16 ଜଃନ୍କଃରି ସେ ନିଜାର୍ ଜଃଜ୍ମାନାର୍ ଦଃନ୍ ହର୍ ନିଜାର୍ ଆତ୍ମାର୍ ଦଃୟି ତୁମିମଃନ୍କେ ଆତ୍ମାର୍ ଜିବନ୍ ସଃକ୍ତି ହାୟ୍ଁ ବପୁକାରି ଅଃଉଁକେ ଦଃୟ୍ଦ୍ । 17 ମୁୟ୍ଁ ପାର୍ତ୍ନା କଃରୁଲେ ଜଃନ୍କଃରି ତୁମିମଃନାର୍ ବିସ୍ୱାସ୍ ବଃଳେ କ୍ରିସ୍ଟ ତୁମିମଃନାର୍ ମଃନ୍ବିତ୍ରେ ବାସା କଃରେଦ୍ । ମୁୟ୍ଁ ପାର୍ତ୍ନା କଃରୁଲେ, ଜଃନ୍କଃରି ତମାର୍ ମୁଳ୍ ଲାଡେ ତାହୁନ୍ ଅୟ୍ଦ୍ ଆର୍ ଅଃଟୁଆ ଅୟ୍ଦ୍ । 18 ଜଃନ୍ କଃରି ତୁମିମଃନ୍ ଲାଡେ ବାନ୍ଦି ଅୟି ଅଃଟୁଆ କଃରି ତିର୍ ଅୟି ବୁଜୁ ନଃହାର୍ତା କ୍ରିସ୍ଟର୍ ଲାଡ୍ ସେରି ଜାଣା ଆର୍ ସବୁ ସାଦୁମଃନାର୍ ସଃଙ୍ଗ୍ ସେତି ଡେଙ୍ଗ୍ ଆର୍ ଅଃସାର୍, ଉଚ୍ ଆର୍ ବିତ୍ରି ଗିଆନ୍ ବୁଜୁକ୍ ସଃକ୍ତି ହାଉଆ । 19 ହେଁ ତୁମିମଃନ୍ କ୍ରିସ୍ଟର୍ ଲାଡାର୍ ଗବିର୍ ବୁଜୁ ନାହାରାସ୍, ଜଦି ଇରି କଃବେ ହେଁ ହୁରା ହୁରି ଜାଣି ନୟ୍ । ଇରଃକମେ ତୁମିମଃନ୍ ଇସ୍ୱରାର୍ ଗୁଣାର୍ ହୁର୍ନ୍ ଜାଣୁ ହାରାସ୍ ।
Publicidade
Publicidade