ଲାଜାରାର୍ ମଃର୍ନ୍
1 ୧୧:୧ ଲୁକ ୧୦:୩୮,୩୯. ବେତାନିଆ ଗାଉଁଆର୍ ଲାଜାର୍ ନାଉଁଆର୍ ଗଟେକ୍ ଲକ୍ ମଃଳୁ ହଃଳି ରିଲା; ମରିୟମ୍ ଆର୍ ତାର୍ ବେଣ୍ସି ମାର୍ତା ସେ ଗାଉଁଏ ରେତିରିଲାୟ୍ । 2 ୧୧:୨ ଜହ ୧୨:୩.ଜୁୟି ମାୟ୍ଜି ଜିସୁ ମାପୁରାର୍ ହାଦେ ବାସ୍ନା ଚିକଣ୍ ଡାଳି ନିଜାର୍ ମୁଣ୍ଡାର୍ ବାଳେ ଜିସୁର୍ ହାଦ୍ ହୁଚ୍ଲି, ଇରି ସେ ମରିୟମ୍; ତାର୍ ବାୟ୍ସି ଲାଜାର୍ ମଃଳୁ ହଃଳି ରିଲା । 3 ତଃବେ ସେ ଦୁୟ୍ ବେଣି ଜିସୁର୍ ହାକ୍ କବୁର୍ ହଃଟାୟ୍ଲାୟ୍, "ମାପୁର୍ ଦଃକ୍ ଜାକେ ତୁୟ୍ ଲାଡ୍ କଃରୁଲିସ୍, ସେ ମଃଳୁ ହଃଳି ଆଚେ ।"
4 ମଃତର୍ ଜିସୁ ଇରି ସୁଣିକଃରି କୟ୍ଲା, "ଇ ଜଃର୍ ମଃରୁକ୍ ନୟ୍, ମଃତର୍ ଇସ୍ୱରାର୍ ଜଃଜ୍ମାନାର୍ ଗିନେ, ସେତାର୍ଗିନେ ଜଃନ୍କଃରି ଇସ୍ୱରାର୍ ଜଃଜ୍ମାନ୍ ଅଃଉତା ସଃଙ୍ଗ୍ ଇସ୍ୱରାର୍ ହୟିସି ହେଁ ଜଃଜ୍ମାନ୍ ହାୟ୍ଦ୍ ।"
5 ଜିସୁ ମାର୍ତା ଆର୍ ତାର୍ ବେଣ୍ସି, ମରିୟମ୍ ଆର୍ ଲାଜାର୍କେ ଲାଡ୍ କଃର୍ତିରିଲା । 6 ତଃବେ ଲାଜାର୍ ମଃଳୁ ହଃଳି ଆଚେ ବଃଲି ଜିସୁ ସୁଣ୍ଲାକ୍ ହେଁ, ସେ ଜୁୟି ଜଃଗାୟ୍ ରିଲା, ସେତି ଆରେକ୍ ଦୁୟ୍ ବିନ୍ ରଃୟ୍ଗଃଲା ।
7 ଦୁୟ୍ ଦିନାର୍ ହଃଚେ ଜିସୁ ଚେଲାମଃନ୍କେ କୟ୍ଲା, "ଅଃମିମଃନ୍ ଜିଉଦାକେ ବାଉଳି ଜୁଆଁ ।"
8 ଚେଲାମଃନ୍ ଜିସୁକେ କୟ୍ଲାୟ୍, "ଏ ଗୁରୁ, ଜିଉଦିମଃନ୍ କଃତିଦିନ୍ ତଃଳେ ତକ୍ ଟେଳା ସୁତ୍ରି ମାରୁକ୍ ଚେସ୍ଟା କଃର୍ତି ରିଲାୟ୍, ସେତି କାୟି ଆରେକ୍ ଗଟ୍ତର୍ ବାଉଳି ଜଃଉଁକେ ମଃନ୍ କଃରୁଲିସ୍ ?"
9 ଜିସୁ ସେମଃନ୍କେ କୟ୍ଲା, "ଦିନ୍ କାୟି ବାର ଗଃଟା ନାୟ୍ ? ଜେ ଦିନ୍ ବଃଳ୍ ବାଟ୍ ଇଣ୍ଡେଦ୍ ସେ ଜଟ୍ୟାୟ୍ ନୟ୍, ବଃଲେକ୍ ସଃଡେବଃଳ୍ ଉଜାଳ୍ ଜଃଗତ୍କେ ଦେତି ରଃୟ୍ଦ୍ । 10 ମଃତର୍ ରାତି ବଃଳ୍ ଇଣ୍ଡ୍ଲେକ୍ ସେ ଜଟ୍ୟାୟ୍ଅୟ୍ଦ୍, ବଃଲେକ୍ ତାର୍ ତଃୟ୍ ଉଜାଳ୍ ନାୟ୍ ।" 11 ଜିସୁ ଇ ସଃବୁ କଃତା କୟ୍ଲା ହଃଚେ, ଚେଲାମଃନ୍କେ ଆରେକ୍ କୟ୍ଲା, "ଅଃମାର୍ ସଃଙ୍ଗ୍ବାୟ୍ ଲାଜାର୍ ନିଦୟ୍ଲା ଆଚେ, ମଃତର୍ ମୁୟ୍ ତାକ୍ ନିଦେ ହୁଣି ଉଟାଉତା ହାଁୟ୍ ଜଃଉଁଲେ ।"
12 ସେତାକ୍ ଚେଲାମଃନ୍ ଜିସୁକେ କୟ୍ଲାୟ୍, "ମାପୁର୍, ଜଦି ସେ ନିଦୟ୍ଲା ଆଚେ, ତଃନ୍ଅୟ୍ଲେକ୍ ସେ ଉଜ୍ ଅୟି ଉଟେଦ୍ ।"
13 ଜିସୁ ଲାଜାରାର୍ ମଃର୍ନ୍ କଃତା କୟ୍ରିଲା, ମଃତର୍ ସେ ନିଦେ ସୟ୍ରିଲା କଃତା କୟ୍ଲା ବଃଲି ସେମଃନ୍ ମଃନେ ବାବ୍ଲାୟ୍ । 14 ତଃବେ, ଜିସୁ ସଃଡେବଃଳ୍ ନିକ କଃରି ବୁଜାୟ୍ କୟ୍ଲା, "ଲାଜାର୍ ମଃରି ଆଚେ;