14 ତୁମିମଃନାର୍ ବିତ୍ରେ କେଏ କାୟି ମଃଳୁ ହଃଳି ଆଚେ ? ସେ ମଣ୍ଡ୍ଳିର୍ ପାରାଚିନ୍ମଃନ୍କେ କୁଦାଅ ସେମଃନ୍ ମାପୁରାର୍ ନାଉଁଏ ଚିକଣ୍ ଲାଗାୟ୍ ତାର୍ ଗିନେ ପାର୍ତ୍ନା କଃରତ୍ । 15 ବିସ୍ୱାସାର୍ ପାର୍ତନା ସେ ରଗିକେ ଉଜ୍ କଃରେଦ୍, ଆରେକ୍ ମାପୁର୍ ତାକ୍ ଉଟାୟିଦ୍ ଆର୍ ଜଦି ସେ ହାହ୍ କଃରି ରଃୟ୍ଦ୍, ତଃବେ ତାକ୍ କେମା କଃରେଦ୍ । 16 ତଃବେ, ଏକ୍ ଆରେକାର୍ ଚଃମେ ଅଃହ୍ଣା ଅଃହ୍ଣାର୍ ହାହ୍ ମାନିଜଃହା, ଆରେକ୍ ଉଜ୍ ଅଃଉଁକେ ଏକ୍ଆରେକାର୍ ଗିନେ ପାର୍ତନା କଃରା । ଦଃର୍ମି ଲକାର୍ ପାର୍ତ୍ନା ଗାଦେକ୍ କାମ୍ ସାଦୁନ୍ କଃରୁ ହାରେ ।
Publicidade
Publicidade