ଜିସୁ ଅଁ ଅଜାର୍ ରେମୁଆଁଇଂକେ ଆଃଚଂକେ
32 ଜିସୁ ସିସ୍ଇଂକେ ଡାଗ୍ରା ୱାଚେ ବାସଙ୍ଗ୍କେ, "ଏନ୍ ରେମୁଆଁଇଙ୍ଗ୍ ନ୍ସା ଆନେଙ୍ଗ୍କେ ଜାବର୍ ଲିବିସଃ ଲାଗେ ଡିଙ୍ଗ୍କେ । ମେଇଙ୍ଗ୍ ନେଙ୍ଗ୍ ଏତେ ଜିର୍ସି ଦିନା ଡିଙ୍ଗ୍ଗେ ନେଙ୍ଗ୍ ଏତେ ଲେଃଆର୍ଡିଙ୍କେ ମାତର୍ ଚଙ୍ଗ୍ନେସା ମେଃଡିଗ୍ ଣ୍ଡୁ । ମେଇଂ ମାଚଙ୍ଗ୍ଚେ ଆକ୍ବାନ୍ ୱିଗ୍ଲେ, ଡାଗ୍ଚେ ନେଙ୍ଗ୍ନେ ଇକ୍ଚା ଣ୍ଡୁ ।"
33 ସିସ୍ଇଂ ବାସଙ୍ଗ୍ଆର୍କେ, "ଏନ୍ ବାଲିଲନ୍ନିଆ ଇନିନେ ଅଃକେନ୍ ରେମୁଆଁଇଂକେ ଆଃଚଙ୍ଗ୍ ନ୍ସା ନେ ଆଣ୍ଡିବାନ୍ ଚଙ୍ଗ୍ନେ ନେଅବାଏ ?"
34 ଜିସୁ ଆମେଇଂକେ ସାଲିଆକୁକେ "ପେନ୍ନିଆ ଉଡ଼ିକ୍ଲିଗ୍ ରୁଟି ଲେଃକେ ?" ମେଇଙ୍ଗ୍ ବାସଙ୍ଗ୍କେ । "ନେଅରିଆ ଗୁକ୍ଲିଗ୍ ରୁଟି ଲେଃକେ ।" ବାରି ଇକୁଡ଼ା ସୁଗୁଆ ଡାଆଁ ଆଃଡ଼ ଲେଃକେ ।
35 ଜିସୁ ରେମୁଆଁଇଂକେ ତୁବଃ ଆଡ଼ାତ୍ରା କୁକ ନ୍ସା ବାସଙ୍ଗ୍କେ । 36 ଇଡ଼ିଙ୍ଗ୍ ମେଁ ଆତେନ୍ ଗୁକ୍ଲିଗ୍ ରୁଟି ବାରି ଆଡ଼ ଡୁଙ୍ଗ୍ ୱେଚେ ଇସ୍ପର୍କେ ଦନ୍ୟବାଦ୍ ବିକେ ବାରି ଆତେନ୍ ରୁଟିକେ ମେତାଃ ମେତାଃ ପାକ୍ଚିଚେ ସିସ୍ଇଂକେ ବିକେ । ସିସ୍ଇଂ ଆତେନ୍ ରେମୁଆଁଇଂକେ ବାଟା ବିଃକେ । 37 ସାପା ରେମୁଆଁ ଚଙ୍ଗ୍ଚେ ସାନ୍ତି ଡିଙ୍ଗ୍ଆର୍କେ ବାରି ସିସ୍ଇଂ ଲୁଆଁ ଲେଃକ୍ନେ କାଦି ଗୁକ୍ଲିଗ୍ ଆଣ୍ଡ୍ରାନ୍ନିଆ ବର୍ତି ଆଡିଙ୍ଗ୍ ଆର୍କେ । 38 ସେଲାମ୍ବୁଏ ବାରି ଗଡ଼େଇଂକେ ଆନ୍ତାର୍ଚେ ଅଁ ଅଜାର୍ ରେମୁଆଁ ଏନ୍ କାଦି ଚଙ୍ଗ୍ଲେଆର୍ଗେ ।