1 ସଃଡେବଃଳ୍ ବଲଦନାର୍ ହୟିସି ବାବିଲ୍ରଃଜା ମରଦକ୍-ବଲ୍ଦନ୍ ହିଜକିୟ ହାକ୍ ଚିଟି ଆର୍ ଇନାମ୍ ହଃଟାୟ୍ଲା; କାୟିତାକ୍ ବଃଲେକ୍ ସେ ରଗି ଅୟ୍ଲାକେ ଆର୍ ସୁସ୍ତ୍ ଅଃଉତାର୍ କବୁର୍ ସେ ସୁଣିରିଲା। 2 ସେତାକେ ହିଜିକିୟ ବେସି ସଃଲ୍ମତ୍ ଅୟି ନିଜାର୍ ବେସି ମଲାର୍ ଜିନିସ୍, ରୁହା ସନା ଆର୍ ସୁନ୍ଦୁର୍ ବାସ୍ନା ଜିନିସ୍ ଆର୍ ବେସି ମଲାର୍ ଚିକଣ୍ ଆର୍ ନିଜାର୍ ଅଃସ୍ତର୍ ସଃଙ୍ଗାଉତା ଗଃରାର୍ ଆର୍ ନିଜାର୍ ବଃଣ୍ଡାରାର୍ ସଃବୁ ଜିନିସ୍ ସେମଃନ୍କେ ଦଃକାୟ୍ଲା; ହିଜିକିୟ ଜାୟ୍ରି ସେମଃନ୍କେ ଦଃକାୟ୍ ନଃକେଲା ଅଃନ୍କା କାୟି ଜିନିସ୍ହେଁ ତାର୍ ଗଃରେ କି ରାୟ୍ଜେ ନଃରିଲି। 3 ସଃଡେବଃଳ୍ ଜିସାୟ୍ ବାବ୍ବାଦି ହିଜିକିୟ ରଃଜା ହାକ୍ ଆସି ତାକେ କୟ୍ଲା, ଇ ଲଃକ୍ମଃନ୍ କାୟିରି କୟ୍ଲାୟ୍? ସେମଃନ୍ କୁୟ୍ତି ହୁଣି ତର୍ହାକ୍ ଆୟ୍ଲାୟ୍? ତଃବେ ହିଜିକିୟ କୟ୍ଲା, ସେମଃନ୍ ଦୁରି ଦେସ୍ ବାବିଲ୍ ହୁଣି ମର୍ହାକ୍ ଆସିଆଚ୍ତି। 4 ଇତାକେ ସେ ହଃଚାର୍ଲା, ସେମଃନ୍ ତୁମାର୍ ଗଃରେ କାୟିରି ଦଃକିଆଚ୍ତି? ତଃବେ ହିଜିକିଅ ଉତୁର୍ଦିଲା, ମର୍ ଗଃରେ ଜାୟ୍ଜାୟ୍ରି ଆଚେ, ସଃବୁ ସେମଃନ୍ ଦଃକି ଆଚ୍ତି; ଜାୟ୍ରି ମୁୟି ଦଃକାୟ୍ ନଃକେରି, ଇ ରଃକମ୍ କାୟ୍ଜିନିସ୍ ହେଁ ମର୍ ବଃଣ୍ଡାରେ ନାୟ୍। 5 ଇତାକେ ଜିସାୟ ହିଜିକିଅକେ କୟ୍ଲା, ସଃୟ୍ନ୍ ଅଃଦିକାରି ଜିଅବା କୟିଲା ବଃଚନ୍ ସୁଣା। 6 ଦଃକା ଗଃରାର୍ ସଃବୁ ଜିନିସ୍ ଆର୍ ଆଜିହଃତେକ୍ ତୁମାର୍ ଦାଦିବାବୁମଃନ୍ ଅଃର୍ଜ୍ଲାର୍ ସଃବୁ ଜିନିସ୍ ବାବିଲ୍କେ ନେତା ସଃମୟ୍ ଆସୁଲି; ଇସ୍ୱର୍ କଃଉଁଲା କାୟିରି ହେଁ ଚାଡାନାୟ୍। 7 ଆର୍ ତୁମାର୍ ହଅ ହିଲାମଃନାର୍ ବିତ୍ରେ ଜୁୟ୍ମଃନ୍ ତୁମାର୍ ହେଟେ ଜାତ୍ ଅୟ୍ଲାର୍ ଆର୍ ତୁମାର୍ ତଃୟ୍ ହୁଣି ଜାତ୍ ଅଃଉତି, ସେମଃନ୍କେ ସେମଃନ୍ ନଃୟ୍ଜାତି ଆର୍ ସେମଃନ୍ ବାବିଲ୍ ରଃଜାର୍ ନଅଁର୍ ବିତ୍ରେ ବେଜୁ ଅୟ୍ରେତି। 8 ସଃଡେବଃଳ୍ ହିଜିକିଅ କୟ୍ଲା, ତୁୟ୍ ଜିଅବା କୟିଲା ବଃଚନ୍ କୟ୍ଆଚ୍ସି, ସେରି ନିକ। ସେ ଆରେକ୍ କୟ୍ଲା, କାୟିତାକ୍ ବଃଲେକ୍ ମର୍ ସଃମୟେ ସୁସ୍ତା ଆର୍ ସଃତ୍ ଆସେଦ୍।
Publicidade
Publicidade