12 ଇତାର୍ ଗିନେ ହାହ୍ ତୁମିମଃନାର୍ ଜଃଗତାର୍ ଗଃଗାଳେ ରାଜ୍ ନଃକେର, ସେରି କଃଲେକ୍ ତୁମିମଃନ୍ ସେତିର୍ କଃରାପ୍ ଇଚାର୍ ତଃଳେ ଚାଲୁଲାସ୍ । 13 ତୁମିମଃନ୍ ନିଜ୍ ନିଜ୍କେ କୁୟି ହଃର୍କାରେ ହେଁ ହାହାର୍ ଚଃମେ ସଃହ୍ରି ଅୟ୍କଃରି ଦୁସ୍ଟ୍ କାମାର୍ ଅଃସ୍ତର୍ ବାବେ କାମ୍ କଃରା ନାୟ୍ । ମଃତର୍ ମଃର୍ନେ ହୁଣି ରଃକ୍ୟା ହାୟ୍ଁ ଜିବନ୍ ହାୟ୍ରିଲାର୍ ଗିନେ ତୁମିମଃନ୍ ଦଃର୍ମ୍ କାମ୍ ସାଦୁନ୍ କଃର୍ତା ହାୟ୍ଁ ଅଃହ୍ଣା ଅଃହ୍ଣାକ୍ ଇସ୍ୱରାର୍ ତଃୟ୍ ସଃହ୍ରି ଦିଆସ୍ । 14 ହାହ୍ ତୁମାର୍ ଉହ୍ରେ ରାଜ୍ ନଃକେର । ବଃଲେକ୍ ତୁମିମଃନ୍ ବିଦିର୍ ତଃଳେ ନାୟ୍, ମଃତର୍ ଇସ୍ୱରାର୍ ଦଃୟାର୍ ତଃଳେ ଆଚାସ୍ ।
15 ତଃବେ କାୟିରି ? ଅଃମିମଃନ୍ ଜେ ବିଦିର୍ ତଃଳେ ନାୟ୍, ମଃତର୍ ଦଃୟାର୍ ତଃଳେ ଆଚୁ, ଇତାର୍ ଗିନେ କାୟି ହାହ୍ କଃରୁଆଁ ? ସେରି କଃବେ ହେଁ ନଃଉଅ । 16 ତୁମିମଃନ୍ ବାୟ୍ଦ୍ରେ ଜାଣି ଆଚାସ୍, ଜଦି ତୁମି କାର୍ ତଃଳ୍ୟା ଅୟ୍କଃରି ସେ ଲକାର୍ ହୁରା କଃତା ମାନାସ୍, ତଃବେ ତୁମି ସେଲକାର୍ ଗତିଦଃଙ୍ଗ୍ଳା । ଜଦି ହାହାର୍ ଗତିଦଃଙ୍ଗ୍ଳା ଅଃଉଆସ୍, ତଃବେ ମଃରାସ୍; ଜଦି ଇସ୍ୱରାର୍ ଦଃଙ୍ଗ୍ଳା ଅଃଉଆସ୍, ତଃବେ ତୁମାର୍ ଜିବନ୍ ବଚେଦ୍ । 17 ମଃତର୍ ଇସ୍ୱର୍କେ ଦନ୍ୟବାଦ୍ ଦେଉଁଲେ ଜେ ତୁମିମଃନ୍ ହୁର୍ବେ ହାହାର୍ ଗତିଦଃଙ୍ଗ୍ଳା ରିଲାସ୍, ତୁମିମଃନ୍ ଅଃବେ ନିକ କବୁରାର୍ ସିକ୍ୟା ହାୟ୍ରିଲା, ସଃତ୍ ବିସୟ୍ ସଃବୁ ମଃନ୍ ହଃରାଣେ ମାନୁଲାସ୍ । 18 ତୁମି ହାହେ ହୁଣି ମୁକ୍ଳିକଃରି ଦଃର୍ମାର୍ ଗତିଦଃଙ୍ଗ୍ଳା ଅୟି ଆଚାସ୍ ।