ଜିସୁ ଜିରୁସାଲମ୍ ଗଃଲା
12 ତାର୍ ଆର୍କ ଦିନ୍ ମୁକ୍ତି ହଃର୍ବ୍କେ ଆସିରିଲା ଗାଦେକ୍ ଲକ୍ ଜିସୁ ଜିରୁସାଲମେ ଆସୁଲା ବଃଲି ସୁଣ୍ଲାୟ୍ । 13 ସେତାକ୍ ସେମଃନ୍ କଃଜ୍ରି ଡାଳ୍ ଦଃରି ଜିସୁକେ ଦଃକୁକ୍ ବାରାୟ୍ ଗଃଳାୟ୍, ଆର୍ ବଃଡ୍ ଟଣ୍ଡେ କଃଉଁକେ ଦଃର୍ଲାୟ୍, "ହସାନ୍ନା । ମାପୁରାର୍ ନାଉଁଏ ଜେ ଆସୁଲା, ତାର୍ ବାୟ୍ଗ୍; ଇସ୍ରାଏଲ୍କେ ଚାଲାଉତା ରଃଜାକ୍ ଇସ୍ୱର୍ ଆସିର୍ବାଦ୍ କଃର ।"
14 ଆରେକ୍ ଜିସୁ ଗଟେକ୍ ଗଃଦ ଉହ୍ରେ ବଃସି ଆସ୍ତି ରିଲା । ଜଃନ୍କଃରି ଦଃର୍ମ୍ସାସ୍ତରେ ଲେକା ଆଚେ-
15 "ଏ ସିଅନାର୍ ଦଃଙ୍ଗ୍ଳିମଃନ୍, ଡିରା ନାୟ୍;
ଦଃକା ତୁମାର୍ ରଃଜା ଆସୁଲା,
ସେ ହିଲାଗଃଦ ଉହ୍ରେ ଚଃଗିକଃରି ଆସୁଲା ।"
16 ତାର୍ ଚେଲାମଃନ୍ ହଃର୍ତୁମ୍ ଇ ସଃବୁ ବିସୟ୍ ବୁଜୁ ନଃହାୟ୍ଲାୟ୍, ମଃତର୍ ଜିସୁ ଜଃଜ୍ମାନ୍ ହାୟ୍ଲା ହଃଚେ ଇ ସଃବୁ ବିସୟ୍ ଜେ ତାର୍ ବିସୟେ ସାସ୍ତରେ ଲେକା ଅୟିଆଚେ, ଆରେକ୍ ତାର୍ ଗିନେ ସେମଃନ୍ ଜେ ଇ ସଃବୁ କଃରିଆଚ୍ତି, ସେରି ସେମଃନାର୍ ମଃନେ ଏତୁ ହଃଳ୍ଲି ।
17 ଆରେକ୍ ଜିସୁ ଲାଜାର୍କେ ମଃସ୍ଣେ ହୁଣି କୁଦି ମଃଲା ଲକାର୍ ତଃୟ୍ହୁଣି ଉଟାଉତା ବଃଳ୍ ଜୁୟି ଲକ୍ମଃନ୍ଦା ତାର୍ ସଃଙ୍ଗ୍ ରିଲାୟ୍, ସେମଃନ୍ ଇ ସଃବୁ କଃତା ସାକି ଦେଉଁକ୍ ଦଃର୍ଲାୟ୍ । 18 ସେତାର୍ଗିନେ ଲକ୍ମଃନ୍ଦା ଜିସୁକେ ମିସୁକ୍ ଜାୟ୍ ରିଲାୟ୍, ବଃଲେକ୍ ସେ ଇ କାବା ଅଃଉତା ଚିନା କଃରି ଆଚେ ବଃଲି ସେମଃନ୍ ସୁଣି ରିଲାୟ୍ । 19 ସେତାକ୍ ପାରୁସିମଃନ୍ କଃଉଆକଇ ଅୟ୍ଲାୟ୍, "ଦଃକ୍ଲାସ୍ ତ, ଅଃମିମଃନାର୍ ସଃବୁ କାମ୍ ଉଲ୍ଟା ଅଃଉଁଲି, ଦଃକା ଜଃଗତ୍ଜାକ ତାର୍ ହଃଚେ ଜଃଉଁଲାୟ୍ ।"