44 ଜୁୟି ଉବା ମକେ ହଃଟାୟ୍ ଆଚେ, ସେ ମର୍ ହାକ୍ ଜିକି କଃରି ନାଣ୍ଲେକ୍, କେହେଁ ମର୍ ଲଃଗେ ଆସୁ ନାହାରେ; ଜୁୟି ଲକ୍ମଃନ୍ ଆସ୍ତି ସେମଃନ୍କେ ମୁୟ୍ ସେସ୍ ଦିନ୍ ଆରେକ୍ ଉଟାୟ୍ନ୍ଦ୍ । 45 ବାବ୍ବାଦିମଃନ୍ ଦଃର୍ମ୍ ସାସ୍ତରେ ଲେକି ଆଚ୍ତି, "ଇସ୍ୱର୍ ତଃୟ୍ ହଃକା ସଃବୁ ଲକ୍ ସିକ୍ୟା ହାଉତି ।" ଜୁୟି ଲକ୍ ଉବାର୍ କଃତା ସୁଣି ତାର୍ ତଃୟ୍ହୁଣି ସିକ୍ୟା ହାୟ୍ଦ୍, ସେ ମର୍ ତଃୟ୍ ଆସେଦ୍ । 46 ଇତାର୍ ଅଃର୍ତ୍ ନାୟ୍ ଜେ, ବିନ୍ ଲକ୍ କେଏ ଉବାକ୍ ଦଃକି ଆଚେ, ସେରି ନାୟ୍, ଜେ ଇସ୍ୱର୍ ତଃୟ୍ହୁଣି ଆସି ଆଚେ ସେ ହଃକା ତାକେ ଦଃକିଆଚେ । 47 ମୁୟ୍ ତୁମିମଃନ୍କେ ସଃତ୍ କଃଉଁଲେ, ଜୁୟି ଲକ୍ ବିସ୍ୱାସ୍ କଃରେଦ୍ ସେ ଅଃମ୍ବର୍ ଜିବନ୍ ହାୟ୍ଆଚେ ।