12 ଆରେକ୍ ଜୁୟି ଉବା ଉଜାଳେ ଦଃର୍ମିମଃନାର୍ ଅଃଦିକାରାର୍ ବାଟା ହାଉଁକେ ତୁମିମଃନ୍କେ ଜୟଃଗ୍ କଃରିଆଚେ, ଇତାର୍ ଗିନେ ସଃର୍ଦାର୍ ସଃଙ୍ଗ୍ ତାକେ ଦନ୍ୟବାଦ୍ କଃରା । 13 ସେ ଅଃମିମଃନ୍କେ ଅଃନ୍ଦାରାର୍ ଅଃଦିକାରେ ହୁଣି ରଃକ୍ୟା କଃରି ଅଃହ୍ଣାର୍ ଲାଡାର୍ ହୟ୍ସିର୍ ବିବ୍ତି ନାୟ୍ଲାର୍ ରାଇଜ୍ ବିତ୍ରେ ଆଣିଆଚେ । 14 ଜିସୁର୍ ଗିନେ ଅଃମିମଃନ୍ ମୁକ୍ଳି ଆଚୁ ତାର୍ ଅଃର୍ତ୍ ଅଃଉଁଲି ହାହ୍ କେମା ହାୟ୍ଁ ଆଚୁ ।
15 କ୍ରିସ୍ଟ ନଃଡିସ୍ତାର୍ ଇସ୍ୱରାର୍ ଡିସ୍ତାର୍ ବାନି ମୁର୍ତି, ସଃବୁ ଉବ୍ଜାଣାର୍ ହଃର୍ତୁ ଜାତ୍ ଆର୍ ସଃବୁ ଉବ୍ଜାଣ୍ ତଃୟ୍ ହୁଣି ବଃଡ୍ । 16 କାୟିତାକ୍ବଃଲେକ୍ ଡିସ୍ତାର୍ ଆର୍ ନଃଡିସ୍ତାର୍ ଆସ୍ତିବାଡି, ସଃର୍ଗେ ଆର୍ ହୁର୍ତିଏ ସଃବୁ ବିସୟ୍ ସେ ଉବ୍ଜାଣ୍ କଃଲା, ରାଜ୍ଗାଦି କି ରଃଜାମଃନ୍ ଆର୍ ସଃବୁ ଅଃଦିକାରି ମଃନ୍କେ ଉବ୍ଜାୟ୍ଲା ଇସ୍ୱର୍ ସେ ନିଜେ ଆର୍ ତାର୍ ଗିନେ ସଃବୁ ଜଃଗତ୍ ଉବ୍ଜାଣ୍ କଃଲା ଆର୍ ତାର୍ ହାଁୟ୍ ଉବ୍ଜାଣ୍ ଅୟିଆଚେ । 17 ସଃବୁ ଉବ୍ଜାଣ୍ ଅଃଉତା ହୁର୍ବେହୁଣି କ୍ରିସ୍ଟ ଆଚେ ଆର୍ ତାର୍ ତଃୟ୍ ଜଳି ଅୟ୍ଲାକ୍ ସଃବୁ କଃତାର୍ ରୁହ୍ ଆଚେ ।