1 ଇସ୍ପର୍ ନ୍ସା ମୁଇଂଅରିଆ କାମ୍ ଡିଙ୍ଗ୍ବଲା ନେନେ ଆପେକେ କୁସାମୁତି ଡିଙ୍ଗ୍ନେଡିଙ୍ଗ୍କେ ପେନେ ଜିବନ୍ନ୍ନିଆ ଇସ୍ପର୍ନେ ଲିବିସ ସରାଃ ଆଡିଙ୍ଗ୍ପା । 2 ଡାଗ୍ଲା ପର୍ମେସର୍ ବାସଙ୍ଗ୍ଡିଂକେ:
"ପେଇଂନେ ଆଡ଼ାତ୍ରା ଲିବିସ ଡିଙ୍ଗ୍ନେ
ବେଲା ପାଙ୍ଗ୍ଲା
ନେଙ୍ଗ୍ ପେଇଂନେ କୁସାମୁତି ଙକେ
ଉଦାର୍ ବାନେ ଦିନ୍ନ୍ନିଆ ପେନେ ସାଇଜ ଣ୍ଡିଙ୍ଗ୍କେ ।"
ଦ୍ରିଗ୍ପା ଏନ୍ ଡିଙ୍ଗ୍କେ ଇସ୍ପର୍ନେ ଲିବିସ ବ୍ବାନେ ବେଲା । ଏଃକେ ଡିଙ୍ଗ୍କେ ଉଦାର୍ ବାନେ ଦିନ୍ ।
3 ଡିରକମ୍ ନେଁଇଂନେ ସେବାପଦ୍ ନିନ୍ଦା ଆଡିଙ୍ଗ୍ ଣ୍ଡୁ ଆତେନ୍ସା ନେ ମେଃଡିଗ୍ ବିସୟ୍ନ୍ନିଆ ବାଦା ଆଡିଙ୍ଗ୍ ଣ୍ଡୁ 4 ବାରି ନେନେ ସାପା ଅବସ୍ତାନ୍ନିଆ ନିଜେକେ ଇସ୍ପର୍ନେ ସେବାରେ ରକମ୍ ସ୍ନାମୁଆଁ ଆଃଡିଙ୍ଗ୍ନେଡିଙ୍ଗ୍କେ । ଗୁଲୁଏ ଡାଟ୍ ସାଇଜନ୍ନିଆ ନେନେ ସାପା ରକମ୍ କସ୍ଟ ମ୍ନା ଜାମ୍ଲା ବାରି ଦଦ୍ୟା ସାମୁଆଁ ସାମ୍ୱାଲେ ନେୱେକେ; 5 ଆନେକେ ବଗ୍ବଆର୍କେ ଜେଲ୍ ଡୁଆନ୍ନିଆ ବଆର୍କେ । ରେମୁଆଁ ନେନେ ବିରଦ୍ରେ ବାସଙ୍ଗ୍ବକେ । ନେ ଜାବର୍ କସ୍ଟ ଡିଙ୍ଗ୍ନେବକେ, ନେ ଲେମୁଆଃ ଲେଃନେମ୍ୟାକେ ବାରି କେଡ଼େସଃ ଲେଃନେମ୍ୟାକେ । 6 ନେନେ ପବିତ୍ରତା ଗ୍ୟାନ୍ ଡାଟ୍ ଲିବିସଃ କୁଟ୍ଣ୍ଡୁନେ ଆଲାଦ୍ ବାରି ସତ୍ନେ କବର୍ ନ୍ସା ପବିତ୍ର ଇସ୍ପର୍ନେ ବପୁ ବାନ୍ ନେନେ ଇସ୍ପର୍ନେ ସେବାରେ ଡାଗ୍ଚେ ସ୍ନାମୁଆଁ ବିନେଡିଙ୍ଗ୍ । 7 ସତ୍ରୁଇଂନେ ବିରଦ୍ରେ ରିଙ୍ଗ୍ ନ୍ସା ଦରମ୍ ନେନେ ମ୍ନା ଅସ୍ତ୍ର । 8 ନେନେ ସନ୍ମାନ୍ ବାରି ଅପ୍ମାନ୍ ଡିଙ୍ଗ୍ନେଲେଃକେ ନାଲେରେ ବାରି ଲାଞ୍ଚୁଆ ଡିଙ୍ଗ୍ନେଲେଃକେ । ଆନେକେ ମିଚ୍ ଡାଗ୍ଚେ ଅପମାନ୍ ବିଃବଆର୍କେ ଏଲେଡିଗ୍ ନେନେ ସତ୍ ବାସଙ୍ଗ୍ ନେବକେ । 9 । ନେନେ ସ୍ନାମୁଆଁ ଡିଙ୍ଗ୍ବେଲା ଡିଗ୍ ସ୍ନାମୁଆଁ ଣ୍ଡୁ ଆନେକେ ଗୁଏଗେ ଡାଗ୍ଚେ ବାସଙ୍ଗ୍ ଆର୍ଡିଂକେ ମାତର୍ ନେନେ ଜିବନ୍ ନେଲେକେ । ଆନେକେ ଡଣ୍ଡ୍ ବିବ ଆର୍କେ ମାତର୍ ବାଗୁଏଃଏ ଆବିଆର୍କେ ଣ୍ଡୁ । 10 ନେ ଜାବର୍ ଦୁକ୍ ଲେଃକେ ମାତର୍ ନେ କାଲାଆଃ ସାର୍ଦାରେ ନେଲେଃଏ । ନେ ଗରିବ୍ ମାତର୍ ଗୁଲେରେକେ ସାକାର୍ ନେରାଡିଙ୍ଗ୍ଏ । ନେ ମେଃଡିଗ୍ ଣ୍ଡୁ ମାତର୍ ନେନେ ସାପା କିଚି ଲେଃକେ ।
11 ଅ କରିନ୍ଥନେ ପ୍ରିଅ ତନା ବୟାଁଇଂ ନେନେ କୁଲାକୁଲି ମନ୍ରେ ଆପେକେ ସାପା ବାସଙ୍ଗ୍ନେବକେ । ନେନେ ଆପେକେ ମାଲେ ବଲ୍ ବା ନେଡିଙ୍ଗ୍କେ । 12 ନେନେ ପେନେ ଆଡ଼ାତ୍ରା ନେନେ ଆଲାଦ୍ ବନ୍ଦ୍ ଆଡିଙ୍ଗ୍ ନେବକେ ଣ୍ଡୁ । ମାତର୍ ପେଇଂ ନେନେ ଆଡ଼ାତ୍ରା ଆଲାଦ୍ ବନ୍ଦ୍ ଆଡିଙ୍ଗ୍ ପେବକେ । 13 ଆପେକେ ନେଙ୍ଗ୍ନେ ଗଡ଼େଅ ମନେ ଡିଙ୍ଗ୍ଚେ ଏନ୍ ସାପା ବାସଙ୍ଗ୍ଣ୍ଡିଂ । ଦର୍କାର୍ ଦାନ୍ ବାଦୁଲ୍ ଦାନ୍ ରକମ୍ ପେଇଂ ଡିଗ୍ ନିଜର୍ ଗାଗ୍ଡ଼େ ନେନେ ସା ସମାନ୍ ବାବ୍ରେ ରଃବନେ ଦର୍କାର୍ ।
14 ଜାଣ୍ଡେଇଂ କ୍ରିସ୍ଟନେ ଡାଗ୍ରା ବିସ୍ବାସ୍ ଆଡିଙ୍ଗ୍ଆର୍ ଣ୍ଡୁ ମେଇଂ ଏତେ ସମାନ୍ ବାବ୍ରେ କାମ୍ ଡିଙ୍ଗ୍ ନ୍ସା ଚେସ୍ଟା ଆଡିଙ୍ଗ୍ପା । ଏନ୍ ଅଃନାଡିଗ୍ ଆଡିଙ୍ଗ୍ ଣ୍ଡୁ । ଦରମ୍ ବାରି ଅଦରମ୍ ମୁଇଂଅରିଆ ଆଲେଃ ଣ୍ଡୁ ? ତାର୍କିଗ୍ ବାରି ତାଙ୍ଗ୍କିଗ୍ ଡିରକମ୍ ମୁଇଂଅରିଆ ଲେଃଏ ? 15 କିସ୍ଟ ବାରି ସଏତାନ୍ ଡିରକମ୍ ମୁଇଂଅରିଆ ଡିଙ୍ଗ୍ଏ ? ବିସ୍ବାସି ଏତେ ଅବିସ୍ବାସି ଆଣ୍ଡିନେ ବିସୟ୍ରେ ମୁଇଂଅରିଆ ଡିଙ୍ଗ୍ଆର୍ଏ ? 16 ଇସ୍ପର୍ନେ ମନ୍ଦିର୍ନ୍ନିଆ ଡିରକମ୍ ମୁର୍ତି ତିଆର୍ ଡିଙ୍ଗ୍ଏ ? ନେ ଜିବନ୍ ଇସ୍ପର୍ନେ ମନ୍ଦିର୍ ଡାଗ୍ଲା ଇସ୍ପର୍ ନିଜେ ବାସଙ୍ଗ୍ବକେ
"ନେଙ୍ଗ୍ନେ ରେମୁଆଁଇଂ ଏତେ ନେଙ୍ଗ୍ ବାସା ନ୍ଲେଃଏ
ବାରି ମେଁଇଂନେ ବିତ୍ରେ ନ୍ଲେଃଏ;
ନେଙ୍ଗ୍ ମେଁଇଂନେ ଇସ୍ପର୍ ଣ୍ଡିଙ୍ଗ୍ଏ
ବାରି ମେଇଂ ନେଙ୍ଗ୍ନେ ନିଜର୍ ରେମୁଆଁ ଡିଙ୍ଗ୍ଏ ।"
17 ତେସା ମାପ୍ରୁ ବାସଙ୍ଗ୍ଡିଂକେ
"ପେ ମେଁଇଂନେ ବିତ୍ରେବାନ୍ ତାର୍ଚେ ପାଙ୍ଗ୍ଲାପା,
ମେଇଂନେବାନ୍ ନିଜେକେ ବିନେ ଆଡିଙ୍ଗ୍ପା ।
ଦର୍କାର୍ ଣ୍ଡୁନେ ବିସୟ୍ ଏତେ ସମ୍ପର୍କ ଆବଗେପା
ତେଲା ନେଙ୍ଗ୍ ଆପେକେ ଗ୍ରଅନ୍ ଣ୍ଡିଙ୍ଗ୍ଏ
18 ନେଙ୍ଗ୍ ପେଇଂନେ ଆବା ଣ୍ଡିଙ୍ଗ୍ଏ
ବାରି ପେଇଂ ପେଡିଙ୍ଗ୍ଏ ନେଙ୍ଗ୍ନେ ଗଡ଼େଇଂ
ସାପାଟୁ ବପୁନେ ମାପ୍ରୁ ଏନ୍ ସାମୁଆଁ ବାସଙ୍ଗ୍ଏ ।"