ମରିୟମ୍ ଇସ୍ୱରାର୍ ଉହ୍କାର୍ ଲାଗି ତାର୍ ଗୁଣ୍ ଗିତ୍ କୟ୍ଲି
46 ଆର୍ ମରିୟମ୍ କୟ୍ଲି,
"ମର୍ ହଃରାଣ୍ ମାପୁରାର୍ ଦନ୍ୟବାଦ୍ କଃରୁଲି;
47 ଆରେକ୍ ମର୍ ଆତ୍ମା ମର୍ ମୁକ୍ଳାଉତା ଇସ୍ୱର୍ ମାପୁରାର୍ ଲଃଗେ ଅଃନାୟ୍ ସଃର୍ଦା କଃରୁଲି,
48 କାୟିତାକ୍ବଃଲେକ୍ ମାପୁର୍ ଅଃହ୍ଣାର୍ ଗତିଦଃଙ୍ଗ୍ଳିର୍ ଗଃରିବ୍ଅଃବୁସ୍ତା ଦଃକିଆଚେ,
ଆର୍ ଦଃକ୍, ଅଃବେହୁଣି ଜୁଗ୍ ଜୁଗ୍ ହଃତେକ୍ ସଃବୁ ଲକ୍ମଃନ୍ ମର୍ ବାୟ୍ଗ୍ ବଃଲି କଃଉତି ।
49 କାୟିତାକ୍ବଃଲେକ୍ ଅଃନାୟ୍ ବଃଡ୍ ସଃକାତିଆ ମାପୁର୍, ସେ ମର୍ ଗିନେ ଅଃନାୟ୍ ବଃଡ୍ କାମ୍ କଃରି ଆଚେ ।
ତାର୍ ନାଉ ପବିତ୍ର;
50 ଆର୍ ତାକ୍ ମାନ୍ତି କଃର୍ତା ଲକ୍ମଃନାର୍ ଗିନେ
ତାର୍ ଦଃୟା ଜୁଗେ ଜୁଗେ ରଃୟ୍ଦ୍ ।
51 ସେ ଅଃହ୍ଣାର୍ ଡେଣାର୍ ବଃଳ୍ସଃକାତ୍ ଦଃକାୟ୍ଆଚେ,
ଆର୍ ଆକାରିମଃନ୍କେ ସେମଃନାର୍ ମଃନ୍ ବିତ୍ରାର୍ ବାବ୍ନାକେ ଜଃତ୍କଃତ୍ କଃରିଆଚେ ।
52 ସେ ବଃଳ୍ସଃକାତ୍ ରିଲା ରଃଜାମଃନ୍କେ ସିଙ୍ଗାସଣ୍ ତଃୟ୍ହୁଣି ଉତ୍ରାୟ୍ ଆଚେ,
ଆର୍ ଇନସ୍ତା ଲକ୍ମଃନ୍କେ ବଃଡ୍ କଃରିଆଚେ ।
53 ସେ ବୁକେ ରିଲା ଲକ୍କେ ନିକ ନିକ କାଦି ହେଟ୍ ହୁର୍ନେ କାଳାୟ୍ ଆଚେ;
ଆର୍ ମାଜନ୍ ଲକ୍ମଃନ୍କେ ଚୁଚା ଆତେ ହଃଟାୟ୍ଲା ଆଚେ ।
54 ଅଃମାର୍ ହୁର୍ବାର୍ ଦାଦିବାବୁମଃନାର୍ ସଃଙ୍ଗ୍ କଃରିରିଲା ସଃୟ୍ତ୍ ହୁରୁଣ୍ କଃରି ତାର୍ ଦଃଙ୍ଗ୍ଳା ଇସ୍ରାଏଲ୍କେ ଉହ୍କାର୍ କଃରୁକେ ଆସିଆଚେ;
ଆର୍ ଅଃହ୍ଣାର୍ ଆର୍ ଦଃର୍ମି ଅବ୍ରାହାମ୍ ଆର୍ ତାର୍ ହୟିସି ମଃନାର୍ ଗିନେ,
55 ସେ ଜୁଗେଜୁଗେ ଅବ୍ରାହାମ୍ ଆର୍ ତାର୍ ସଃବୁ ବଂସାର୍ ଲକ୍ମଃନ୍କେ ଦଃୟା କଃରୁକେ ହାସ୍ରି ନଃକେରେ ।"