1 ଆଟାଳ୍ ବିସୟେ ଦଃର୍ସନ୍ ବାବ୍ବାଣି କୟିଲାର୍, ତୁମିମଃନ୍କାର୍ କାୟିରି ଅୟିଆଚେ ତୁମିମଃନ୍ ସଃବୁ କାୟିତାକ୍ ଗଃରାର୍ ଚାନି ଉହ୍ରେ ଜାୟ୍ଆଚାସ୍? 2 ଏ ସଃର୍ଦାର୍ ସଃବଦେ ହୁର୍ନ୍ ଆର୍ ଉରାଟୁ ସଃବଦେ ରେତା ଗଃଳ୍, ଉଲାସେ ରେତା ଗଃଳ୍; ତୁମାର୍ ଲକ୍ କଃଣ୍ଡାୟ୍ ମଃରି ନଃକେର୍ତି, କି ଜୁଜେ ମଃରି ନଃକେର୍ତି। 3 ତୁମାର୍ ସାସନ୍ କାରିମଃନ୍ ସଃବୁଲକ୍ ଅଃକାବଃଳ୍ ହଃଳାୟ୍ଲାୟ୍, ସେମଃନ୍କେ ଦଃଣୁ ଜିକି କାଣ୍ଡ୍ ବିନ୍ଦ୍ତା ଆଗ୍ତୁ ଦଃରାହଃଳ୍ଲାୟ୍;ଆର୍ ସଃବୁଲକ୍ ଗଟେମାଡେ ବାନ୍ଦା ଗଃଲାୟି, 4 ସେତାର୍ଗିନେ ମୁୟି କଃଉଁଲେ, ମକେ ଚାଡି ବିନ୍ବାଟ୍ ଦଃକା, ମୁୟି ବେସି ରଃଦ୍ନ୍କଃରି କାନ୍ଦିନ୍ଦ୍; ମର୍ ଗସ୍ଟିର୍ ହିଲାର୍ ନାସ୍ ବିସୟେ ମକେ ଦୁକ୍ ହାସ୍ରାଉଁକେ କଃରୁକ୍ ମକେ ଚେସ୍ଟା କଃରାନାୟ୍। 5 କାୟିତାକ୍ ବଃଲେକ୍, ଜିରୁସାଲେମ୍ ଆଟାଳେ, ଲକମଃନ୍ ଏକ୍ଆରେକ୍କେ ମାଡା ଚଃଗା ଅଃଉତି; କୁଆଳ୍ମଃନ୍କେ ବାଙ୍ଗି ହଃକାଉତି, ସେଲକ୍ମଃନ୍ ଆଟାଳେ ବିକୁର୍ତି ଅୟି କାନ୍ଦ୍ତି 6 ଆରେକ୍, ଏଲମାର୍ ରଃତ୍ଚାଲାଉ ଆର୍ ଗଳାଚାଲାଉତା ଲକ୍ ବଃର୍ଚା ଦଃରି ଜୁଜ୍ କଃଲାୟି ଆର୍ କିର୍ ସଃୟ୍ନ୍ ଜାପଣ୍ ଦଃରି ଜଃଗ୍ରାତ୍ ରିଲାୟ୍। 7 ଆର୍ ତୁମାର୍ ରୁବ୍ରୁବା ଆଟାଳ୍ ରଃତ୍ମଃନ୍ ବଃର୍ତି ଅୟ୍ରିଲି, ଆର୍ ଗଳାଚାଲାଉ ଜିରୁସାଲେମ୍ ମୁଆଟି ହୁର୍ନ୍ ଅୟି ଟିଆ ଅୟ୍ରିଲାୟ୍" 8 ଆରେକ୍, ଇସ୍ୱର୍ ଜିହୁଦାର୍ ରଃକ୍ୟା କଃର୍ତାର୍ ବଃନ୍ଦ୍ କଃଲା ଆର୍ ସେ ଦିନ୍ ତୁମିମଃନ୍ ବଃନ୍ବାସ୍ ଗଃରାର୍ ଜୁଜ୍ ଅଃତ୍ୟାର୍ ଉହ୍ରେ ଆକି ହଃକାଉଆସ୍। 9 ଆରେକ୍, ଦାଉଦ୍ ଗଃଳ୍ ବାଙ୍ଗ୍ଲା ଟାଣ୍ସଃବୁ ତୁମିମଃନ୍ ଦଃକିରିଲାସ୍ ଆର୍ ବଃନ୍ଦାର୍ ହାଣି ସଃବୁ ଗଟେ ଟାଣେ କଃଲାସ୍। 10 ଆରେକ୍, ତୁମିମଃନ୍ ଜିରୁସାଲମାର୍ ଗଃର୍ ସଃବୁ ଗଃଣ୍ଲାସ୍ ଆର୍ କୁଆଳ୍ ଅଃଟୁଆ କଃରୁକ୍ ଗଃର୍ ସଃବୁ ବାଙ୍ଗି ହଃକାୟ୍ଲାସ୍। 11 ଆରେକ୍ ତୁମିମଃନ୍ ହୁର୍ବାର୍ ହର୍ନା ବଃନ୍ଦାର୍ ହାଣି ଆଣୁକେ ଗଃଳ୍ବିତ୍ରେ ବଃଡ୍ ବଃନ୍ଦ୍ ମାର୍ଲାସ୍। ମଃତର୍ ଜେ ଇରି ହାଜ୍ଲା, ସେ ଉବ୍ଜାଣ୍ କାରିକେ ତୁମିମଃନ୍ ସଃତ୍ ନଃକେଲାସ୍; କି ତୁମିମଃନ୍ ତାକେ ଦିଆନ୍ ନଃଦିଲାସ୍। 12 ସେତାକ୍ ମର୍ ମାପୁର୍ ସଃକ୍ତିକାରି ଇସ୍ୱର୍ ଲକମଃନ୍କେ ରଃଦନ୍ କଃରୁକେ, ଉଲ୍ଗାଟ୍ଅୟ୍ କାନ୍ଦୁକେ, ମୁଣ୍ଡ୍ କୁରାଉଁକେ ଆର୍ ଅଃଟାୟି ବାସ୍ତାବଃସ୍ତର୍ ହିନ୍ଦୁକେ କୁଦ୍ଲା। 13 ମଃତର୍ ଦଃକା, ଲଃକ୍ମଃନ୍ ସଃର୍ଦାକିଆଲି ହଃର୍ବ୍ ହର୍ କଃରୁଲାୟ୍, ହଳ୍ ଆର୍ ମେଣ୍ଡା ମାରି ମାସ୍ କାଉଁଆ ଆର୍ ଅଙ୍ଗୁର୍ ରଃସ୍ ସୁରୁମା; ଆସା ଅଃମିମଃନ୍ କାଉଁଆ ଆର୍ ସୁରୁମା କାୟତାକ୍ବଃଲେକ୍ ଅଃମିମଃନ୍ କାଲି ମଃରୁମା। 14 ଆରେକ୍ ସଃୟିନ୍ମଃନାର୍ ଅଃଦିକାରି ମାପୁର୍ ନିଜେ ଅଃମାର୍ କାନେ ସୁଣାଗଃଲାହର୍ କୟ୍ଲା, ତୁମିମଃନାର୍ ହାହ୍ ମଃର୍ନ୍ ହଃତେକ୍ କେମା କଃରାନଃଜାୟ୍ ମାପୁର୍ ସଃୟିନ୍ମଃନାର୍ ଅଃଦିକାରି ଇସ୍ୱର୍ ଇହର୍ କଃଉଁଲା। 15 ମାପୁର୍ ସଃୟିନ୍ଅଃଦିକାରି ଇ କଃତା କଃଉଁଲା, ତୁମି ଇ ଟେଜ୍ରି ଚଃମେ ଜଃହା ବଃଲେକ୍ ଗଃରାର୍ ଗୁମୁସ୍ତା ସିବନ୍ ଚଃମେ ଜାୟକଃରି କଃଉଆ। 16 ତୁମି ଇଟାଣେ କାୟିରି କଃରୁଲାସ୍? ଆର୍ ଇଟାଣେ ତୁମାର୍ କେଏ ଆଚେ ଜେ, ତୁମି ନିଜ୍କେ ତହ୍ତା ହାଁୟି ଗଟେକ୍ କାଲ୍ କଃଣି ଆଚାସ୍? ଆର୍ ଟେଳାୟ୍ ନିଜାର୍ ଗିନେ ବାସା ଟାଣ୍ କଦି କଃରି କରିଆଚାସ୍। 17 ଦଃକା ତୁମିକେ ଅଃଟୁଆ ବାବେ ଦଃରେଦ୍, ଆର୍ ବିରହର୍ ତୁମିକେ ଦୁରିକେ ବେଟିହିଙ୍ଗେଦ୍। 18 ବାୟିଦ୍ରେ ବାବେ ସେ ବତୁହର୍ ତୁମିକେ ବୁଲାୟ୍ ଆର୍ ଗିଞ୍ଜ୍ରାୟ୍ ଟେଳାକୁଳାୟ୍ ବଃଡ୍ ଦେସେ ହଃକାୟ୍ନ୍ଦ; ସେଟାଣେ ତୁମି ମଃରାସ୍ ଆର୍ ସେଟାଣେ ତୁମାର୍ ଜଃଜ୍ମାନ୍ ରଃତ୍ ସଃବୁ ରଃୟିଦ୍, ତୁମି ତୁମାର୍ ସାଉକାରାର୍ ହଃଟଙ୍ଗ୍ ହର୍ ଅଃଉଆସ୍। 19 ଆରେକ୍, ମୁୟି ତୁମିକେ ତୁମାର୍ ହଃଦେ ହୁଣି ବାର୍ କଃରିନ୍ଦ୍ ଆର୍ ସେ ତୁମିକେ ତୁମାର୍ ଟାଣେ ହୁଣି ଜିକି ଆଣି ତଃଳେ ହଃକାୟଦ୍। 20 ଆର୍, ସେ ଦିନ୍ ମୁୟି ମର୍ ଦାସ୍କେ, ହିଲ୍କିୟର୍ ହଃୟ୍ସି ଇଲିୟାକିମ୍କେ କୁଦିନ୍ଦ୍; 21 ଆରେକ୍, ମୁୟି ତର୍ ବଃସ୍ତର୍ ତାକେ ହିନ୍ଦାୟିଦ୍ ଆର୍ ତର୍ ଅଃଟା ବାନ୍ଦୁଣେ ତାକେ ବଃଳ୍କାରି କଃରିନ୍ଦ୍ ଆର୍ ତର୍ ଦାୟିତାର୍ ଅଃଦିକାର୍ ତାର୍ ଆତେ ସଃର୍ହ୍ମାନ୍ କଃରିନ୍ଦ୍; ସେତାକ୍ ସେ ଜିରୁସାଲମ୍ ବାସିନ୍ଦା ମଃନ୍କାର୍ ଆର୍ ଜିହୁଦା ବଂଉଁସାର୍ ଉବାସି ଅୟିଦ୍। 22 ଆରେକ୍, ମୁୟି ଦାଉଦ୍ ବଂଉଁସାର୍ କୁଚିକାଡା ତାର୍ କଃନ୍ଦେ ସଃଙ୍ଗାୟିଦ୍, ସେ ଉଗାଳ୍ଲେକ୍, କେଏ ବଃନ୍ଦ୍କଃରୁ ନଃହାର୍ତି ଆର୍ ସେ ବଃନ୍ଦ୍ କଃଲେକ୍ କେଏ ଉଗାଳୁ ନଃହାର୍ତି। 23 ଆରେକ୍, ମୁୟି ତାକେ କୁଟା ହର୍ ଗଟେକ୍ ବଃଡ୍ ବେଦେ ତାକ୍ ମାରିନ୍ଦ୍ ଆର୍ ସେ ନିଜାର୍ ଉବାସିର୍ କୁଳ୍ ବଃଉଁସାର୍ ଜଃଜ୍ମାନ୍ ସିଙ୍ଗାସଣ୍ ହର୍ ଅୟିଦ୍। 24 ଆରେକ୍, ଲଃକ୍ମଃନ୍ ତାର୍ ଉବାସିର୍ ବଂଉଁସାର୍ ସଃବୁ ଜଃଜ୍ମାନ୍, ହିଲାମଃନ୍ ଆର୍ ସୁର୍ତା କପା ଟାଣୁ ଡକା ହଃତେକ୍ ହଃତି ସାନ୍ ଆଣ୍ଡିକଣ୍ଡି ତାର୍ ଉହ୍ରେ ଅଳାଉତି। 25 ସଃୟିନ୍ମଃନ୍କାର୍ ଅଃଦିକାରି ଇସ୍ୱର୍ କୟ୍ଆଚେ, ଜୁଣ୍ କୁର୍ସୁଳି କୁଟା ଅଃଟୁଉଆ ଟାଣେ ମାରା ଜାୟ୍ ରିଲି, ସେରି ସେଦିନ୍ କାଡି ଅୟିଦ୍ ଆର୍ ଉଟ୍କି ତଃଳେ ହଃଳେଦ୍, ଆରେକ୍ ତାର୍ ଉହ୍ରେ ରିଲା ବଜ୍ ନସ୍ଟ୍ ଅୟିଦ୍, କାୟିତାକ୍ ବଃଲେକ୍ ଇସ୍ୱର୍ ଇରି କୟ୍ଆଚେ।
Publicidade
Isaías 22
ଜିରୁସାଲମ୍କେ ବାବ୍ବାଣି
Veja também
Publicidade