ଜିସୁ ଗଟେକ୍ ଗଃଗାଳ୍ ଜାତା ମାୟ୍ଜିକେ ଉଜ୍ କଃଲା
25 ସଃଡେବଃଳ୍ ବାର ବଃର୍ସ୍ ହଃତେକ୍ ଗଃଗାଳ୍ଜାତା ରଗେ ହଃଳ୍ଲା ଗଟେକ୍ ମାୟ୍ଜିରିଲି । 26 ସେ ରଗ୍ ଚାଡାୟ୍ ଅଃଉଁକେ କଃତେକ୍ ବୟ୍ଦ୍କାରି ହାକ୍ ଜାୟ୍କଃରି ସଃବୁଦଃନ୍ ସଃରାୟ୍ରିଲି, ମଃତର୍ ନିକ ଅଃଉତା ବାଦୁଲେ ଆରେକ୍ ଅଃଦିକ୍ ରଗି ଅୟି ରିଲି । 27 ସେ ମାୟ୍ଜି ଜିସୁର୍ କଃତା ସୁଣ୍ଲି, ଆର୍ ସେ ଲକ୍ମଃନ୍ଦା ବିତ୍ରେ ଜିସୁର୍ ହଃଚ୍ବାଟ୍ୟା ଆସି ଜିସୁର୍ ହଃଚ୍ୟା ଆଚଳ୍ ଚୁୟ୍ଲି । କାୟିତାକ୍ବଃଲେକ୍ ସେ ବାବ୍ତି ରିଲି, 28 "ଜିସୁର୍ ହଃଚ୍ୟାର୍ ଆଚଳ୍ ଚୁୟ୍ଲେକ୍ ମୁଁୟ୍ ଉଜ୍ ଅୟ୍ଦ୍ ।"
29 ସେ ଜିସୁର୍ ହଃଚ୍ୟା ଆଚଳ୍ ଚୁୟ୍ଲା ଦାହ୍ରେ ସେ ଗଃଗାଳ୍ ଜାତା ରଗେ ହୁଣି ଉଜ୍ ଅୟ୍ଲେ ବଃଲି ତାର୍ ଗଃଗାଳେ ଜାଣ୍ଲି ।