଦିନାର୍ କଃତା କଃଉତା ବାବ୍ବାଦି ଅଃଉଁଲାୟ୍ ଲେଞ୍ଜ୍, 16 କାୟିତାକ୍ବଃଲେକ୍ ଲକ୍ମଃନ୍କେ ବାଟ୍ଦଃକାଉତା ଲଃକ୍ମଃନ୍ ଲକ୍ମଃନ୍କେ କଃରାପ୍ବାଟ୍ ନେତି, ଆରେକ୍, ଜୁଣ୍ଲକ୍ମଃନ୍ ସେମଃନ୍କାର୍ ଦଃୟି ବାଟ୍ଚାଲ୍ତି, ସେମଃନ୍ କୁଳୁପ୍ନାସ୍ ଅଃଉତି। 17 ଇତାର୍ଗିନେ ମାପୁର୍ ସେମଃନ୍କାର୍ ଦଃଙ୍ଗ୍ଳା ମାନାୟ୍ମଃନ୍କାର୍ ଉହ୍ରେ ସଃର୍ଦା ଅୟ୍ନଃକେରେ, କି ସେମଃନ୍କାର୍ ଟୁରାମଃନ୍କାର ଉହ୍ରେ ଆର୍ ରାଣ୍ଡିମଃନାର୍ ଉହ୍ରେ ଦଃୟାକଃରି ନଃକେରେ; ବଃଲେକ୍ ବଃକୁଆମଃନ୍ ଅଃଦଃର୍ମି ଆର୍ ମାପୁରାର୍ କଃତା ନଃମାନ୍ତି ଆର୍ ମିଚ୍କଃତା କଃଉତି। ଇତାର୍ଗିନେ ମାପୁର୍ ସେମଃନ୍କାର୍ ଉହ୍ରେ ସଃବୁବଃଳ୍ ରିସା ରଃୟିଦ୍ ଆର୍ ସେ ଲକ୍ମଃନ୍କେ ଦଃଣ୍ଡ୍ ଦେଉଁକେ ଆତ୍ ଲାମାୟିରଃୟିଦ୍। 18 ହଃଟ୍କାର୍ ବୁଦି କଃଚ୍ତା ଜୟ୍ହର୍; ସେରି କାମେ ନଃଲାଗ୍ତା ରଃନ୍ ଆର୍ କାଟାବୁଟାକେ ହଃଡାୟ୍ ହଃକାୟିଦ୍; ତାର୍ହଃଚେ ଜୟ୍ ଜଃବର୍ କଃଚି ବଃଡ୍ ରୁହ୍ ଦଃରେଦ୍ ଆର୍ କଃଳ୍ୟା ମେଗ୍ହର୍ ଦୁଆଁ ଅୟି ଉହ୍ରେ ଉଟେଦ୍। 19 ସଃବୁଟାଣୁ ଉଟ୍ୟା ସଃକ୍ତିକାରି ମାପୁର୍ ଇହର୍ ରିସା ଅୟିଦ୍ ଜେ ସଃବୁ ଦେସ୍ ଜୟେ ହଡି ଜାୟ୍ଆଚେ, ସଃବୁଲକ୍ ଜୟ୍କଃଚ୍ତା କାଟ୍ହର୍ ଅୟି ବଃସମ୍ ଅଃଉତି; କୁୟି ଲକ୍ହେଁ ନିଜାର୍ ବାୟ୍ସିକେ ଦଃୟିଆ ନଃକେରେ। 20 କାତା ଆତେ କାଦି ଦଃରିକଃରି ହେଁ, ବୁକେ ରେତି; ଡେବ୍ରି ଆତେ କାଦି କାତି ମଃତର୍ ସେମଃନ୍ ସାନ୍ତି ଅୟ୍ନଃକେର୍ତି; ତାର୍ହଃଚେ ସେମଃନ୍ ନିଜାର୍ନିଜାର୍ ହିଲାମଃନ୍କାର୍ ମାସ୍ କାତି। 21 ମନସି ଇପ୍ରିୟମ୍ ବିରୁଦେ ଆର୍ ଇପ୍ରିୟମ୍ ମନ୍ସି ବିରୁଦେ ଜାତି, ଆରେକ୍, ସେମଃନ୍ ଗଟେକ୍ ଅୟି ଜିହୁଦାର୍ ବିରୁଦେ ଜୁଜ୍ କଃର୍ତି। ଇରି ଅୟିଲେକ୍ ହେଁ ତାର୍ ରିସା ବାଙ୍ଗି ନଃକେରେ। ସେ ଲକ୍ମଃନ୍କେ ଦଃଣ୍ଡ୍ ଦେଉଁକେ ଆତ୍ ଲାମାୟିରଃୟିଦ୍।