21 ୧:୨୧ ମାତି ୩:୧୬; ମାର୍କ ୧:୯; ଲୁକ ୩:୨୧; ମାର୍କ ୧୬:୧୯; ଲୁକ ୨୪:୫୧. "ସେତାକ୍ ମାପୁର୍ ଜିସୁର୍ ମଃରି ଉଟ୍ଲାର୍ ସାକି ଅଃଉଁକେ ଆରେକ୍ ଗଟେକ୍ ଲକ୍ ଅଃମାର୍ ସଃଙ୍ଗ୍ ମିସ୍ତା ଲଳା । ଜହନ୍ ବାପ୍ତିସମ୍ ଦେତା ବଃଳ୍ ହୁଣି ଆରୁମ୍ କଃରି ଅଃମାର୍ ତଃୟ୍ହୁଣି ଉହ୍ରେ ସଃର୍ଗେ ଗଃଲା ଦିନ୍ହୁଣି ଜଃତେକ୍ ଦିନ୍ ମାପୁର୍ ଜିସୁ ଅଃମାର୍ ବିତ୍ରେ ଜାଆ ଆସ୍ କଃର୍ତିରିଲା, 22 ଜିସୁ ଜହନ୍ ତଃୟ୍ହୁଣି ବାପ୍ତିସମ୍ ହାୟ୍ଲା ଦିନ୍ହୁଣି ସଃର୍ଗେ ଜାତା ହଃତେକ୍ ସଃବୁବଃଳ୍ ମାପୁର୍ ଜିସୁ ଅଃମିମଃନାର୍ ସଃଙ୍ଗ ବୁଲାଚାଲା ଅଃଉତାବଃଳ୍ ଜୁୟି ଲକ୍ ଅଃମାର୍ ଦଃଳେ ରିଲାୟ୍ ସେମଃନାର୍ ବିତ୍ରେ ଏକ୍ଲାକେ ଉଟ୍ତା ଦଃର୍କାର୍ ।"