22 ୩:୨୨ ମାତି ୯:୩୪; ୧୦:୨୫. ଜିରୁସାଲମେ ହୁଣି ଆୟ୍ଲା ପାରୁସିମଃନ୍ କଃଉତି ରିଲାୟ୍, "ଜିସୁକେ ବୁତ୍ମଃନାର୍ ରଃଜା ବାଲ୍ଜିବୁଲ୍ ବୁତ୍ ଡଃସିଆଚେ, ତାର୍ ବଃଳେ ସେ ଲକ୍କେ ଡଃସିରିଲା ବୁତ୍ମଃନ୍କେ ଚାଡାଉଁଲା ।"୩:୨୨ମାତି ୯:୩୪; ୧୦:୨୫.
23 ସେତାର୍ଗିନେ ଜିସୁ ସେମଃନ୍କେ ଲଃଗେ କୁଦ୍ଲା ଆର୍ ସେମଃନ୍କେ ଗଟେକ୍ କଃତା କୟ୍ ବୁଜାୟ୍ଲା, "ସୟ୍ତାନ୍ କଃନ୍କଃରି ସୟ୍ତାନ୍କେ ଚାଡାୟ୍ଦ୍ ? 24 ଗଟେକ୍ ରାଇଜ୍ ଦୁୟ୍ ବାଗ୍ ଅୟି ନିଜାର୍ ବିରୁଦେ ଉଟ୍ଲେକ୍ ସେ ରାଇଜ୍ କଃବେ ହେଁ ତିର୍ ଅୟି ରେଉଁ ନାହାରେ । 25 ଜଃବେ କୁୟି ଗଃରାର୍ ଲକ୍ମଃନ୍ ଅଃହ୍ଣା ଅଃହ୍ଣାର୍ ବିତ୍ରେ ବାଗ୍ ବାଗ୍ ଅଃଉତି, ତଃବେ ସେ ଗଃର୍ ତିର୍ ଅୟି ରେଉଁ ନାହାରେ । 26 ସେରଃକମ୍ ସୟ୍ତାନ୍ ଜଃଡେବଃଳ୍ ଅଃହ୍ଣାର୍ ବିରୁଦେ ଉଟେଦ୍, ତାର୍ ରାଇଜ୍ ତିର୍ ଅୟି ରେଉଁ ନାହାରେ, ମଃତର୍ ସେ ନାସ୍ ଅୟ୍ଦ୍ ।"
27 "ଆରେକ୍ କେଏ ବଃଳ୍ବପୁ ଲକ୍କେ ନଃବାନ୍ଦ୍ଲେକ୍, କଃନ୍କଃରି ତାର୍ ଗଃରେ ହୁରିକଃରି ତାର୍ ଆସ୍ତିବାଡି ଚରି ନେଉଁ ହାରେ ? ତାକ୍ ହଃର୍ତୁ ବାନ୍ଦ୍ଲେକ୍ ସିନା ତାର୍ ଗଃର୍ ଚରି ନେଉଁ ହାରେ ।"
28 "ମୁଁୟ୍ ତୁମିମଃନ୍କେ ସଃତ୍ କଃଉଁଲେ, ଲକ୍ମଃନ୍ ଜଃତେକ୍ ହାହ୍ ଆର୍ ଲିନ୍ଦାକଃରି ଆଚ୍ତି, ସେ ସଃବୁ କେମା ଅୟ୍ଦ୍, ଆର୍ ଜୁୟି ଲକ୍ମଃନ୍ ମାପୁରାର୍ ବିରୁଦେ କଃତା କଃଉତି, ସେ ଲକ୍କେ କେମା କଃରା ଅୟ୍ଦ୍ । 29 ୩:୨୯ ଲୁକ ୧୨:୧୦.ମଃତର୍ ଜେ ପବିତ୍ର ଆତ୍ମା ବିରୁଦେ ଲିନ୍ଦା କଃତା କୟ୍ଦ୍, ତାକ୍ ସଃବୁ ଦିନାର୍ ହାୟ୍ଁ କେମା ନାୟ୍ । ମଃତର୍ ସେ ସଃବୁ ଦିନ୍ ହାହି ଅୟି ରଃୟ୍ଦ୍ ।" 30 ଜିସୁ ଇବାନ୍ୟା କାୟିତାକ୍ କୟ୍ଲା ବଃଲେକ୍ ଦଃର୍ମ୍ ସାସ୍ତ୍ରିମଃନ୍ ଜିସୁକେ ବୁତ୍ ଦଃରି ଆଚେ ବଃଲି କଃଉତି ରିଲାୟ୍ ।