ଜିସୁ ଜିରୁସାଲମ୍ ମନ୍ଦିରେ ଗଃଲା
13 ସଃଡେବଃଳ୍ ଜିଉଦିମଃନାର୍ ମୁକ୍ଳାଉଁଣି ହଃର୍ବ୍ ଚଃମେ ଅୟି ଆସିରିଲି, ଆର୍ ଜିସୁ ଜିରୁସାଲମେ ଗଃଲା । 14 ଆରେକ୍, ଜିସୁ ମନ୍ଦିରେ ଗାୟ୍, ମେଣ୍ଡା, ହାଣ୍ଡ୍କା ବେବାରିମଃନ୍କେ ଆର୍ ଡାବୁ ବାଦ୍ଲାଉମଃନ୍ କେଏ ବଃସି ରିଲାର୍ ଦଃକ୍ଲା, 15 ସେତାକ୍ ସେ ଡର୍ଲଃଗେ ସାଟ୍ଣି ତିଆର୍ କଃରି ଗାୟ୍, ମେଣ୍ଡା ମଃନ୍କେ ମନ୍ଦିରେ ହୁଣି ବାର୍ କଃରି ଦିଲା । ଡାବୁ ବାଦ୍ଲାଉମଃନାର୍ ସଃବୁ ଟେବୁଲ୍ମଃନ୍କେ ଉଲ୍ଟାୟ୍ ଦଃୟି ଟଃକା ବିଚ୍ରି ହଃକାୟ୍ଲା 16 ଆର୍ ଜିସୁ ହାରୁଆ ବେବାରିମଃନ୍କେ କୟ୍ଲା, "ଇ ସଃବୁକ୍ ଇତି ହୁଣି ଦଃରି ଜାହା, ମର୍ ଉବାର୍ ଗଃର୍କେ ବେବାର୍ ଗଃର୍ କଃରା ନାୟ୍ ।" 17 "ଏ ପବିତ୍ର ଇସ୍ୱର୍, ତର୍ ଗଃରାର୍ ଗିନେ ଗଃର୍ବେ ଜୟ୍ ଲାଗ୍ଲା ହର୍ ମକ୍ ଚିତା ମାଡି ବଃସେଦ୍ ।" ଇରି ଦଃର୍ମ୍ ସାସ୍ତରେ ଲେକା ଆଚେ ବଃଲି ତାର୍ ଚେଲାମଃନ୍କେ ମଃନେ ହଃଳ୍ଲି ।