ସେସ୍ ବିଚାର୍
11 ତାର୍ହଃଚେ ମୁୟ୍ ଗଟେକ୍ ବଃଡ୍ ଦବ୍ଳା ରଃଙ୍ଗାର୍ ସିଙ୍ଗାସଣ୍ ଆର୍ ସେତି ବଃସି ରିଲା ଗଟେକ୍ ଲକ୍କେ ଦଃକ୍ଲେ । ତାର୍ ମୁୟେ ହୁଣି ହୁର୍ତି ଆର୍ ଅଃଗାସ୍ ମଃଣ୍ଡଳ୍ ହଃଳାୟ୍ଲାୟ୍ ଆର୍ ସେରିମଃନ୍ ନଃଡିସ୍ଲି 12 ଆରେକ୍ ମୁୟ୍ ସାନ୍ ଆର୍ ବଃଡ୍ ସଃବୁ ମଃଲା ଲକ୍ମଃନ୍କେ ସିଙ୍ଗାସଣାର୍ ମୁୟେ ଟିଆ ଅୟ୍ରିଲାର୍ ଦଃକ୍ଲେ । ଆର୍ ପୁସ୍ତକ୍ମଃନ୍ ସଃବୁ ଉଗାଳା ଅୟ୍ଲି, ଆର୍ ଜିବନ୍ ପୁସ୍ତକ୍ ନାଉଁଆର୍ ଆରେକ୍ ଗଟେକ୍ ପୁସ୍ତକ୍ ଉଗାଳା ଅୟ୍ଲି । ସେ ଜିବନ୍ ବଇ ତଃୟ୍ ଲକ୍ମଃନାର୍ କଃଲା କାମ୍ମଃନାର୍ ବିସୟେ ଜାୟ୍ରି ସଃବୁ ଲେକା ଅୟ୍ରିଲି, ସେ ହଃର୍କାରେ ସେମଃନାର୍ ବିଚାର୍ କଃରା ଅୟ୍ଲି । 13 ଆର୍ ସଃମ୍ନ୍ଦ୍ ଅଃହ୍ଣାର୍ ବିତ୍ରେ ମଃରିରିଲା ଲକ୍ମଃନ୍କେ ସଃହ୍ରି ଦିଲି । ଆରେକ୍ ମଃର୍ନ୍ ଆର୍ ହଃତାଳ୍ ସେମଃନାର୍ ତଃୟ୍ ରିଲା ମଃଲା ଲକ୍ମଃନ୍କେ ସଃହ୍ରି ଦିଲାୟ୍ । ଆର୍ ସେମଃନ୍ ସଃବୁ ଲକ୍ ନିଜାର୍ ନିଜାର୍ କଃଲା କାମ୍ ହଃର୍କାରେ ବିଚାର୍ କଃରା ଅୟ୍ଲି । 14 ତାର୍ହଃଚେ ମଃର୍ନ୍ ଆର୍ ହଃତାଳ୍କେ ସେ ଜୟ୍ ଲାଗ୍ତା କୁଣ୍ଡେ ହଃକା ଗଃଲି । ଇ ଜୟ୍ ଲାଗ୍ତା କୁଣ୍ଡ୍ ଅୟ୍ଲି, ଦୁୟ୍ ଲମ୍ବର୍ ମଃର୍ନ୍ । 15 ଜୁୟି ଲକ୍ମଃନାର୍ ନାଉ ଜିବନ୍ ସାସ୍ତର୍ ତଃୟ୍ ଲେକା ଅୟ୍ନଃରିଲି, ସେମଃନ୍କେ ସେ ଜୟ୍ ଲାଗ୍ତା କୁଣ୍ଡେ ହିଙ୍ଗା ଅୟ୍ଲି ।