14 ତଃବେ ସେମଃନ୍ ଜାକେ ବିସ୍ୱାସ୍ ନଃକେର୍ତି, ତାର୍ ତଃୟ୍ କଃନ୍କଃରି ପାର୍ତ୍ନା କଃର୍ତି ? ଆରେକ୍ ଜାର୍ ବିସୟେ ସେମଃନ୍ ନଃସୁଣ୍ତି କଃନ୍କଃରି ତାର୍ ତଃୟ୍ ବିସ୍ୱାସ୍ କଃର୍ତି ? ଆର୍ ପର୍ଚାର୍ କଃର୍ତା ଲକ୍ ନୟ୍ଲେକ୍ ସେମଃନ୍ କଃନ୍କଃରି ସୁଣ୍ତି ? 15 ଆରେକ୍ ନିକ କବୁର୍ ପର୍ଚାର୍ କଃର୍ତା ଲକେ ନଃହେଟାୟ୍ଲେକ୍ କଃନ୍କଃରି ପର୍ଚାର୍ କଃର୍ତି ? ଜଃନ୍କଃରି ଲେକା ଆଚେ, ଜୁୟି ଲକ୍ମଃନ୍ ନିକ କବୁର୍ ଆଣ୍ତି ସେମଃନାର୍ ହାଦ୍ କଃଡେକ୍ ସୁନ୍ଦୁର୍ ।
Publicidade