6 ମଃତର୍ ପିଲିପକେ କଃଟ୍ହାଳ୍ ବୁଜୁକ୍ ଜିସୁ ଇ କଃତା କୟ୍ରିଲା, କାୟିତାକ୍ବଃଲେକ୍ ଜିସୁ କାୟି କଃରୁକେ ଜାତିରିଲା ସେ ନିଜେ ଜାଣି ରିଲା ।
7 ପିଲିପ୍ ଜିସୁକେ କୟ୍ଲା, "ଇ ସଃବୁ ଲକାର୍ ଗିନେ କଃଣ୍ଡେକ୍ କଃଣ୍ଡେକ୍ ଦେଉଁକ୍ ହାଁଚ୍କଳି ରୁହା ଟଃକାର୍୬:୭ ଗଟେକ୍ ରୁହା ଟଃକା ଗଟେକ୍ ଲକାର୍ ଗଟ୍ ଦିନାର୍ କୁଲି ଡାବୁ । ରୁଟି ହେଁ ନଃକେଟେ ।"
8 ଜିସୁର୍ ଆରେକ୍ ଗଟ୍ ଚେଲା ସିମନ୍ ପିତର୍ ତାର୍ ବାୟ୍ସି ଆନ୍ଦ୍ରିଅ କୟ୍ଲା, 9 "ଇତି ଗଟେକ୍ ହିଲାଆଚେ, ତାର୍ ଲଃଗେ ଜଃବ ତଃୟ୍ ତିଆର୍ ଅୟ୍ରିଲା ହାଁଚ୍ ଗଟ୍ ରୁଟି ଆର୍ ଜଳେକ୍ ବାଜ୍ଲା ମାଚ୍ ଆଚେ, ମଃତର୍ ଅଃତେକ୍ ଲକାର୍ ଗିନେ କାୟି ଅୟ୍ଦ୍ ?"
10 ଜିସୁ ଚେଲାମଃନ୍କେ କୟ୍ଲା, "ଲକ୍ମଃନ୍କେ ବଃସାଉଆ ।" ସେତି ଜଃବର୍ ରଃନ୍ ରିଲି, ସେ ରଃନ୍ ଉହ୍ରେ ସଃବୁଲକ୍ ବଃସ୍ଲାୟ୍; ସେତି ଅଃଣ୍ଡ୍ରାହିଲା ହଃକା ହାକାହାକି ହାଁଚ୍ ଆଜାର୍ ରିଲାୟ୍ । 11 ସେତାକ୍ ଜିସୁ ସେ ରୁଟି ଦଃରି ଇସ୍ୱର୍କେ ପାର୍ତ୍ନା କଃରି ସେତି ବଃସି ରିଲା ଲକ୍ମଃନ୍କେ ବାଟାକଃରି ଦିଲା । ସେନ୍କଃରି ଜଳେକ୍ ମାଚ୍କେ ହେଁ ବାଟାକଃରି ଦିଲା, ସେମଃନ୍ ଜଃତେକ୍ ମଃନ୍କଃଲାୟ୍ ସଃତେକ୍ ଦିଲା । 12 ଆର୍ ସେମଃନାର୍ ଆଦାର୍ ହୁର୍ଲାକ୍ ଜିସୁ ଚେଲାମଃନ୍କେ କୟ୍ଲା, "ଜଃନ୍କଃରି କାୟିରି ନଃସ୍ଟ୍ ନୟେ, ଇତାର୍ ଗିନେ ବାଙ୍ଗ୍ଲା କୁଦ୍ରି ଜାୟ୍ରି ଉବ୍ରି ଆଚେ ସେରି ବେଟା ।" 13 ସେତାକ୍ ଚେଲାମଃନ୍ ଲକ୍ମଃନ୍ ଜଃବ ତଃୟ୍ ତିଆର୍ ଅୟ୍ଲା ହାଁଚ୍ ଗଟ୍ ରୁଟି କାୟି ଉବୁର୍ଲାର୍ ବେଟି ବାର ଡଃଲା ବଃର୍ତି କଃଲାୟି ।