30 ଜିସୁ ସେକଃତାକେ ଦଃରି କୟ୍ଲା, "ଗଟେ ଲକ୍ ଜିରୁସାଲମେ ହୁଣି ଜିରିହକେ ଜାତା ବଃଳ୍ କଃଙ୍ଗାର୍ମଃନାର୍ ହାବ୍ଳେ ହଃଳ୍ଲା, ତାର୍ ହଃଚ୍ୟା ହାଟା ଚାଡାୟ୍ ନିଲାୟ୍ ଆର୍ ମାଡ୍ ମାର୍ଲାୟ୍ ଆର୍ ମଃରାଜିଉଆ କଃରି ଚାଡି ହଃଳାୟ୍ଲାୟ୍ । 31 ଇ ଗଃଟ୍ଣାହଃଚେ ଗଟେକ୍ ଜାଜକ୍ ସେ ବାଟେ ଜାତି ରିଲା, ଆର୍ ସେ ତାକ୍ ଦଃକି ବିନ୍ ବାଟ୍ ହିଟିକଃରି ଗଃଲା । 32 ସେବାନ୍ୟା ଗଟେକ୍ ଲେବିୟ, ବଃଲେକ୍ ପାରାଚିନ୍ ହେଁ ସେଟାଣେ ଆସି ତାକେ ଦଃକି ବିନ୍ ବାଟ ଅୟ୍କଃରି ଗଃଲା । 33 ମଃତର୍ ଗଟେକ୍ ସମିରଣିୟ ଲକ୍ ତାର୍ ଚଃମେ ଆସି ତାକ୍ ଦଃକି ଦଃୟା କଃଲା । 34 ଆର୍ ତାର୍ ଚଃମେ ଜାୟ୍ ତାର୍ ଗାଉ ତଃୟ୍ଁ ଚିକଣ୍ ଆର୍ ଅଙ୍ଗୁର୍ ରଃସ୍ ଡାଳି ସେ ସଃବୁ ହାଟ୍ଳି ସଃଙ୍ଗ୍ ବାନ୍ଦ୍ଲା ଆର୍ ଅଃହ୍ଣାର୍ ଗଃଦ ଉହ୍ରେ ବଃସାୟ୍ ବାଟ ଲଃଗାର୍ ଗଟେକ୍ ବିସାଉତା ଗଃରେ ନିଲା, ଆର୍ ତାର୍ ସେବା କଃଲା । 35 ତାର୍ ଆର୍କ ଦିନ୍ ଜଳେକ୍ ରୁହା ଟଃକା ବାର୍କଃରି ଦଃର୍ମ୍ସାଳାର୍ ମୁଳିକାକେ ଦଃୟ୍କଃରି କୟ୍ଲା, ଇଲକାର୍ ସେବା ଜଃତୁନ୍ କଃର୍, ଜାୟ୍ରି ଅଃଦିକ୍ ଅୟ୍ଦ୍, ମୁଁୟ୍ ବାଉଳି ଆୟ୍ଲା ବଃଳ୍ ସଃବୁ ଦଃୟ୍ନ୍ଦ୍ ।
36 ଇ ତିନି ଲକ୍ ବିତ୍ରେ କେଏ କଃଙ୍ଗାର୍ମଃନାର୍ ହାବୁଳେ ହଃଳି ରିଲା ଲକାର୍ ହାକିହଃଳ୍ସା ବଃଲି ମଃନେ କଃରୁଲିସ୍ ?"
37 ଦଃର୍ମ୍ ଗୁରୁ ଉତୁର୍ ଦିଲା, "ଜେ ତାକ୍ ଦଃୟା କଃଲା ସେ," ଜିସୁ ତାକେ କୟ୍ଲା, "ଜାଆ ଆର୍ ତୁୟ୍ ହେଁ ସେନ୍ କଃର୍ ।"