ଜିସୁ ସାତ୍ ଗଟ୍ ଚେଲାକେ ଦଃକାୟ୍ ଅୟ୍ଲା
1 ଇତାର୍ ହଃଚେ ଜିସୁ ତିବିରିଆ ସଃମଃନ୍ଦ୍ କଃଣ୍ଡାୟ୍ ଚେଲାମଃନ୍କେ ଆରେକ୍ ଦଃକାୟ୍ ଅୟ୍ଲା । ସେ ଇରଃକମ୍ ଦଃକାୟ୍ ଅୟ୍ଲା; 2 ସିମନ୍ ପିତର୍, ତମା, ଜାକେ ଦିଦୁମ୍ ବଃଲି କଃଉତି, ଗାଲିଲିର୍ କାନା ଗାଉଁଆର୍ ନିତନିଏଲ୍, ଜେବଦିର୍ ହୟିସିମଃନ୍ ଆର୍ ତାର୍ ଚେଲାମଃନାର୍ ବିତ୍ରେ ଦୁୟ୍ଲକ୍ ଗଟେତଃୟ୍ଁ ରୁଣ୍ଡି ରିଲାୟ୍ । 3 ୨୧:୩ ଲୁକ ୫:୫.ସିମନ୍ ପିତର୍ ସେମଃନ୍କେ କୟ୍ଲା, "ମୁୟ୍ ମାଚ୍ ଦଃରୁକ୍ ଜଃଉଁଲେ ।"
ସେମଃନ୍ ତାକ୍ କୟ୍ଲାୟ୍, "ଅଃମିମଃନ୍ ହେଁ ତର୍ ସଃଙ୍ଗ୍ ଜଃଉଁନ୍ଦ୍ ।" ସେମଃନ୍ ବାରାୟ୍ ଜାୟ୍ ଡଙ୍ଗାୟ୍ ଚଃଗ୍ଲାୟ୍, ଆର୍ ସେ ରାତି କାୟିରି ହେଁ ଦଃରୁ ନଃହାୟ୍ଲାୟ୍ । 4 ମଃତର୍ ସଃକାଳ୍ ଅୟ୍ଲା ହଃଚେ ଜିସୁ କଃଣ୍ଡାୟ୍ ଟିଆ ଅୟ୍ଲା, ଅୟିଲେକ୍ ହେଁ ସେ ଜିସୁ ବଃଲି ଚେଲାମଃନ୍ ଜାଣୁ ନଃହାୟ୍ଲାୟ୍ । 5 ଜିସୁ ସେମଃନ୍କେ କୟ୍ଲା, "ହିଲାମଃନ୍ ତୁମାର୍ ଲଃଗେ କାୟିରି ମାଚ୍ କାଉଁକେ ଆଚେ ?"
ସେମଃନ୍ ତାକ୍ କୟ୍ଲାୟ୍, "ନାୟ୍, କାୟିରି ହେଁ ନାୟ୍ ।"
6 ୨୧:୬ ଲୁକ ୫:୬. ଜିସୁ ସେମଃନ୍କେ କୟ୍ଲା, "ଡଙ୍ଗାର୍ କାତା ବାଟ୍ୟା ଜାଲ୍ ହଃକାଉଆ, ଆର୍ ତୁମିମଃନ୍ ହାଉଆସ୍ ।" ସେତାକ୍ ସେମଃନ୍ ଜାଲ୍ ହଃକାୟ୍ଲାୟ୍, ଆର୍ ଜାଲେ ଅଃତେକ୍ ମାଚ୍ ଲାଗ୍ଲାୟ୍ ଜେ, ସେମଃନ୍ ଜାଲ୍ ଜିକୁକ୍ ସଃକ୍ତି ନଃକେଟ୍ଲି ।
7 ସେତାକ୍ ଜିସୁ ଜୁୟି ଚେଲାକେ ଲାଡ୍ କଃର୍ତିରିଲା, ସେ ଜହନ୍ ପିତର୍କେ କୟ୍ଲା, "ଏ ତ ମାପୁର୍ ।" ସିମନ୍ ପିତର୍ ଏ ତ ମାପୁର୍ ବଃଲି ସୁଣି ଡୁମ୍ଣ୍ଡା ଅୟ୍ରିଲାକ୍ ଅଃହ୍ଣାର୍ ଆଙ୍ଗି ହିନ୍ଦି ସଃମ୍ନ୍ଦେ ଡଃଗାୟ୍ଲା; 8 ମଃତର୍ ବିନ୍ ଚେଲାମଃନ୍ ମାଚ୍ ବଃର୍ତି ଅୟ୍ରିଲା ଜାଲ୍ ଜିକି ଜିକି ଡଙ୍ଗାକ୍ କଃଣ୍ଡିଏ ଆଣ୍ଲାୟି, କାୟିତାକ୍ବଃଲେକ୍ ସେମଃନ୍ କଃଣ୍ଡାୟ୍ ହୁଣି ଅଃଦିକ୍ ଦୁରିକ୍ ନଃରିଲାୟ୍, ଅଃକାୟ୍ ହଃକାହାକି ଦଃସ୍ କଳି ଆତ୍ ଦୁରିକ୍ ରିଲାୟ୍ । 9 ସେମଃନ୍ କଃଣ୍ଡିଏ ଉତ୍ରି ସେତି ଇଙ୍ଗ୍ରାଜୟ୍ ଉହ୍ରେ ମାଚ୍ ଆର୍ ରୁଟି ସଃଙ୍ଗାୟ୍ ରିଲାର୍ ଦଃକଃଲାୟ୍ । 10 ଜିସୁ ସେମଃନ୍କେ କୟ୍ଲା, "ତୁମିମଃନ୍ ଅଃବେ ଜୁୟି ମାଚ୍ ଦଃରି ଆଚାସ୍, ସେତିର୍ କଃତିଗଟ୍ ଆଣା ।"
11 ସିମନ୍ ପିତର୍ ଜାୟ୍ ସାତ୍କଳି ତେର ଗଟ୍ ବଃଡ୍ ବଃଡ୍ ମାଚ୍ ବଃର୍ତି ଅୟ୍ରିଲା ଜାଲ୍ କଃଣ୍ଡିଏ ଜିକି ଆଣ୍ଲା; ଆର୍ ଅଃତେକ୍ ମାଚ୍ ରିଲାକ୍ ହେଁ ଜାଲ୍ ନଃଚିଡ୍ଲି ।