3 ସେତାକ୍ ଜିସୁ ସେମଃନ୍କେ ଇ କଃତା କୟ୍ଲା, 4 "ତୁମାର୍ ବିତ୍ରେ ଇରଃକମ୍ କୁୟି ଲକ୍ ଆଚେ ଜେ, ତାର୍ ଜଦି ହାଁଚ୍କଳି ମେଣ୍ଡା ରେତି, ଆର୍ ସେମଃନାର୍ ବିତ୍ରେ ଗଟେକ୍ ଆଜେଦ୍, ତଃବେ ସେ ଲକ୍ ଗଟେକ୍ଉଣା ହାଁଚ୍କଳି ମେଣ୍ଡାକ୍ ହଃଦାୟି ଚାଡିକଃରି, ସେ ଆଜିରିଲା ମେଣ୍ଡାକ୍ ମିଳାଉତା ହଃତେକ୍ ତାକେ କାୟି ନଃଲଳେ ? 5 ଜଃଡେବଃଳ୍ ସେ ଲକ୍ ଆଜିରିଲା ମେଣ୍ଡାକ୍ ମିଳାୟ୍ଦ୍ ସେ ବଃଡେ ସଃର୍ଦାଅୟ୍, ତାକ୍ କଃନ୍ଦେ ବୟ୍ କଃରି ତାର୍ ଗଃରେ ଆଣେଦ୍ । 6 ଆରେକ୍ ଅଃହ୍ଣାର୍ ଲକ୍ବାକ୍କେ ଆର୍ ହାକିହଃଳ୍ସାକେ କୁଦି ସେମଃନ୍କେ କୟ୍ଦ୍, ‘ଆସା ତୁମିମଃନ୍ ମର୍ ସଃଙ୍ଗ୍ ସଃର୍ଦା କଃରା, କାୟିତାକ୍ବଃଲେକ୍ ଆଜିରିଲା ମେଣ୍ଡାକେ ମିଳାୟ୍ଲେ ।’ 7 ମୁଁୟ୍ ତୁମିକେ କଃଉଁଲେ, ସେରଃକମ୍ ଜୁୟି ଲକ୍ମଃନାର୍ ମଃନ୍ ବାଦ୍ଲାୟ୍ ଆସ୍ତାକ୍ ମଃନ୍ ନାୟ୍, ଇବାନ୍ୟା ଗଟେକ୍ଉଣା ହାଁଚ୍କଳି ଦଃର୍ମି ଲକ୍ମଃନାର୍ ତଃୟ୍ହୁଣି, ଜେ ହାହ୍ ଚାଡେଦ୍, ଇରଃକମ୍ ଗଟେକ୍ ହାହି ଲକାର୍ ଗିନେ ସଃର୍ଗେ ଅଃଦିକ୍ ସଃର୍ଦା ଅୟ୍ଦ୍ ।"