19 ଇତାର୍ ହଃଚେ ଚେଲାମଃନ୍ ହାକାହାକି ଦୁୟ୍ ତିନି କସ୍ ଡଙ୍ଗା ଗାଟି ଗଃଲା ହଃଚେ ଜିସୁ ସଃମଃନ୍ଦ୍ ଉହ୍ରେ ଇଣ୍ଡି ଇଣ୍ଡି ଡଙ୍ଗା ଚଃମେ ଆସ୍ତିରିଲାର୍ ଦଃକି ଜଃବର୍ ଡିର୍ଲାୟ୍ । 20 ମଃତର୍ ଜିସୁ ସେମଃନ୍କେ କୟ୍ଲା, "ଇରି ତ ମୁୟ୍, ଡିରି ଜାହାନାୟ୍ ।" 21 ତାର୍ହଃଚେ ଚେଲାମଃନ୍ ଜିସୁକେ ଡଙ୍ଗା ବିତ୍ରେ ନେଉଁକ୍ ମଃନ୍ କଃଲାୟି, ଆରେକ୍ ସେମଃନ୍ ଜୁୟି ଟାଣେ ଜାତିରିଲାୟ୍ ଡଙ୍ଗା ତଃତ୍କାଣ୍ ସେଟାଣେ କଃଣ୍ଡିଏ ହଚ୍ଲି ।