ଜିସୁ ଡୁମ୍ବୁର୍ ଗଃଚ୍କେ ସାୟ୍ପ୍ ଦିଲା
12 ଆର୍ ତାର୍ ଆର୍କ ଦିନ୍ ଜିସୁ ଆର୍ ତାର୍ ଚେଲାମଃନ୍ ବେତାନିଆ ଗାଉଁଏ ହୁଣି ଜିରୁସାଲମେ ବାରାୟ୍ ଆସ୍ତାବଃଳ୍ ଜିସୁକ୍ ବୁକ୍ ଲାଗ୍ଲି । 13 ସଃଡେବଃଳ୍ ସେ ଦୁରିକ୍ ହୁଣି ଗଟେକ୍ ହଃତାର୍ ରିଲା ଡୁମ୍ବୁର୍ ଗଃଚ୍ ଦଃକ୍ଲା । ଜିସୁ ସେ ଗଃଚ୍ ଲଃଗେ ଡୁମ୍ବୁର୍ ହଃଳ୍ ମିଳେଦ୍ ବଃଲି ଆସା ଅୟ୍କଃରି ଗଃଲା; ମଃତର୍ ସେ ଗଃଚେ ଅଃବ୍କା ହଃତାର୍ ଚାଡି କାୟିରି ହେଁ ନଃହାୟ୍ଲା, କାୟିତାକ୍ବଃଲେକ୍ ସଃଡେବଃଳ୍ ଡୁମ୍ବୁର୍ ହଃଳ୍ତା ଦିନ୍ ନଃରିଲି । 14 ସେତାକ୍ ଜିସୁ ସେ ଡୁମ୍ବୁର୍ ଗଃଚ୍କେ କୟ୍ଲା, "ଆର୍ କଃବେ ହେଁ କେଏ ତର୍ ତଃୟ୍ହୁଣି ହଃଳ୍ ନଃକାଅ ।"
ତାର୍ ଚେଲାମଃନ୍ ଇ କଃତା ସୁଣ୍ତିରିଲାୟ୍ ।