ଜିସୁର୍ ମଃର୍ନ୍
28 ଇତାର୍ ହଃଚେ ଜିସୁ ଦଃର୍ମ୍ ସାସ୍ତର୍ ତଃୟ୍ର୍ ବଃଚନ୍ ଜଃନ୍କଃରି ହୁରୁଣ୍ ଅୟ୍ଦ୍, ଇତାର୍ ଗିନେ ସଃବୁ ବିସୟ୍ ଅଃବେ ସଃରିଆଚେ ବଃଲି ଜାଣି କୟ୍ଲା, "ମକ୍ ସସ୍ ଲାଗୁଲି ।"
29 ସେତି ହିତା ଅଙ୍ଗୁର୍ ରଃସ୍ ବଃର୍ତି ଅୟ୍ରିଲା ଗଟେକ୍ ଡକା ରିଲି; ତଃବେ ସେମଃନ୍ ସେତି କଃଣ୍ଡେକ୍ ସ୍ପଞ୍ଜ୍ ବୁଡାୟ୍ ସେରି ହାଟ୍ଳି ସଃଙ୍ଗ୍ ଗଟେକ୍ ଡେଙ୍ଗ୍ ଡାଙ୍ଗେ ଗୁଳିଆୟ୍ ତାର୍ ଟଣ୍ଡ୍ ଲଃଗେ ଦିଲାୟ୍ । 30 ସେତାକ୍ ଜିସୁ ସେ ହିତା ଅଙ୍ଗୁର୍ ରଃସ୍ ସୁରି କୟ୍ଲା, "ସେସ୍ ଅୟ୍ଲି ।"
ଆର୍ ସେ ମୁଣ୍ଡ୍ ଲଃସାୟ୍ କଃରି ଆତ୍ମା ଚାଡ୍ଲା ।