1 ଏ ଦଃଣ୍ଡାର୍ ଜୟ୍ଗ୍ କୁସ୍ଦେସାର୍ ଗାଡ୍ ସେହାଟି ଜୁୟ୍ତି କି ଡେଣାର୍ ସଃବଦ୍ ସୁଣା ଜଃଉଁଲି। 2 ସେ ଦେସାର୍ ବାର୍ତାଦେତା ଲକ୍ମଃନ୍କେ ପାପିରସ୍ ଗଃଚ୍ତଃୟ୍ ତିଆର୍ ଅୟ୍ଲା ଡଙ୍ଗାୟ୍ ସେମଃନ୍କେ ସଃମୁନ୍ଦ୍ ଲଃଙ୍ଗି ଜଃଉଁକେ ହଃଟାୟ୍ଲେ, ବେଗି ବାର୍ତା ହଚାଉତା ଲଃକ୍ମଃନ୍ ବେଗି ବାରୟ୍ ଜାହା ଜୁୟି ଗସ୍ଟି ସଃକ୍ତି ଆର୍ ଚିକ୍ଣିଆ ଆର୍ ଜାର୍ ଦେସ୍କେ ଗାଡ୍ ଦୁୟ୍ବାଗ୍ କଃରିଆଚେ ସେମଃନାର୍ ହାକ୍ ଇ ବାର୍ତା ହଚାଉଆ ଜୁୟି ଲକ୍ମଃନ୍କେ କି ଦେସାର୍ ଲକ୍ ଡିରୁଲାୟ୍। 3 ଏ ଜଗତେ ବାସାକଃଲା ଲକମଃନ୍; ଏ ହୁର୍ତିଏ ବାସାକଃଲା ଲକ୍ସଃବୁ, ହର୍ବାତ୍ ଉହ୍ରେ ଜଃଜା ଉଡ୍ତା ବଃଳ୍ ତୁମିମଃନ୍ ଦଃକାସ୍ ଆର୍ ତୁରି ବାଜ୍ତା ବଃଳ୍ ତୁମିମଃନ୍ ସୁଣାସ୍। 4 କାୟିତାକ୍ ବଃଲେକ୍ ଇସ୍ୱର୍ ଅଃମିକେ ଇହର୍ କଃଉଁଲା, କଃରାବଃଳାର୍ ନିର୍ମୁଳ୍ ଉସୁମ୍ ହର୍, ତାସ୍ କାଟ୍ତାବଃଳାର୍ ଅସ୍ହାଣି ମିସ୍ଲା ମେଗ୍ ହର୍ ତିର୍ଅୟ୍ ଆର୍ ନିଜାର୍ ବାସା ଟାଣେ ରଃୟ୍ ଦଃକିନ୍ଦ୍। 5 ଜଃଡେବଃଳ୍ ଅଃଙ୍ଗୁର୍ ଅରାଉତାବଃଳାର୍ ଆଗ୍ତୁ ହଃଳ୍ତଃୟ୍ର୍ ହୁଲ୍ ଅଙ୍ଗୁର୍ ହଃଳି ହାକ୍ତାବଃଳ୍ ସେ ଇଳା ନଃୟ୍ ସେତିର୍ ହାଲିମ୍ ଡାଳ୍ ସଃବୁ କାଟିହଃକାୟିଦ୍ ଆର୍ ସେତିର୍ ବିଚିଅୟ୍ରିଲା କଃନ୍ଦାସଃବୁ କାଟି ହଃକାୟ୍ଦ୍। 6 ସଃୟିନ୍ମଃନ୍କାର୍ ମଃଲା ଗଃଗାଳ୍କେ ହୁର୍ବ୍ ଦେସାର୍ ଦୁରିର୍ ହଃର୍ବାତାର୍ ଚେଳେମଃନ୍ ଆର୍ ହଃସୁମଃନାର୍ ଗିନେ ଚାଡି ଦଃୟ୍ଦ୍; ଚେଳେମଃନ୍ କଃରାମାସେ କାତି ଆର୍ ହୁର୍ତିବିର୍ ହସୁମଃନ୍ ସେରି ସିତ୍ମାସେ କାତି। 7 ସେ ସଃମୟେ ଗଟେକ୍ ଡେଙ୍ଗ୍ ଆର୍ ସଃକ୍ତିଲକେ ମାପୁର୍ ଚଃମେ ଆଣାଜାୟିଦ୍, ସଃବୁ ଟାଣେ ଲଃକ୍ମଃନ୍ ଇ ବଃଡ୍ ଆର୍ ସଃକ୍ତିକାରି ମାନାୟ୍ମଃନ୍କେ ଡିର୍ତି, କାୟିତାକ୍ ବଃଲେକ୍ ସେମଃନ୍ ଗଟେକ୍ ସଃକ୍ତିକାରି ଗସ୍ଟି, ସେ ଗସ୍ଟି ବିନ୍ ଗସ୍ଟିକେ ଆରାଉତି; ସେ ଦେସ୍ ଗାଡ୍ନାଳ୍ ଦଃୟି ବାଗ୍ ଅୟିଆଚେ, ସେ ଦାନ୍ ସିୟନ୍ ହଃର୍ବାତାର୍ ଇସ୍ୱରାର୍ ବାସା ଟାଣ୍ ଆସେଦ୍।
Publicidade
Isaías 18
ଇସ୍ୱର୍ କୁସ୍ ଦେସ୍କେ ବାଣି
Veja também
Publicidade