1 ସେଦିନ୍ ସାତ୍ଗଟ୍ ମାୟ୍ଜି ଗଟେକ୍ ଅଃଣ୍ଡ୍ରାକ୍ ଦଃରି କଃଉତି, ଅଃମିମଃନ୍ ଅଃମାର୍ ନିଜାର୍ ଅଃର୍ନ୍ କାଉନ୍ଦ୍ ଆର୍ ନିଜାର୍ ବଃସ୍ତର୍ ହିଦୁନ୍ଦ୍; ତୁୟ୍ ଜଦି ଅଃମିମଃନ୍କେ ବିବାକଃର୍ସି; ଅଃମିକ୍ ଅଃବ୍କା ତର୍ ନାଉଁୟେ ଡାକ୍ହୁଟାଉସି ଆର୍ ଲାଜେ ହୁଣି ରଃକ୍ୟା କଃର୍ସି।
2 ଜଃଜ୍ମାନ୍ ସଃମୟେ ମାପୁର୍ ଦିଲା କଃନ୍ଦା (ଜିଉଦା) ଅଃଦିକ୍ ସୁନ୍ଦୁର୍ ଆର୍ ଲକାର୍ ମଃନ୍କେ ଟାଣ୍ଲା ହର୍ ଅୟିଦ୍, ଆର୍ ଦେସାର୍ ହଃଳ୍ ଅଃଦିକ୍ ନିକ ଆର୍ ମଃନ୍କେ ଜାୟିଦ୍। 3 ଆରେକ୍, ମାପୁର୍ ସିୟନାର୍ ମାୟ୍ଜିମଃନାର୍ ମେଳିକେ ଦଃୟ୍କଃରି ନିର୍ମୁଳ୍ କଃରେଦ୍ ଆର୍ ସେ ଜିରୁସାଲମାର୍ ସଃବୁ ବଃନିକେ ଦଃୟିଦ୍। ମାପୁର୍ ତାର୍ ନ୍ୟାୟ୍ ଆତ୍ମାକେ ଆର୍ ହଡାଉତା ଆତ୍ମା ଦଃୟି କାମ୍ କଃରାୟିଦ୍। 4 ସେ ସଃମୟେ ସିୟନାର୍ ଆର୍ ଜିରୁସାଲମାର୍ ବାକି ସଃବୁଲକ୍ ଅଃଲ୍ଗା ରଃକମ୍ ଆର୍ ପବିତ୍ର ଲକ୍ବଃଲି କଃଉଆଜାତି, ବଃଲେକ୍, ଇରି ଜୁଣ୍ଲକ୍ମଃନ୍ କାର୍ ଉହ୍ରେ ଗଃଟେଦ୍ ସେମଃନ୍ ଅଃଲ୍ଗା ଇସାବେ ରେତି ଆର୍ ସେ ଅଃଲ୍ଗା ଇସାବେ ରେତା ଲକ୍ ହଃକା ବାଚିରେତି। 5 ଆରେକ୍, ମାପୁର୍ ସିୟନାର୍ ହଃର୍ବାତେ ରିଲା ସଃବୁ ବାସା ଟାଣ୍ ଆର୍ ସେତିର୍ ସଃବୁ କୁଟୁମ୍ ବଃସ୍ତା ଟାଣ୍ ଉହ୍ରେ, ଦିବସେ ମେଗ୍ ଆର୍ ଦୁଆଁ ଆର୍ ରାତିୟେ କଃଚ୍ତା ଜଃୟ୍ ଉଜାଳ୍ କଃରେଦ୍; ହଃତି ଲକାର୍ ରଃକ୍ୟାର୍ ଗିନେ ଜନାର୍ ତଃରାସ୍ ସଃବୁବାଟ୍ ବିଚିଅଃୟିଦ୍ 6 ଇରି ଦିନ୍ବଃଳ୍ ବେଳାର୍ ତଃହାତ୍ କଃରା ଟାଣୁ ରଃକ୍ୟା କଃରେଦ୍ ଆର୍ ସଃବୁ ହାଣିହଃବନ୍ ଆର୍ ବଃର୍ସାହାଣି ଟାଣୁ ଇ ବାଦୁଳ୍ ରଃକ୍ୟା କଃର୍ତା ଆସ୍ର ଟାଣ୍ ଅୟିଦ୍।