ଜିସୁ ଗଟେକ୍ ଜଃଲମ୍ କାଣାକେ ଆକି ଡିସାୟ୍ଲା
1 ଗଟ୍ ଦିନ୍ ଜିସୁ ଜାତାବଃଳ୍ ବାଟେ ଗଟେକ୍ ଜଃଲମ୍ କାଣାକେ ଦଃକ୍ଲା । 2 ଚେଲାମଃନ୍ ଜିସୁକେ ହଃଚାର୍ଲାୟ୍, "ଏ ଗୁରୁ, କାର୍ ହାହ୍ ଗିନେ ଇ ଲକ୍ କାଣା ଅୟି ଜଃଲମ୍ ଅୟ୍ଲା, ତାର୍ ନିଜାର୍ କି ତାର୍ ଆୟ୍ସି ଉବାସିର୍ ହାହାର୍ ଗିନେ ?"
3 ଜିସୁ କୟ୍ଲା, "ଏ କି ତାର୍ ଉବାସି ଆୟ୍ସି ହାହ୍ ନଃକେର୍ତି, ମଃତର୍ ଇସ୍ୱରାର୍ ସଃକ୍ତି ଜଃନ୍କଃରି ଆର୍ ତଃୟ୍ ଜାଣା ହଃଳେଦ୍, ଇତାର୍ ଗିନେ ସେ କାଣା ଅୟି ଜଃଲମ୍ ଅୟ୍ଲା ଆଚେ । 4 ଦିନ୍ ବଃଳାର୍ ଉଜାଳ୍ ରେଉଁ ରେଉଁ ମର୍ ହଃଟାୟ୍ଲା ଉବାର୍ କାମ୍ ଅଃମିକ୍ କଃରୁକେ ହଃଳେଦ୍ । ରାତି ଆସୁଲି, ସଃଡେବଃଳ୍ କେଏ କାମ୍ କଃରୁ ନଃହାର୍ତି । 5 ୯:୫ ମାତି ୫:୧୪; ଜହ ୮:୧୨.ଇ ଜଃଗତେ ରେତା ହଃତେକ୍ ମୁୟ୍ ଜଃଗତାର୍ ଉଜାଳ୍ ।"
6 ଇରି କୟ୍ଲା ହଃଚେ, ଜିସୁ ମାଟାୟ୍ ଲାଳ୍ ତୁକି ସେ ଲାଳେ କଃଣ୍ଡେକ୍ କାଦ କଃଲା ଆର୍ ସେରି ନଃୟ୍ ସେ କାଣାର୍ ଦୁୟ୍ ଅଃକାୟ୍ ଲାଗାୟ୍ ତାକ୍ କୟ୍ଲା, 7 "ଜାଆ, ସିଲଅ ବଃନ୍ଦେ ମୁଉଁ ଦଃୟି ଆଉ ।" ସିଲଅ ବଃଲେକ୍ ପେରିତ । ସେ ଲକ୍ ଜାୟ୍ ମୁଉଁ ଦୟ୍ଲା ଆର୍ ସେ ଦଃକୁକ୍ ହାର୍ଲା ଆର୍ ଗଃଲା ।
8 ସେତାକ୍ ହାକି ହଃଳ୍ସା ଆର୍ ଜୁୟି ଲକ୍ମଃନ୍ ତାକ୍ ବିକ୍ ମାଗ୍ତାର୍ ଦଃକି ରିଲାୟ୍, ସେମଃନ୍ ହଃଚାର୍ଲାୟ୍, "ଇ ଲକ୍ କାୟି ବଃସି ବିକ୍ ମାଗ୍ତି ନଃରିଲା ?"
9 କେଏ କେଏ କୟ୍ଲାୟ୍, "ଏ ତ ସେ," ଆର୍ କେଏ କେଏ କୟ୍ଲାୟ୍, "ନାୟ୍, ସେ ନାୟ୍, ମଃତର୍ ତାର୍ ହର୍ ଡିସୁଲା ।"
ମଃତର୍ ସେ ଲକ୍ କୟ୍ଲା, "ମୁୟ୍ ହଃକା ସେ ।"
10 ସେତାକ୍ ଲକ୍ମଃନ୍ ତାକ୍ ହଃଚାର୍ଲାୟ୍, "ତଃବେ ତୁୟ୍ କଃନ୍କଃରି ଦଃକୁ ହାରୁଲିସ୍ ?"
11 ସେ କୟ୍ଲା, "ଜାକେ ଜିସୁ ବଃଲି କଃଉତି ସେ ଲକ୍ ମାଟାୟ୍ କାଦ ଚଃଟ୍କି ମର୍ ଜୁଳେକ୍ ଅଃକାୟ୍ ଲାଗାୟ୍ଲା, ଆର୍ ମକ୍ କୟ୍ଲା, ସିଲହକେ ଜାୟ୍ ମୁଉଁ ଦୟ୍ଅଃଉ; ସେତାକ୍ ମୁୟ୍ ଗଃଲେ ଆର୍ ମୁଉଁ ଦଃୟି ଅୟ୍ଲେ, ଆର୍ ଆକି ଦଃକୁକ୍ ହାର୍ଲେ ।"
12 ସେମଃନ୍ ତାକ୍ ହଃଚାର୍ଲାୟ୍, "ସେ କଃୟ୍ ?"
ସେ ଲକ୍ କୟ୍ଲା, "ମୁୟ୍ ନଃଜାଣି ।"