ଜିସୁର୍ ମଃସୁଣ୍
38 ଇ ସଃବୁ ଗଃଟ୍ଲା ହଃଚେ, ଜୁୟି ହାରାମାତିଆର୍ ଜସେପ୍ ଜିସୁର୍ ଗଟେକ୍ ଚେଲା ରିଲା, ମଃତର୍ ଜିଉଦି ଅଃଦିକାରି ମଃନ୍କେ ଡିରିକଃରି ଜାଣାୟି ନଃଉତିରିଲା, ସେ ଜିସୁର୍ ଗଃଗାଳ୍ ନେଉଁକ୍ ପିଲାତକେ ଗଃଉଆରି କଃଲା । ସେତାକ୍ ପିଲାତ ନେ ବଃଲି କୟ୍ଲା । ତଃବେ ସେ ଆସି ଜିସୁର୍ ଗଃଗାଳ୍ ନିଲା ।