14 ଆରେକ୍ ତୁୟତିରା ଗଃଳାର୍ କଃଚା ହଃତ୍ରିଆ ବଃସ୍ତର୍ ବିକ୍ତା ଲୁଦିଆ ନାଉଁଆର୍ ଗଟେକ୍ ମାୟ୍ଜି ସେ ଇସ୍ୱର୍କେ ମାନ୍ତି ରିଲି, ସେ ଅଃମାର୍ କଃତା ସୁଣ୍ତି ରିଲି । ସେ ଜଃନ୍କଃରି ପାଉଲାର୍ କୟ୍ଲା କଃତାମଃନ୍ ଦିଆନ୍ ଦେତିରିଲି ଇତାର୍ ଗିନେ ମାପୁର୍ ତାର୍ ମଃନ୍ ଉଗାଳ୍ଲା । 15 ଆରେକ୍ ସେ ଆର୍ ତାର୍ ଗଃର୍କୁଟୁମ୍ ବାପ୍ତିସମ୍ ନିଲା ହଃଚେ, ସେମଃନଃକେ ଗଃଉଆରି କଃରି କୟ୍ଲି, ତୁମିମଃନ୍ ଜଦି ମକ୍ ମାପୁରାର୍ ବିସ୍ୱାସି ଲକ୍ ବଃଲି ବିଚାର୍ କଃରୁଲାସ୍, "ତଃବେ ମର୍ ଗଃରେ ଆସି ରିଆ ବଃଲି ସେ ଆମିମଃନ୍କେ କଃଉଁକେ ଦଃର୍ଲି ।"