କରନ୍ତି ଗଃଳେ ପାଉଲାର୍ ସେବାକାମ୍
1 ଇ ସଃବୁ ଗଃଟ୍ଣା ହଃଚେ ସେ ଆତିନି ହୁଣି କରନ୍ତିକେ ଗଃଲା । 2 ଆର୍ ସେ ଆକିଲା ନାଉଁଆର୍ ଗଟେକ୍ ଜିଉଦିଲକେ ବେଟ୍ ଅୟ୍ଲା, ପନ୍ତ ତାର୍ ଜଃଲମ୍ ମାଟି ଅଃଳକ୍ ଦିନ୍ ଅୟ୍ଲି ତାର୍ ଡକୁର୍ସି ପ୍ରିସ୍କିଲା ଇତାଲିଆ ହୁଣି ଆସି ରିଲି, କାୟିତାକ୍ ବଃଲେକ୍ କ୍ଲାଉଦିଆ ସଃବୁ ଜିଉଦିମଃନ୍କେ ରମ୍ ହୁଣି ବାରାୟ୍ ଜଃଉଁକେ ବଲ୍ ଦଃୟି ରିଲା । ପାଉଲ୍ ସେମଃନାର୍ ସଃଙ୍ଗ୍ ବେଟ୍ ଅଃଉଁକେ ଗଃଲା । 3 ଆର୍ ସେମଃନ୍ ସଃଙ୍ଗ୍ ରିଲା, ଆର୍ କାମ୍ କଃରୁକେ ଦଃର୍ଲା, କାୟିତାକ୍ବଃଲେକ୍ ସେମଃନ୍ ତୁମ୍ ବୁଣ୍ତା ଲକ୍ ରିଲାୟ୍ ଏହେଁ ଇ ବେବାରେ ଜିଉତିରିଲା ।