3 ସେତାକ୍ ପିତର୍ କୟ୍ଲା, "ଏ ହନନିଅ ପବିତ୍ର ଆତ୍ମା ଚଃମେ ମିଚ୍ କଃଉଁକେ ଆର୍ ବୁୟ୍ଁ ବିକ୍ଲା ଟଃକାର୍ କଃତେକ୍ ଲୁକାୟ୍ ସଃଙ୍ଗାଉଁକ୍ ସୟ୍ତାନ୍ ତର୍ ମଃନ୍କେ କାୟିତାକ୍ ଅଃଦିକାର୍ କଃରି ଆଚେ ।" 4 ନଃବିକ୍ତା ହୁର୍ବେ ସେରି କାୟି ତର୍ ନିଜାର୍ ଅୟ୍ନଃରିଲି ? ଆର୍ ବିକ୍ଲା ହଃଚେ ସେତିର୍ ଟଃକା କାୟି ତୁମାର୍ ଅଃଦିକାରେ ନଃରିଲି ? ତଃବେ ତୁୟ୍ କାୟିତାକ୍ ଇ ହର୍ ମଃନେ ବାବ୍ଲିସ୍ ? ତୁୟ୍ ମାନାୟ୍ର୍ ଚଃମେ ମିଚ୍ କୟ୍ଲିସ୍, ସେରି ନାୟ୍ ମଃତର୍ ଇସ୍ୱର୍ ଚଃମେ ମିଚ୍ କୟ୍ଲିସ୍ ।