ଜିରୁସାଲମେ ଜିସୁ ରଃଜା ଜାତାର୍
1 ଜଃଡେବଃଳ୍ ସେମଃନ୍ ଜିରୁସାଲମାର୍ ଲଃଗେ ଆର୍ ଜିତ୍ ଡଙ୍ଗୁର୍ ହାକାର୍ ବେତ୍ପାଗି ଆର୍ ବେତାନିଆ ଚଃମେ ହଚ୍ଲାୟ୍, ସଃଡେବଃଳ୍ ଜିସୁ ତାର୍ ଚେଲାମଃନାର୍ ବିତ୍ରେ ଜଳେକ୍ ଚେଲାକେ ଇ କଃତା କୟ୍ ହଃଟାୟ୍ଲା, 2 "ତୁମାର୍ ମୁଉଁ ଚଃମେ ରିଲା ଗାଉଁଏ ଜାହା ଆର୍ ସେ ଗାଉଁଏ ହୁରୁହୁରୁ ତୁମି ତାର୍ ଉହ୍ରେ କେହେଁ କଃବେ ନଃବେସ୍ଲା ଅଃନ୍କା ଗଟେକ୍ ହିଲାଗଃଦକ୍ ବାନ୍ଦିରିଲାର୍ ଦଃକାସ୍, ତୁମି ତାକ୍ ମେଲିକଃରି ମର୍ ଲଃଗେ ଆଣା । 3 ଜଃଡେବଃଳ୍ କେଏ ତୁମିମଃନ୍କେ କାୟିତାକ୍ ଇ ଗଃଦ ହିଲାକ୍ ମେଲି ନେଉଁଲାସ୍ ବଃଲି ହଃଚାରେଦ୍; ତଃବେ ତୁମି ତାକେ କଃଉଆସ୍, ଇରି ଅଃମାର୍ ମାପୁରାର୍ ଗିନେ ଲଳା ଆଚେ ଆର୍ ସେମାନାୟ୍ ତୁମିମଃନ୍କେ ଚାଡି ଦଃୟ୍ଦ୍ ।"
4 ସେ ଜଳେକ୍ ଚେଲାମଃନ୍ ଗାଉଁଏ ବଃସ୍ତିଏ ଆର୍ ସେମଃନ୍ ଗାଉଁଆର୍ ଗଟ୍ ଗଃରାର୍ ଦୁଆର୍ ଚଃମେ ହଃଦାର୍ ସଃକ୍ଳାୟ୍ ଗଟେକ୍ ହିଲାଗଃଦକ୍ ବାନ୍ଦି ରିଲାର୍ ଦଃକ୍ଲାୟ୍, ଆର୍ ସେମଃନ୍ ତାକ୍ ମେଲ୍ଲାୟ୍ । 5 ସଃଡେବଃଳ୍ ସେ ଲଃଗେ ଟିଆ ଅୟ୍ରିଲା କଃତେକ୍ ଲକ୍ମଃନ୍ ହଃଚାର୍ଲାୟ୍, "ଇ ହିଲାଗଃଦକ୍ ମେଲି କାୟି କଃରୁଲାସ୍ ।"
6 ଜିସୁ ଜଃନ୍କଃରି ଚେଲାମଃନ୍କେ କୟ୍ରିଲା, ସେମଃନ୍ ସେ ଲକ୍ମଃନ୍କେ ସେନ୍ ବଃଲି କୟ୍ଲାୟ୍; ତାର୍ହଃଚେ ସେ ଲକ୍ମଃନ୍ ଚେଲାମଃନ୍କେ ଗଃଦ ହିଲାକ୍ ମେଲି ନେଉଁକେ ଦିଲାୟ୍ । 7 ସେମଃନ୍ ଗଃଦ ହିଲାକ୍ ଜିସୁର୍ ଲଃଗେ ଆଣି ଅଃହ୍ଣା ଅଃହ୍ଣାର୍ ବଃସ୍ତର୍ ହିଲାଗଃଦର୍ ହିଟି ଉହ୍ରେ ଅଚାୟ୍ଲାୟ୍, ଆର୍ ଜିସୁ ତାର୍ ଉହ୍ରେ ବଃସ୍ଲା । 8 ଆରେକ୍ କଃତେକ୍ ଲକ୍ମଃନ୍ ଜିସୁର୍ ଜାତା ବାଟେ ଅଃହ୍ଣା ଅଃହ୍ଣାର୍ ବଃସ୍ତର୍ ଅଚାୟ୍ଲାୟ୍, ଆର୍ କଃତେକ୍ ଲକ୍ମଃନ୍ ଗଃଚାର୍ ଡାଳ୍ କାଟି ଆଣି ବାଟେ ଅଚାୟ୍ଲାୟ୍ । 9 ଆର୍ ଜୁୟି ଲକ୍ମଃନ୍ ଜିସୁର୍ ଆଗ୍ବାଟ୍ୟା ଆର୍ ହଃଚ୍ ବାଟ୍ୟା ଇଣ୍ଡି ଜାତି ରିଲାୟ୍, ସେମଃନ୍ ବଃଡ୍ ଟଣ୍ଡ୍ ଅୟି କଃଉତି ରିଲାୟ୍, "ହସାନ୍ନା, ବଃଲେକ୍ ଜୟ୍ ଅଃଉଅ, ମାପୁରାର୍ ନାଉଁଏ ଜେ ଆସୁଲା, ତାର୍ ବାୟ୍ଗ୍ । 10 ଅଃମାର୍ ଦାଦିବାବୁ ଦାଉଦାର୍ ଆସ୍ତା ରାଇଜାର୍ ବାୟ୍ଗ୍, ସଃବ୍କେ ଉହ୍ରାର୍ ହସାନ୍ନା, ବଃଲେକ୍ ଜୟ୍ ଅଃଉଅ ।"
11 ଜିସୁ ଜିରୁସାଲମେ ଆୟ୍ଲା ଆର୍ ମନ୍ଦିର୍ ବିତ୍ରେ ହୁରି ଚାରିହାକ୍ ଦଃକି ବୁଲ୍ଲା ଆର୍ ସଃଞ୍ଜ୍ ଅୟ୍ଲାକ୍ ତାର୍ ବାରଗଟ୍ ଚେଲାମଃନାର୍ ସଃଙ୍ଗ୍ ମିସି ବେତାନିଆ ଗାଉଁଏ ଗଃଳାୟ୍ ।