ଜିସୁ ମଗ୍ଦଲିନି ମରିୟମ୍କେ ଦଃକାୟ୍ ଅୟ୍ଲା
11 ମଃତର୍ ମରିୟମ୍ କାନ୍ଦି କାନ୍ଦି ହଃଦାୟି ମଃସୁଣ୍ ଲଃଗେ ଟିଆ ଅୟ୍ରିଲି; ଆରେକ୍ କାନ୍ଦି କାନ୍ଦି ସେ ଲଃହ୍ଟିକଃରି ମଃସୁଣ୍ ବିତ୍ରେ ଦଃକ୍ଲି, 12 ଆର୍ ଜିସୁର୍ ଗଃଗାଳ୍ ଜୁୟି ଜଃଗାୟ୍ ସଃଙ୍ଗା ଅୟ୍ରିଲି, ସେତିର୍ ମୁଣ୍ଡ୍ ଲଃଗେ ଗଟ୍ଲକ୍ ଆର୍ ହାଦ୍ ଲଃଗେ ଆରେକ୍ ଗଟ୍ଲକ୍, ଇବାନ୍ୟା ଦୁୟ୍ ଲକ୍ ଦବ୍ ବଃସ୍ତର୍ ହିନ୍ଦିରିଲା ଦୁତ୍କେ ବଃସି ରିଲାର୍ ଦଃକ୍ଲି । 13 ସେମଃନ୍ ତାକ୍ କୟ୍ଲାୟ୍, "ଏ ଆୟା, କାୟିତାକ୍ କାନ୍ଦୁଲିସ୍ ?"
ସେ ସେମଃନ୍କେ କୟ୍ଲି, "କୁୟି ଲକ୍ କି ମର୍ ମାପୁର୍କେ ନିଲାୟ୍ ଆଚ୍ତି, ଆର୍ ତାକ୍ କୁୟି ଟାଣେ ସଃଙ୍ଗାୟ୍ ଆଚ୍ତି, ସେରି ମୁୟ୍ ନଃଜାଣି ।"
14 ସେ ଇରି କୟ୍ ହଃଚ୍ବାଟ୍ୟା ଲେଉଟିକଃରି ଜିସୁକେ ଟିଆ ଅୟ୍ରିଲାର୍ ଦଃକ୍ଲି, ମଃତର୍ ସେ ଜେ ଜିସୁ ସେରି ଜାଣୁ ନାହାର୍ଲି । 15 ଜିସୁ ତାକ୍ କୟ୍ଲା, "ଏ ଆୟା, କାୟିତାକ୍ କାନ୍ଦୁଲିସ୍ ? କାକେ ଲଳୁଲିସ୍ ?"
ସେ ତାକ୍ ବାଳାର୍ ଜାଗୁଆଳି ବଃଲି ବାବି କୟ୍ଲି, "ମାପୁର୍, ତୁୟ୍ ଜଦି ତାକ୍ ନଃୟ୍ ଆଚ୍ସି, ତଃବେ ତାକ୍ କୁୟି ଟାଣେ ସଃଙ୍ଗାୟ୍ ଆଚ୍ସି, ମକ୍ କଃଉ, ଆର୍ ମୁୟ୍ ତାକ୍ ନଃୟ୍ନ୍ଦ୍ ।"
16 ଜିସୁ ତାକ୍ କୟ୍ଲା, "ମରିୟମ୍ ।"
ସେ ଲେଉଟିକଃରି ଏବ୍ରି ବାସାୟ୍ କୟ୍ଲି, "ରାବ୍ବୁନି !" ବଃଲେକ୍, "ଏ ଗୁରୁ ।"
17 ଜିସୁ ତାକ୍ କୟ୍ଲା, "ମକ୍ ଦଃରି ରିଆ ନାୟ୍, କାୟିତାକ୍ବଃଲେକ୍ ମୁୟ୍ ଅଃବେ ହଃତେକ୍ ଉବାର୍ ଲଃଗେ ନଃଜାୟ୍ଁତା; ମଃତର୍ ମର୍ ବାୟ୍ମଃନାର୍ ଲଃଗେ ଜାୟ୍ ସେମଃନ୍କେ କଃଉ, ମୁୟ୍ ମର୍ ଉବା ଆର୍ ସେମଃନାର୍ ଉବାସି, ମର୍ ଇସ୍ୱର୍ ଆର୍ ସେମଃନାର୍ ଇସ୍ୱରାର୍ ଲଃଗେ ଜଃଉଁଲେ ।"
18 ମଗ୍ଦଲିନି ମରିୟମ୍ ଜାୟ୍, ମୁୟ୍ ମାପୁର୍କେ ଦଃକି ଆଚି, ଆର୍ ସେ ମକ୍ ଇ ସଃବୁ କୟ୍ଆଚେ ବଃଲି ଚେଲାମଃନ୍କେ କୟ୍ଲି ।